ଓଡ଼ିଶା ହେଉଛି କଳା, କାରୁକାର୍ଯ୍ୟର ମାଟି: ରାଜ୍ୟପାଳ

ଭୁବନେଶ୍ୱର,୨୨।୯ (ବ୍ୟୁରୋ): ବିକାଶର ନଭଶ୍ଚୁମ୍ବୀ ସୋପାନରେ ଆଜିବି କବି ଓ ସାହିତି୍ୟକଙ୍କ ଲେଖାର ମର୍ଯ୍ୟାଦା ରହିଛି। ବିଭିନ୍ନ ସମୟରେ ସେହି ଲେଖାଗୁଡିକ ବୈଜ୍ଞାନିକ ଅଭିସନ୍ଧିର ମୂଳକାରଣ। ଉଦ୍‌ଭାବନାର ନୂତନ ଦିଗଦର୍ଶନ କରିଥାଏ। ଓଡ଼ିଶା ହେଉଛି କଳା ଓ କାରୁକାର୍ଯ୍ୟର ମାଟି। ଏଠାରେ ଅନେକ ଯଶସ୍ବୀ ସାହିତି୍ୟକ, କବି ଓ କବିତା ସୃଷ୍ଟି ହୋଇ ସାହିତ୍ୟ ଆକାଶକୁ ରୁଦ୍ଧିମନ୍ଥ କରିଛନ୍ତି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଥିଲେ।

ସ୍ଥାନୀୟ ଏକ ହୋଟେଲରେ ଶନିବାର ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ କଳିଙ୍ଗ ଲିଟେରାରି ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଥିଲେ। ଦେଶର ଜାତୀୟ ପତାକା ଉତ୍ତୋଳନ କରିବାର ମହାନ କାର୍ଯ୍ୟ ଜଣେ କବି କିମ୍ବା ନିଷ୍ପାପ ଶିଶୁ ଦ୍ବାରା ହେବା ଦରକାର। କାରଣ କବିର କବିତା ଓ ଶିଶୁର ମନରେ ମଳିନତା ନ ଥାଏ। କବିର କବିତା ହେଉଛି ମହାକାଶଠାରୁ ବ୍ୟାପ୍ତ ଏବଂ ସମୁଦ୍ରଠାରୁ ଗଭୀର। କବି ତା’ର ନିଜର ସୃଷ୍ଟିର ସ୍ରଷ୍ଟା। କେତେବେଳେ ସେ କେଉଁ ଚରିତ୍ରକୁ ଜୀବନ୍ୟାସ ଦେଇଥାଏ, ତା’ର ଠିକଣା ନ ଥାଏ। କବି ନିଜ ଚିନ୍ତାଧାରାରେ ସାଧାରଣକୁ ଅସାଧାରଣ ଭାବେ ପରିପ୍ରକାଶ କରିଥାଏ। ତେଣୁ କବି ବା ସାହିତି୍ୟକଙ୍କୁ ଦ୍ବିତୀୟ ବ୍ରହ୍ମା ଭାବେ ଭାରତୀୟ ସମାଜ ସବୁବେଳେ ପୂଜା କରି ଆସିଛି ବୋଲି ରାଜ୍ୟପାଳ ଲାଲ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଖ୍ୟାତ ନାମା ଲେଖକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଯୋଗଦେଇ କହିଥିଲେ, କବିର କବିତା ତା’ ନିଜର ନିଜତ୍ୱକୁ ପରିପ୍ରକାଶ କରେ। କବିତା ହେଉଛି ଅନୁଭବର କାହାଣୀ। ରାଜ୍ୟରେ ଅନେକ ମହାନ କବି ଏବଂ ସାହିତି୍ୟକ ସେମାନଙ୍କର ନିଜସ୍ବ କାହାଣୀ ଓ ଅନୁଭୂତିକୁ ନିଜର ଲେଖାରେ ସ୍ଥାନ ଦେଇ ପ୍ରସିଦ୍ଧି ଲାଭ କରିଛନ୍ତି। କବିର କବିତା ରସପୂର୍ଣ୍ଣ , ବିରହ ଓ ବେଦନା ଭରା। ଦରଦଭରା ହୃଦୟ ନ ଥିଲେ ଜଣେ କବି ବା ଲେଖକ ହୋଇପାରିବ ନାହଁି ବୋଲି ମହାପାତ୍ର କହିଥିଲେ। ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏଡିଟୋରିଆଲ ଡାଇରେକ୍ଟର ପ୍ରଭୁ ଚାୱଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଲିଟେରାରୀ ପେଷ୍ଟିଭାଲର ପ୍ରଥମ ଅଧିବେଶନ ୪ଟି ସୋପାନରେ ଶେଷ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଫେସର ଯତୀନ ନାୟକ, ଖ୍ୟାତନାମା ଅଭିନେତ୍ରୀ ନନ୍ଦୀତା ଦାସ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri