ଓଡ଼ିଶା ହେଉଛି କଳା, କାରୁକାର୍ଯ୍ୟର ମାଟି: ରାଜ୍ୟପାଳ

ଭୁବନେଶ୍ୱର,୨୨।୯ (ବ୍ୟୁରୋ): ବିକାଶର ନଭଶ୍ଚୁମ୍ବୀ ସୋପାନରେ ଆଜିବି କବି ଓ ସାହିତି୍ୟକଙ୍କ ଲେଖାର ମର୍ଯ୍ୟାଦା ରହିଛି। ବିଭିନ୍ନ ସମୟରେ ସେହି ଲେଖାଗୁଡିକ ବୈଜ୍ଞାନିକ ଅଭିସନ୍ଧିର ମୂଳକାରଣ। ଉଦ୍‌ଭାବନାର ନୂତନ ଦିଗଦର୍ଶନ କରିଥାଏ। ଓଡ଼ିଶା ହେଉଛି କଳା ଓ କାରୁକାର୍ଯ୍ୟର ମାଟି। ଏଠାରେ ଅନେକ ଯଶସ୍ବୀ ସାହିତି୍ୟକ, କବି ଓ କବିତା ସୃଷ୍ଟି ହୋଇ ସାହିତ୍ୟ ଆକାଶକୁ ରୁଦ୍ଧିମନ୍ଥ କରିଛନ୍ତି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଥିଲେ।

ସ୍ଥାନୀୟ ଏକ ହୋଟେଲରେ ଶନିବାର ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ କଳିଙ୍ଗ ଲିଟେରାରି ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଥିଲେ। ଦେଶର ଜାତୀୟ ପତାକା ଉତ୍ତୋଳନ କରିବାର ମହାନ କାର୍ଯ୍ୟ ଜଣେ କବି କିମ୍ବା ନିଷ୍ପାପ ଶିଶୁ ଦ୍ବାରା ହେବା ଦରକାର। କାରଣ କବିର କବିତା ଓ ଶିଶୁର ମନରେ ମଳିନତା ନ ଥାଏ। କବିର କବିତା ହେଉଛି ମହାକାଶଠାରୁ ବ୍ୟାପ୍ତ ଏବଂ ସମୁଦ୍ରଠାରୁ ଗଭୀର। କବି ତା’ର ନିଜର ସୃଷ୍ଟିର ସ୍ରଷ୍ଟା। କେତେବେଳେ ସେ କେଉଁ ଚରିତ୍ରକୁ ଜୀବନ୍ୟାସ ଦେଇଥାଏ, ତା’ର ଠିକଣା ନ ଥାଏ। କବି ନିଜ ଚିନ୍ତାଧାରାରେ ସାଧାରଣକୁ ଅସାଧାରଣ ଭାବେ ପରିପ୍ରକାଶ କରିଥାଏ। ତେଣୁ କବି ବା ସାହିତି୍ୟକଙ୍କୁ ଦ୍ବିତୀୟ ବ୍ରହ୍ମା ଭାବେ ଭାରତୀୟ ସମାଜ ସବୁବେଳେ ପୂଜା କରି ଆସିଛି ବୋଲି ରାଜ୍ୟପାଳ ଲାଲ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଖ୍ୟାତ ନାମା ଲେଖକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଯୋଗଦେଇ କହିଥିଲେ, କବିର କବିତା ତା’ ନିଜର ନିଜତ୍ୱକୁ ପରିପ୍ରକାଶ କରେ। କବିତା ହେଉଛି ଅନୁଭବର କାହାଣୀ। ରାଜ୍ୟରେ ଅନେକ ମହାନ କବି ଏବଂ ସାହିତି୍ୟକ ସେମାନଙ୍କର ନିଜସ୍ବ କାହାଣୀ ଓ ଅନୁଭୂତିକୁ ନିଜର ଲେଖାରେ ସ୍ଥାନ ଦେଇ ପ୍ରସିଦ୍ଧି ଲାଭ କରିଛନ୍ତି। କବିର କବିତା ରସପୂର୍ଣ୍ଣ , ବିରହ ଓ ବେଦନା ଭରା। ଦରଦଭରା ହୃଦୟ ନ ଥିଲେ ଜଣେ କବି ବା ଲେଖକ ହୋଇପାରିବ ନାହଁି ବୋଲି ମହାପାତ୍ର କହିଥିଲେ। ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏଡିଟୋରିଆଲ ଡାଇରେକ୍ଟର ପ୍ରଭୁ ଚାୱଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଲିଟେରାରୀ ପେଷ୍ଟିଭାଲର ପ୍ରଥମ ଅଧିବେଶନ ୪ଟି ସୋପାନରେ ଶେଷ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଫେସର ଯତୀନ ନାୟକ, ଖ୍ୟାତନାମା ଅଭିନେତ୍ରୀ ନନ୍ଦୀତା ଦାସ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?