ଓଡ଼ିଶା ପାଇଁ ଆସିପାରେ ଗମ୍ଭୀର ସ୍ଥିତି: ଆଶଙ୍କା ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶାରଦ

ଭୁବନେଶ୍ୱର,୧।୫(ବ୍ୟୁରୋ): ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିବାରେ ଲାଗିଛି। ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିଲା। କିନ୍ତୁ ମାସକ ପରେ ଏହା ୧୪୨ରେ ପହଞ୍ଚିଛି। ଅର୍ଥାତ ୧ ମାସ ମଧ୍ୟରେ ୧୩୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯଦିଓ ଦେଶ କିମ୍ବା ଅନ୍ୟ ରାଜ୍ୟର ବୃଦ୍ଧି ତୁଳନାରେ ଏହା କମ୍‌ ତଥାପି ଓଡ଼ିଶା ପାଇଁ ଏହା ଗମ୍ଭୀର ସ୍ଥିତି ସୃଷ୍ଟି କରିବାକୁ ଯାଉଥିବା ସ୍ବାସ୍ଥ୍ୟ ବିଶାରଦମାନେ ଆଶଙ୍କା କରୁଛନ୍ତି।

ଲକ୍‌ଡାଉନ ଉଠିବା ପରେ ଅନ୍ୟ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ଓଡ଼ିଆ ଲୋକମାନେ ଫେରିବେ। ତେଣୁ ସମ୍ପୃକ୍ତ ପ୍ରବାସୀମାନେ ଏହି ମହାମାରୀକୁ ଆହୁରି ଅଧିକ ବଢ଼ାଇଦେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଯେତିକି ସଂକ୍ରମିତ ଅଛନ୍ତି ସେମାନଙ୍କ ମଧ୍ୟରୁ ୫୦ ଜଣ କେବଳ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସରକାରୀ ତଥ୍ୟ କହୁଛି। ଆଗାମୀ ଦିନରେ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ ଭଳି ବହୁଳ ସଂକ୍ରମଣ ରାଜ୍ୟରୁ ଆସିବାକୁ ଥିବା ଲୋକମାନଙ୍କୁ ଯଦି ଠିକ୍‌ ଭାବେ କ୍ୱାରାଣ୍ଟାଇନ୍‌ କରା ନ ଯାଏ କିମ୍ବା ସ୍ବାସ୍ଥ୍ୟ ପରୀକ୍ଷା ନ ହୁଏ ତେବେ ପରିସ୍ଥିତି ବିଗିଡ଼ିଯିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ମାସକ ପୂର୍ବରୁ ଖୋର୍ଦ୍ଧା ଜିଲାର ଭୁବନେଶ୍ୱରରୁ ୩ ଓ ଭଦ୍ରକ ସହରର ଜଣଙ୍କୁ ମିଶାଇ ସ୍ଥିତି କେବଳ ୪ରେ ଥିଲା। କିନ୍ତୁ ମାସକ ମଧ୍ୟରେ ଏହି ମହାମାରୀ ଅନ୍ୟ ୧୨ଟି ଜିଲା ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କଟକ, ପୁରୀ, ଢେଙ୍କାନାଳ, କୋରାପୁଟ, କେନ୍ଦୁଝର, ଦେବଗଡ଼ ଏବଂ ଝାରସୁଗୁଡ଼ାକୁ ମିଶାଇ ମୋଟ୍‌ ୧୪ ଜିଲାରେ ପାଦ ଥାପି ସାରିଲାଣି। ଗତ ସପ୍ତାହରେ ଗ୍ରୀନ୍‌ ଜୋନ୍‌ରେ ଥିବା କୋରାପୁଟ, କେନ୍ଦୁଝର, ଝାରସୁଗୁଡା ଓ ଦେବଗଡ ଏବେ ରେଡ୍‌ ଜୋନକୁ ଆସିଯାଇଛି। ତେବେ ପଡ଼ୋଶୀ ଜିଲାଗୁଡ଼ିକରେ ସଂକ୍ରମଣ ଦେଖାଦେଇଥିବାରୁ ସମ୍ବଲପୁର, ମୟୂରଭଞ୍ଜ, ବରଗଡ, ଅନୁଗୋଳ ଜିଲା ପାଇଁ ତାହା ଶୁଭ ସଂକେତ ନୁହେଁ। ସେହିପରି ଖୋର୍ଦ୍ଧା ରେଡ୍‌ ଓ କଟକ ଅରେଞ୍ଜ ଜୋନ୍‌ରେ ଥିବାରୁ ନୟାଗଡ଼ ଜିଲା ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିବା ଭଳି ମନେ କରାଯାଉଛି।
କୋରାପୁଟ ଜିଲା ରେଡ୍‌ ଜୋନ୍‌ରେ ସାମିଲ ହୋଇଥିବାରୁ ଏଯାଏ ଗ୍ରୀନ୍‌ ଜୋନ୍‌ରେ ଥିବା ପଡୋଶୀ ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ଜିଲା ପାଇଁ ବିପଦ ଘନୀଭୂତ ହୋଇଛି। ଏ ପର୍ଯ୍ୟନ୍ତ ଗଜପତି ଓ ସୁବର୍ଣ୍ଣପୁର ଜିଲା ସମ୍ପୂର୍ଣ୍ଣ ଗ୍ରୀନ୍‌ ଜୋନ୍‌ରେ ଥିବାବେଳେ ଏହାର ପଡୋଶୀ ଗ୍ରୀନ୍‌ କିମ୍ବା ରେଡ୍‌ ଜୋନ୍‌ରେ ନ ଥିବା ଏକ ଶୁଭସଙ୍କେତ। କିନ୍ତୁ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଯଦି ଠିକ୍‌ ଭାବେ କରାଯାଇପାରିବ ତାହେଲେ ସଂକ୍ରମଣ ଆଶଙ୍କାକୁ ବହୁ ମାତ୍ରାରେ ରୋକାଯାଇପାରିବ ବୋଲି ସ୍ବାସ୍ଥ୍ୟ ବିଶାରଦମାନେ ମତ ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri