ଓଡ଼ିଶା ଗୃହ ନିର୍ମାଣ ସଂସ୍ଥାର ଅନୁଗୋଳ ପ୍ରକଳ୍ପ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ନିର୍ମାଣ ହେବାକୁ ଥିବା ଅନୁଗୋଳ ଏନ୍‌କ୍ଲେଭ ପ୍ରକଳ୍ପ ପାଇଁ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଏକ ନୂତନ ପ୍ରକଳ୍ପ କାର୍ଯ୍ୟାଳୟ ଅନୁଗୋଳ ସହରର ହେମସରପଡା ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି।
ଏହି ଅବସରରେ ଅଧ୍ୟକ୍ଷ କହିଛନ୍ତି ଯେ ଖୁବ୍‌ଶୀଘ୍ର ଅନୁଗୋଳ ଏନ୍‌କ୍ଲେଭର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହି ପ୍ରକଳ୍ପ କାର୍ଯ୍ୟାଳୟରୁ ଗୃହ ପାଇଁ ଆବେଦନକାରୀମାନେ ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରିବେ। ଏଥିପାଇଁ ଭୁବନେଶ୍ୱର କାର୍ଯ୍ୟାଳୟକୁ ବାରମ୍ବାର ଯିବାକୁ ପଡିବ ନାହିଁ। ଏହି ପ୍ରକଳ୍ପରେ ଗୃହ ପାଇବାର ଶେଷ ତାରିଖକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କରାଯାଇଛି। ପୂର୍ବରୁ ଏହା ନଭେମ୍ବର ୩୦ ତାରିଖ ଯାଏ ଥିଲା। ସ୍ଥାନୀୟ ଲୋକଙ୍କ ଅନୁରୋଧକୁ ରକ୍ଷା କରାଯାଇ ଏହି ଆବେଦନ କରିବାର ଅବଧିକୁ ବୃଦ୍ଧି କରାଯାଇଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରି ହସ୍ତାନ୍ତର କରିବାକୁ ଉପସ୍ଥିତ ଯନ୍ତ୍ରୀ ଓ ଠିକାଦାରମାନଙ୍କୁ ଅଧ୍ୟକ୍ଷ କହିଛନ୍ତି। ଏଥିସହିତ ପ୍ରକଳ୍ପର ଗୁଣାତ୍ମକମାନ ବଜାୟ ରଖିବା ସହ ଗୃହଗୁଡିକ ବୁକିଂ ସମୟରେ ଥିବା ମୂଲ୍ୟରେ କୌଣସି ବୃଦ୍ଧି କରାଯିବ ନାହିଁ ବୋଲି ଅଧ୍ୟକ୍ଷ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୩୧ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୮୨ଟି ଘର ନିର୍ମାଣ କରାଯିବ। ଉତ୍ସବରେ ଯୋଗ ଦେଇ ସଂସ୍ଥାର ସଚିବ ଗଙ୍ଗାଧର ପାତ୍ର କହିଛନ୍ତି ଯେ ପ୍ରକଳ୍ପରେ ଯେପରି କୌଣସି ଅନିୟମିତତା ନ ହେବ ସେଥିପ୍ରତି ସଜାଗ ରହିବାକୁ ହେବ। ଏହାଛଡା ଅନୁଗୋଳ ଏନ୍‌କ୍ଲେଭରେ ଗୃହ କିଣିବା ପାଇଁ ଆଶାୟୀମାନଙ୍କୁ ବ୍ୟାଙ୍କ ସହଯୋଗ ଯୋଗାଇ ଦେବାକୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri