ଓଡ଼ିଶା ଉଚ୍ଚଶିକ୍ଷାର ଦଶା ଓ ଦିଶା

ଜ୍ଞାନରଞ୍ଜନ ପଣ୍ଡା

ବିଶିଷ୍ଟ ମାର୍କିନ୍‌ ସମାଜ ସଂସ୍କାରକ ମାଲକମ୍‌ ଏକ୍ସ କହିଥିଲେ, ଶିକ୍ଷା ଭବିଷ୍ୟତ ପାଇଁ ପାସ୍‌ପୋର୍ଟ। ବାସ୍ତବରେ ଉପଯୁକ୍ତ ଶିକ୍ଷା ପାଇଥିବା ସମାଜର ଭବିଷ୍ୟତ ଉଜ୍ଜ୍ୱଳ। ଆମେରିକା ବିଶ୍ୱର ସର୍ବୋତ୍ତମ ରାଷ୍ଟ୍ର ଏଥିପାଇଁ ଯେ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଅର୍ଦ୍ଧାଧିକ ଏହି ରାଷ୍ଟ୍ରର। ବିଶ୍ୱସ୍ତରରେ ବିଜ୍ଞାନ ଓ ଅନ୍ୟାନ୍ୟ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ପାଉଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ସର୍ବାଧିକ ଆମେରିକାରେ ଗବେଷଣା କରୁଥାନ୍ତି। ଅପରପକ୍ଷରେ ଆମ ଦେଶ ଭାରତର ବିଶ୍ୱବିଦ୍ୟାଳୟ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥାନଗୁଡ଼ିକ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ରେ ଆସିପାରି ନ ଥାନ୍ତି। ଭାରତର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ମଧ୍ୟ ବିଶ୍ୱସ୍ତରୀୟ ନୁହେଁ। ଭାରତ ଗବେଷଣା କ୍ଷେତ୍ରରେ ମୋଟ ଜାତୀୟ ଉତ୍ପାଦ (ଜିଡିପି)ର ମାତ୍ର ୧% ଖର୍ଚ୍ଚ କରୁଛି।
ଭାରତରେ ଓଡ଼ିଶାର ସ୍ଥିତି ଆହୁରି ନଗଣ୍ୟ। ଓଡ଼ିଶା ପ୍ରଚୁର ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ମାନବସମ୍ବଳର ଠିକ୍‌ ବିକାଶ ଓ ବିନିଯୋଗ ହୋଇ ନ ପାରିବା କାରଣରୁ ଏହା ଭାରତର ଏକ ପଛୁଆ ରାଜ୍ୟ। ଭାରତର ମାନବସମ୍ବଳ ମନ୍ତ୍ରଣାଳୟ ଦ୍ୱାରା ସଦ୍ୟ ପ୍ରକାଶିତ ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଶନାଲ୍‌ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ବାର୍କ (ଏନ୍‌ଆଇଆର୍‌ଏଫ୍‌)ରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନଗୁଡ଼ିକର ସ୍ଥିତି ସେତେ ଭଲ ନୁହେଁ। ସବୁ ଶିକ୍ଷାନୁଷ୍ଠାନକୁ ମିଶାଇ ଯେଉଁ ର଼୍ୟାଙ୍କିଙ୍ଗ୍‌ ପ୍ରକାଶିତ ହୋଇଛି ସେଥିରେ ଓଡ଼ିଶାର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇପାରି ନାହଁି। ଏଥିରେ ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କଲିକତା ବିଶ୍ୱବିଦ୍ୟାଳୟ ୧୧ ନମ୍ବର ସ୍ଥାନରେ ଥିବାବେଳେ ଯାଦବପୁର ବିଶ୍ୱବିଦ୍ୟାଳୟ ୧୨ ନମ୍ବର ସ୍ଥାନରେ ରହିଛି। ବିଶ୍ୱଭାରତୀ ୪୮ ନମ୍ବର ସ୍ଥାନରେ ରହିଛି। ଆଶ୍ୱାସନାର କଥା ହେଲା ଗତବର୍ଷ ୩୮ ନମ୍ବର ସ୍ଥାନରେ ଥିବା ଏନ୍‌ଆଇଟି, ରାଉରକେଲା ଏ ବର୍ଷ ୩୨ ନମ୍ବର ସ୍ଥାନରେ। ଗତବର୍ଷ ୪୬ ନମ୍ବର ସ୍ଥାନରେ ଥିବା ଆଇଆଇଟି, ଭୁବନେଶ୍ୱର ଏ ବର୍ଷ ୫୬ ନମ୍ବର ସ୍ଥାନରେ ରହିଛି। ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଗତବର୍ଷ ୪୧ ନମ୍ବର ସ୍ଥାନରେ ଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏ ବର୍ଷ ୩୮ ନମ୍ବର ସ୍ଥାନରେ, ଗତବର୍ଷ ୫୦ ନମ୍ବର ସ୍ଥାନରେ ଥିବା କିଟ୍‌ ବିଶ୍ୱବିଦ୍ୟାଳୟ ଏବର୍ଷ ୪୪ତମ ସ୍ଥାନରେ ରହିଛି। ଶିକ୍ଷାଦାନ ପାଇଁ ଆବଶ୍ୟକ ସମ୍ବଳ, ଗବେଷଣା ଓ ବୃତ୍ତିଗତ ନିର୍ଯାସ, ସ୍ନାତକମାନଙ୍କ ପରୀକ୍ଷା ଫଳାଫଳ ପ୍ରଭୃତି ବିଭିନ୍ନ ବିଷୟର ଉତ୍କର୍ଷକୁ ଦେଖି ଏହି ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ କରାଯାଏ।
ଏକଦା ଦେଶବିଦେଶରେ ସୁନାମ ଅର୍ଜନ କରିଥିବା ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଜାତୀୟ ର଼୍ୟାଙ୍କିଙ୍ଗ୍‌ରେ ଏପରି ଖରାପ ପ୍ରଦର୍ଶନ କରିବା ନିଶ୍ଚିତ ଦୁଃଖ ଓ ପରିତାପର ବିଷୟ। ଗବେଷଣା କ୍ଷେତ୍ରରେ ଭଲ ପ୍ରଦର୍ଶନ ନ କଲେ ବିଶ୍ୱବିଦ୍ୟାଳୟଗୁଡ଼ିକ ର଼୍ୟାଙ୍କିଙ୍ଗ୍‌ରେ ଭଲ ସ୍ଥାନ ହାସଲ କରିପାରିବେ ନାହିଁ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏକ ଘରୋଇ ଶିକ୍ଷାନୁଷ୍ଠାନ ହେଲେ ମଧ୍ୟ ପୂର୍ଣ୍ଣକାଳୀନ ବୈଜ୍ଞାନିକମାନଙ୍କୁ ନିଯୁକ୍ତି ଦେଇ ଉଚ୍ଚମାନର ଗବେଷଣାତ୍ମକ ନିବନ୍ଧ ପ୍ରକାଶିତ କରିବା ସହିତ ର଼୍ୟାଙ୍କିଙ୍ଗ୍‌ରେ ସମ୍ମାନଜନକ ସ୍ଥାନରେ ରହିଛି। ଅପରପକ୍ଷରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷାନୁଷ୍ଠାନର ଚାପ ମଧ୍ୟରେ ଅଧ୍ୟାପକମାନେ ଉଚ୍ଚମାନର ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରିବାରେ ଅସମର୍ଥ ହେଉଛନ୍ତି। ଅଧିକାଂଶ ସରକାରୀ ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ଅଧ୍ୟାପକ ପଦବୀ ନ ଥିବା ବେଳେ ଘରୋଇ ବିଶ୍ୱବିଦ୍ୟାଳୟ ଯେପରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଓ କିଟ୍‌ ବିଶ୍ୱବିଦ୍ୟାଳୟ ପର୍ଯ୍ୟାପ୍ତ ପରିମାଣରେ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ର଼୍ୟାଙ୍କିଙ୍ଗ୍‌ରେ ସର୍ବାଗ୍ରେ ଥିବା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ର ଅନୁପାତ ୧:୧୦। ଏପରି ସ୍ଥିତିରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ଆକଳନ କରନ୍ତୁ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଫେଲୋଶିପ୍‌ ପ୍ରଦାନ କରାଯାଏ। ଆମ ପାଖ ରାଜ୍ୟ ପଶ୍ଚିମବଙ୍ଗର ସରକାରୀ ବିଶ୍ୱବିଦ୍ୟାଳୟରେ ଗବେଷଣା କଲେ ରାଜ୍ୟ ସରକାର ପିଏଚ୍‌ଡି ଛାତ୍ରମାନଙ୍କୁ ଫେଲୋଶିପ୍‌ ପ୍ରଦାନ କରୁଛନ୍ତି। କିନ୍ତୁ ଓଡ଼ିଶାରେ ଏପରି ବ୍ୟବସ୍ଥା ନାହିଁ। ତେଣୁ କିପରି ଛାତ୍ରୀଛାତ୍ରଙ୍କୁ ଗବେଷଣା ପାଇଁ ଆକର୍ଷିତ କରାଯାଇପାରିବ? ଶିକ୍ଷକ ଓ ଛାତ୍ର ଅନୁପାତ ଠିକ୍‌ ନ ରହିବା କାରଣରୁ ଶିକ୍ଷାଦାନର ଚାପ ଯୋଗୁ ଅଧ୍ୟାପକମାନେ ଗବେଷଣା ପାଇଁ ସମୟ ପାଉନାହାନ୍ତି। ସମ୍ବଳ ପ୍ରଦାନ କ୍ଷେତ୍ରରେ ମଧ୍ୟ ଆମ ରାଜ୍ୟ ସରକାର ବଡ଼ ବୀତସ୍ପୃହ। ଅଧିକାଂଶ ସରକାରୀ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ରହିଛି। ଏହାଛଡ଼ା ନିୟମିତ ଅଧ୍ୟାପକ ନ ଥିବାରୁ ଅତିଥି ଅଧ୍ୟାପକଙ୍କ ଦ୍ୱାରା କାମ ଚଳାଯାଉଛି। ଏପରି ସ୍ଥିତିରେ ଜାତୀୟ ର଼୍ୟାଙ୍କିଙ୍ଗ୍‌ରେ ଆମେ କିପରି ଭଲ କରିପାରିବା।
ଏହାଛଡ଼ା ଓଡ଼ିଶାରେ ଥିବା ଜାତୀୟସ୍ତରର ଗବେଷଣା ଅନୁଷ୍ଠାନ ଯେପରି ନାଇଜର, ଆଇଓପି, ଆଇଏମ୍‌ଏମ୍‌ଟି ସହିତ ସହଯୋଗରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା କାର୍ଯ୍ୟ କରାଯାଇପାରନ୍ତା। ଉତ୍କୃଷ୍ଟମାନର ଗବେଷଣାତ୍ମକ ନିବନ୍ଧ ଯଦି ପ୍ରକାଶ କରାଯାଇପାରନ୍ତା ତେବେ ବିଶ୍ୱବିଦ୍ୟାଳୟର ର଼୍ୟାଙ୍କିଙ୍ଗ୍‌କୁ ବଢ଼ାଯାଇପାରନ୍ତା। କିନ୍ତୁ ତାହା ହେଉନାହିଁ। ଅପରପକ୍ଷରେ ପଶ୍ଚିମବଙ୍ଗରେ ଥିବା ଜାତୀୟସ୍ତରର ଗବେଷଣା ସଂସ୍ଥା ସହିତ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ସହଯୋଗମୂଳକ ଗବେଷଣା ପ୍ରଶଂସନୀୟ।
ଅଧ୍ୟାପକମାନଙ୍କ ଅଭାବ, ଗବେଷଣା କ୍ଷେତ୍ରରେ ପଛୁଆ, ଭିତ୍ତିଭୂମିରେ ଦୁର୍ବଳ ଓଡ଼ିଶା ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଜାତୀୟସ୍ତରର ହୋଇ ନ ପାରିବାରୁ ଆମ ରାଜ୍ୟର ଭବିଷ୍ୟତକୁ ଅନ୍ଧକାରମୟ କରି ଗଢ଼ିତୋଳିଛି। ଆମ ସରକାରୀ ମହାବିଦ୍ୟାଳୟଗୁଡ଼ିକ ମଧ୍ୟ ଏନ୍‌ଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ନିରାଶାଜନକ ପ୍ରଦର୍ଶନ କରୁଛନ୍ତି। ଶ୍ରେଷ୍ଠ ୧୦୦ ମଧ୍ୟରେ କୌଣସି ମହାବିଦ୍ୟାଳୟ ନାହିଁ। ଅଧ୍ୟାପକ ଓ ଛାତ୍ର ଅନୁପାତ ଜାତୀୟସ୍ତରର ନ ହେଲେ, ଗବେଷଣା ପାଇଁ ସମ୍ବଳର ବ୍ୟବସ୍ଥା ଓ ଭିତ୍ତିଭୂମି ନ ଯୋଗାଇଲେ କିଛି ସୁଫଳ ମିଳିବ ନାହିଁ। ଓଡ଼ିଶାର ଉଚ୍ଚଶିକ୍ଷାର ମାନ ବୃଦ୍ଧି ପାଇଁ କିଛି ତ ଚେଷ୍ଟା କରାଯାଉ।

ଗବେଷକ, ଯାଦବପୁର ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri