ଓଡ଼ିଆ ଫିଲ୍ମ ମେକରଙ୍କୁ ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ସୋସାଇଟି ଫର୍‌ ଆକ୍‌ନଲେଜ୍‌ମେଣ୍ଟ୍‌ ଇନ୍‌ ୱାର୍କ ଏକ୍ସିଲେନ୍ସ (ଏସ୍‌ଏଡବ୍ଲ୍ୟୁଇ) ପକ୍ଷରୁ ଓଡ଼ିିଆ ଚଳଚ୍ଚିତ୍ର ନିର୍ମାତାଙ୍କୁ ସମ୍ମାନିତ କରାଯାଇଛି। ନିକଟରେ ଦୁବାଇରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାର ଯୁବ ଚଳଚ୍ଚିତ୍ର ନିର୍ମାତା ଅମୃତେନ୍ଦୁ ବରାଳଙ୍କୁ ଇଣ୍ଡିଆ ଇଣ୍ଟରନ୍ୟାଶ୍‌ନାଲ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି। ପ୍ରତିଭାଶାଳୀ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ଅସାଧାରଣ କାର୍ଯ୍ୟ ନିମନ୍ତେ ପ୍ରଦାନ କରାଯାଉଥିବା ଏହି ସମ୍ମାନ ପାଇବାରେ ଅମୃତେନ୍ଦୁ ପ୍ରଥମ ଓଡ଼ିଆ। ଅମୃତେନ୍ଦୁଙ୍କୁ ‘ଫିଲ୍ମ ମେକିଂ ଅଫ୍‌ ଦ ଇୟର’ ବିଭାଗରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିଜ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ମିଶନ୍‌ ଗଙ୍ଗେ’ ପାଇଁ ସେ ଏହି ଆୱାର୍ଡ ପାଇଛନ୍ତି। ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଶଂସିତ ହେବାସହ ଗଙ୍ଗାନଦୀ ତଟରୁ ୫୦ ଟନ୍‌ ଆବର୍ଜନା ସଫା କରିବାରେ ମଧ୍ୟ ସଫଳ ହୋଇଥିଲେ ା ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅନିଲ୍‌ କପୁର ଏବଂ ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସାହେଦ୍‌ ଶାହାନୱାଜ୍‌ ହୁସେନ୍‌ଙ୍କଠାରୁ ଅମୃତେନ୍ଦୁ ଏହି ଆୱାର୍ଡ ଗ୍ରହଣ କରିଥିଲେ। କଠିନ ପରିଶ୍ରମକୁ ସ୍ବୀକୃତି ମିଳିଥିବାରୁ ଇଣ୍ଡିଆ ଇଣ୍ଟରନ୍ୟାଶ୍‌ନାଲ ଏକ୍ସିଲେନ୍ସ ଆୱାର୍ଡକୁ ସେ ଧନ୍ୟବାଦ ଦେବାସହ ଓଡ଼ିଶାକୁ ଅନ୍ତର୍ଜାତୀୟସ୍ତରରେ ପ୍ରତିନିଧିତ୍ୱ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବରୁ ଅମୃତେନ୍ଦୁ ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ମିତ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ବିଜୁ ପଟ୍ଟନାୟକ ହିମାଳୟାନ୍‌’ରେ ମଧ୍ୟ ନିଜର ପ୍ରତିଭା ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri