ଓଏସ୍‌ସିପିସିଆର୍‌ ଅଫିସ୍‌ ଆଗରେ ବସିଲେ ମା’

ଭୁବନେଶ୍ୱର,୧୬।୯ (ବ୍ୟୁରେ):ବହୁ ଚର୍ଚ୍ଚିତ ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଲକ୍ଷ୍ମଣ ନାୟକ ଓ ମୋନାଲିସା ନାୟକଙ୍କ ୨ ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ ଓରଫ୍‌ ପିହୁ ନିଖୋଜ ହେବା ଘଟଣାକୁ ୨ ବର୍ଷ ପୂରିଛି। ଗାଁ ଦାଣ୍ଡରେ ଖେଳୁଥିବାବେଳେ ପିହୁ ନିଖୋଜ ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏଯାବତ ଖୋଜି ପାଇପାରିନାହିଁ। ଏଥିସହ ପିହୁଙ୍କୁ ଖୋଜିଆଣିବା ଲାଗି ରାଜ୍ୟ ସରକାର ଓ ପୋଲିସ ବିଭାଗର ସମସ୍ତ ନ୍ୟାୟିକା ବ୍ୟବସ୍ଥାରେ ମା’ ମୋନାଲିସା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ନ୍ୟାୟ ସହ ମାମଲାର ସିବିଆଇ ତଦନ୍ତ ଦାବିରେ ମୋନାଲିସା ଯାଜପୁରରୁ ଭୁବନେଶ୍ୱର ଆସି ସଂଘର୍ଷ କରୁଛନ୍ତି। ଏଥିସହ ଗୁରୁବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଓଏସ୍‌ସିପିସିଆର୍‌) କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ମୋନାଲିସାଙ୍କ କହିବାନୁଯାୟୀ, ସିବିଆଇ ତଦନ୍ତ ସୁପାରିଶ କରିବା ପାଇଁ ଅଗଷ୍ଟ ୨୯ରେ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ଲିଖିତ ନିବେଦନ କରିଥିଲେ। ହେଲେ ସରକାର କାହିଁକି ସିବିଆଇ ତଦନ୍ତ ଲାଗି ସୁପାରିଶ କରୁନାହାନ୍ତି ବୋଲି ଏନେଇ ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସାବତୀ ପ୍ରଧାନ କହିଛନ୍ତି, ଆମ ପକ୍ଷରୁ ସବୁ ପ୍ରୟାସ କରାଯାଉଛି। ଜିଲାପାଳ, ଏସ୍‌ପି ଓ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛି। ଏଥିସହ ପିହୁ ମା’ଙ୍କ ଦାବିପତ୍ରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୁପାରିଶ କରିଛି, ସେମାନେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେହିପରି ଅନୁଗୋଳରେ ମଧ୍ୟ ଗୋଟେ ସୂଚନା ଆସିଲା ୨ ବର୍ଷ ହେଲା ଗୋଟିଏ ଝିଅ ହଜିଥିଲା, ସେ ମିଳିଛି। ଏନେଇ ମୋନାଲିସାଙ୍କୁ ଫଟୋ ଦେଖାଇଥିଲୁ, କିନ୍ତୁ ସେ ତାଙ୍କ ଝିଅ ନୁହେଁ ବୋଲି ମନା କଲେ। କେନ୍ଦ୍ରପଡା, ଅନୁଗୋଳ, ଢେଙ୍କାନାଳ, ଜଗତ୍‌ସିଂପୁର ଜିଲାପାଳଙ୍କୁ ମଧ୍ୟ ଚିଠି ଲେଖିଥିବା ସେ କହିଛନ୍ତି। ଏହି ଘଟଣା ନେଇ ଗୃହ ବିଭାଗ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ଆଲୋଚନ କରିବେ। ଏଥିସହ ସିସିଆଇ ଅନୁଷ୍ଠାନକୁ ବହୁ ନିଖୋଜ ପିଲା ଆସୁଛନ୍ତି। ସୂଚନା ମିଳିଲେ ତୁରନ୍ତ ଜଣାଇବୁ ବୋଲି ସନ୍ଧ୍ୟାବତୀ କହିଛନ୍ତି।
ଏପଟେ କୌଣସି ବ୍ୟକ୍ତି ପିହୁଙ୍କ ସମ୍ପର୍କରେ ଜଣାଇଲେ ପୁରସ୍କାର ଦିଆଯିବ ବୋଲି ବିଞ୍ଝାରପୁର ଥାନା ଆଇଆଇସି ରଞ୍ଜିତ ମହାନ୍ତି ଘୋଷଣା କରିବା ସହ ଏନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri