ଓଏନ୍‌ଜିସି, ଆଇଓସି, ଏନ୍‌ଟିପିସି, ଗେଲ୍‌ର ସରକାରୀ ନିୟନ୍ତ୍ରଣ ହଟିବ

ବଜେଟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ନିଜର ନିୟନ୍ତ୍ରଣ ହଟାଇବାକୁ ଚାହୁଁଛନ୍ତି। ଏହାଦ୍ୱାରା ଦେଶରେ ନିବେଶ ବୃଦ୍ଧି ପାଇବ ବୋଲି ସରକାର ଭାବୁଛନ୍ତି।
ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ ପ୍ରମୁଖ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି), ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି), ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି) ଓ ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ(ଗେଲ୍‌)ରେ ଥିବା ସରକାରଙ୍କ ଅଂଶଧନକୁ ୫୧%ରୁ କମ୍‌ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ମୋଦିଙ୍କ ସମ୍ପତ୍ତି ବିକ୍ରି ବିଭାଗ ମୁଖ୍ୟ(ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ ମ୍ୟାନେଜମେଣ୍ଟ ସଚିବ) ଅତନୁ ଚକ୍ରବର୍ତ୍ତୀ କହିଛନ୍ତି। ଏଗୁଡ଼ିକୁ ଘରୋଇ ହାତକୁ ଦେଇ କାର୍ଯ୍ୟଦକ୍ଷତା ବଢ଼ାଇବା ସହ ନିବେଶ ବୃଦ୍ଧି କରିବାକୁ ସରକାର ଚାହୁଁଛନ୍ତି ବୋଲି ସେ କହିଛନ୍ତି। ତେବେ ଭାରତୀୟ ଜୀବନ ବୀମା କମ୍ପାନୀ ଭଳି କେତେକ ଅତି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସରକାରଙ୍କ ଅଂଶଧନ ୫୧%ରୁ କମିବ ନାହିଁ ବୋଲି ଅତନୁ ପ୍ରକାଶ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ୨୦୧୯-୨୦ ଆର୍ଥିକ ବର୍ଷରେ ସରକାର ୧.୦୫ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବଜେଟ ଭାଷଣରେ ଉଲ୍ଲେଖ ରହିଛି। ସୂଚନାଥାଉ କି, ବିଶ୍ୱର ବୃହତ ତୈଳ କମ୍ପାନୀଙ୍କ ସମକକ୍ଷ ହେବା ଲାଗି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଦେଶର ସମସ୍ତ ତୈଳ କମ୍ପାନୀଙ୍କୁ ଏକାଠି ମିଶାଇ ଏକ ବୃହତ କମ୍ପାନୀ ପ୍ରତିଷ୍ଠା ଲାଗି ୨୦୧୭ରେ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?