ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ବେଆଇନ ନାମଲେଖା ପ୍ରସଙ୍ଗ: ୨ ଡିଇଓ ବହିଷ୍କୃତ, ଜଣେ ଅଧ୍ୟାପକଙ୍କ ଦରମା ବନ୍ଦ

ଜଗତ୍‌ସିଂହପୁର ଅଫିସ, ୨୭ା୨: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ଯୁକ୍ତ ତିନି ଶିକ୍ଷାଲାଭ ସହ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୨୪ ଜଣଙ୍କୁ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ମିଳିପାରି ନ ଥିଲା। ଯେଉଁ କାରଣରୁ ଏହି ଛାତ୍ରୀଛାତ୍ର ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ, ଏପରି କି ଉଚ୍ଚ ଶିକ୍ଷାରୁ ବଞ୍ଚତ୍ତ ହେଉଥିବା ଦର୍ଶାଇ ଆନ୍ଦୋଳନ କରିଥିଲେ। ତେବେ କାହିଁକି ଏହି ଛାତ୍ରୀଛାତ୍ରଙ୍କୁ ସାର୍ଟିଫିକେଟ୍‌ ମିଳିବାରେ ବାଧା ସୃଷ୍ଟି ହେଲା ତା’ ଉପରେ ତଦନ୍ତ ହେବାରୁ ବେଆଇନ ନାମଲେଖା କଥା ପଦାକୁ ଆସିଥିଲା। ଯେହେତୁ ଏହା ଛାତ୍ରୀଛାତ୍ରଙ୍କ ତ୍ରୁଟି ନୁହେଁ ତେଣୁ ସରକାର ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ୧୨୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୨୧ ଜଣଙ୍କ ବିଶ୍ୱବିଦ୍ୟାଳୟ ପଞ୍ଜୀକରଣ ସଂଖ୍ୟା ମହାବିଦ୍ୟାଳୟକୁ ଆସିଯାଇଛି। ଅବଶିଷ୍ଟ ୩ ଜଣ ସାର୍ଟିଫିକେଟ୍‌ ପାଇବା ନେଇ ଆନ୍ତରିକତା ପ୍ରକାଶ କରି ନ ଥିବା ଅଧ୍ୟକ୍ଷ ନୀତାରାଣୀ କର ସୂଚନା ଦେଇଛନ୍ତି।
କର କହିଛନ୍ତି, ଏଣିକି ୧୨୧ ଛାତ୍ରୀଛାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ପାଇବା ପାଇଁ ଆବେଦନ କରି ଏହା ହାସଲ କରିପାରିବେ। ତେବେ ଏଭଳି ବେଆଇନ ନାମଲେଖା ପାଇଁ ମହାବିଦ୍ୟାଳୟର ୨ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ)ଙ୍କୁ ଚାକିରିରୁ ବହିଷ୍କୃତ କରି ଦିଆଯାଇଛି। ସେମାନେ ହେଲେ ଯୁକ୍ତ ତିନି ବିଭାଗ ଡିଇଓ ପ୍ରଦୀପ୍ତ କୁମାର ଜେନା ଓ ଯୁକ୍ତ ଦୁଇର ବିଜ୍ଞାନ ମିହିର ମହାନ୍ତି। ସେହିପରି ସେ ସମୟରେ ନାମଲେଖା ଦାୟିତ୍ୱରେ ଥିବା ବାଣିଜ୍ୟ ବିଭାଗ ଅଧ୍ୟାପକ ଧୀରେନ କୁମାର ମହାନ୍ତିଙ୍କ ଦରମା ବନ୍ଦ ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ସାସ୍ବତ ମିଶ୍ର ଚିଠି କରିଛନ୍ତି। ଏଥିସହ ମହାନ୍ତିଙ୍କୁ ସବୁଦିନ ପାଇଁ ଗ୍ରାଣ୍ଟ ଇନ୍‌ ଏଡ୍‌ (ଦରମା) ବନ୍ଦ ସଂକ୍ରାନ୍ତୀୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ବେଆଇନ ଭାବେ ଛାତ୍ରୀଛାତ୍ରଙ୍କୁ ନାମ ଲେଖାଇଥିବାରୁ କାହିଁକି ତୁମର ଗ୍ରାଣ୍ଟ ଇନ୍‌ ଏଡ୍‌ (ଦରମା) ବନ୍ଦ କରି ଦିଆ ନ ଯିବ ତା’ର ଉତ୍ତର ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଦିଅ। ଏହି ପ୍ରସଙ୍ଗ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।
୨୦୧୫ରେ ଯୁକ୍ତ ତିନିରେ ନାମ ଲେଖାଇଥିବା ୧୨୪ ଛାତ୍ରୀଛାତ୍ରଙ୍କୁ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ନ ମିଳିବାରୁ ସେମାନେ ଅଭିଯୋଗ କଲାପରେ ଏହା ଉପରେ ତଦନ୍ତ ହୋଇଥିଲା। ଶେଷରେ ଜଣାଯାଇଥିଲା, ପାସ୍‌ କରିଥିବା ୧୨୪ ଛାତ୍ରୀଛାତ୍ରଙ୍କ ନାମଲେଖା ଅନିୟମିତତା ଭିତ୍ତିରେ ହୋଇଛି। ଅର୍ଥାତ୍‌ ଯେଉଁ ମାଧ୍ୟମରେ ନାମଲେଖା ହେବା କଥା ତାହା କାଗଜପତ୍ରରେ ଠିକ ଭାବେ କରାଯାଇ ନାହିଁ। ଏପରି କି ଅନେକଙ୍କ ନାମରେ ଜାଲ ଦସ୍ତଖତ ହୋଇଥିଲା। ଅନୁଧ୍ୟାନ ସମୟରେ ତତ୍କାଳୀନ ଅଧ୍ୟକ୍ଷଙ୍କ ଜାଲ ଦସ୍ତଖତ ସଭ୍ୟଙ୍କୁ ବିସ୍ମିତ କରିଥିଲା। କୌଣସି ବାଟରେ ରସିଦ୍‌ କଟାଯାଇ ନାମ ଲେଖା ଯାଇଥିଲା। ମହାବିଦ୍ୟାଳୟ ତରଫରୁ ପରିଚାଳନା ସମିତି ସଭାପତି ତଥା ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଭେଟି ସବୁ କଥା କହିବା ସହ ପ୍ରତିକାର ପାଇଁ ଦାବି କରିଥିଲେ । ପରବର୍ତ୍ତୀ ସମୟରେ ୨ ଡିଇଓଙ୍କୁ କାର୍ଯ୍ୟରୁ ନିବୃତ୍ତ ରଖାଯାଇଥିଲା। କେବଳ ଏତିକି ନୁହେଁ ରିଡର ମହାନ୍ତି ଅନ୍ୟ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ଗତମାସ ୨୫ ତାରିଖରେ ବିଭାଗର ଅନ୍ୟତମ କନିଷ୍ଠ ଅଧ୍ୟାପକ ଜଗନ୍ନାଥ ବେହେରାଙ୍କ ସହ ତାଙ୍କର ବିଭାଗୀୟ ସେମିନାରକୁ ନେଇ ଗଣ୍ଡଗୋଳ ହୋଇଥିଲା। ୨୭ ତାରିଖରେ ରିଡର ମହାନ୍ତି ୫ ଭଡାଟିଆ ବାହୁବଳୀଙ୍କୁ ଆଣି ମହାବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗକ୍ରମେ ଗିରଫ ହୋଇ ଜେଲ ଯାଇଥିଲେ। ସେତେବେଳେ ୫ ବାହୁବଳୀ ଓ ଭଡାରେ ଆସିଥିବା କାର ଚାଳକ ମଧ୍ୟ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ନିକଟରୁ ଏକ ୦.୩୨ ଏମ୍‌ଏମ୍‌ ରିଭରଭର, ୬ ରାଉଣ୍ଡ ଜୀବନ୍ତ ଗୁଳି ଓ କାର (ସଂଖ୍ୟା ଓଡି ୦୫ଟି ୦୦୭୪) ଜବତ ହୋଇଥିଲା। ମାମଲାରେ ମହାନ୍ତିଙ୍କୁ ନିଲମ୍ବନ ପରିବର୍ତ୍ତେ ପୁନଃ କାର୍ଯ୍ୟରେ ଯୋଗ ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ଏହି ପ୍ରସଙ୍ଗ ମଧ୍ୟ ଏବେ ଅଡୁଆ ସ୍ଥିତିରେ ଅଛି। କାରଣ ସରକାରୀ ନିୟମ ଅନୁଯାୟୀ କେହି କର୍ମଚାରୀ ୪୮ ଘଣ୍ଟାରୁ ଅଧିକ ସମୟ ଜେଲରେ ରହିଲେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯିବ। ଏହି ନିୟମ ମହାନ୍ତିଙ୍କ କ୍ଷେତ୍ରରେ ଲାଗୁ କରାଯାଇନାହିଁ। ଅନ୍ୟପକ୍ଷରେ ଅଧ୍ୟାପକ ବେହେରା ଛୁରୀ ଧରି ଗୋଡାଇଥିବା ସମ୍ପର୍କରେ ରିଡର ମହାନ୍ତି ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ଏହା ଉପରେ ଏକ ପାଲଟା ମାମଲା ରୁଜୁ ହୋଇଥିଲେ ସୁଦ୍ଧା ସେ ଗିରଫ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଯୋଗଦେଲେ ରାଜନାରାୟଣ ମହାପାତ୍ର

ଭୁବନେଶ୍ୱର,୧୭ା୪(ଅନିଲ ଦାସ)- ଯାଜପୁର ଜିଲା ଅନ୍ତର୍ଗତ ବଡ଼ଚଣା ନିର୍ବାଚନମଣ୍ଡଳୀର ପିସିସି ସମ୍ପାଦକ ତଥା କ୍ୟାପ୍‌ଟେନ ରାଜନାରାୟଣ ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ...

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

‘ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ନବୀନ’: ବିରୋଧୀ

ଭୁବନେଶ୍ୱର,୧୭।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ତେବେ ଏହାକୁ ନେଇ ବିରୋଧୀ ଦଳ ସମାଲୋଚନା କରିଛନ୍ତି ।...

ଓଡ଼ିଶା କଂଗ୍ରେସର ୨୬ଜଣିଆ ନିର୍ବାଚନ ପରିଚାଳନା କମିଟି, ତାଲିକାରେ ଏହି ବଡ଼ ନେତା

ଭୁବନେଶ୍ୱର,୧୭।୪: ଓଡ଼ିଶା ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ତାଲିକା ବୁଧବାର ଜାରି ହୋଇଛି। ଏହି...

କଟକ-ବାରବାଟୀରେ ଭାଜପାର ବଡ଼ ଗେମ୍‌, ଏହି ଅଭିନେତାଙ୍କୁ ମିଳପାରେ ଚାନ୍ସ!

ଭୁବନେଶ୍ୱର,୧୭।୪: ଅନୁଭବ ମହାନ୍ତିଙ୍କୁ ଭାଜପା କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। ଅନ୍ୟପଟେ କେନ୍ଦ୍ରାପଡା ଏମପି ହୋଇଥିବାରୁ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ...

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବାର ବଡ଼ କାରଣ!

ଭୁବନେଶ୍ୱର,୧୭।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି, ଆହୁରି ୨ ରୁ ୪ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର, ୧୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବାୟୁମଣ୍ଡଳର ନିମ୍ନଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri