Posted inଜାତୀୟ

ଏସ୍‌ପି-ବିଏସ୍‌ପି ମେଣ୍ଟ ଭାଙ୍ଗିଲା

ଲକ୍ଷ୍ନୌ,୪ା୬: ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ୫ ମାସ ତଳେ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଏସ୍‌ପି-ମାୟାବତୀଙ୍କ ବିଏସ୍‌ପିକୁ ନେଇ ଗଠନ ହୋଇଥିବା ମେଣ୍ଟ ଆପାତତଃ ଭାଙ୍ଗିଯାଇଛି। ଆଗାମୀ ଉପନିର୍ବାଚନ ବିଏସ୍‌ପି ଏକାକୀ ଲଢ଼ିବ ବୋଲି ଏହାର ସୁପ୍ରିମୋ ମାୟାବତୀ ସୂଚନା ଦେଇଛନ୍ତି। ସାଧାରଣ ନିର୍ବାଚନରେ ମେଣ୍ଟକୁ ସେଭଳି ସଫଳତା ନ ମିଳିବା ପରେ ଏସ୍‌ପିଠାରୁ ବିଏସ୍‌ପି ଦୂରେଇ ଯିବାକୁ ମନସ୍ଥ କରିଛି। ସୋମବାର ବିଏସ୍‌ପି ସୁପ୍ରିମୋ ମାୟାବତୀ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ କହିଛନ୍ତି ଯେ, ଆଗାମୀ ଉପନିର୍ବାଚନରେ ଦଳ ୧୧ ଆସନରେ ଏକାକୀ ଲଢ଼ିବ । ଖାଲି ସେତିକି ନୁହେଁ’ ୨୦୨୨ ବିଧାନସଭା ନିର୍ବାଚନ ମଧ୍ୟ ବିଏସ୍‌ପି ଏକା ଲଢ଼ିବ ଓ କାହା ସହ ମେଣ୍ଟ କରିବ ନାହିଁ ବୋଲି ସେ କହିଛନ୍ତି॥ ନୂଆଦିଲ୍ଲୀରେ ନବନିର୍ବାଚିତ ଏମ୍‌ପି, ସଙ୍ଗଠନ କର୍ମକର୍ତ୍ତା, ସହଯୋଗୀ, ଜିଲା ସଭାପତିମାନଙ୍କ ବୈଠକରେ ମାୟାବତୀ ଏଭଳି ମତ ଦେଇଥିବା ଜଣାପଡ଼ିଛି।
ପୂର୍ବରୁ ଯାଦବ ଭୋଟକୁ ହାତେଇବା ଲାଗି ପ୍ରୟାସ କରି ଏସ୍‌ପି-ବିଏସ୍‌ପି ମେଣ୍ଟ ଗଠନ କରିବା ସହ ଏହା ଚିରସ୍ଥାୟୀ ରହିବ ବୋଲି କହିଥିଲେ। କିନ୍ତୁ ଏସ୍‌ପି ଯାଦବ ଭୋଟ ହାତେଇବାରେ ବିଫଳ ହେଲା। ଏମିତିକି ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲ ଓ ତାଙ୍କ ପରିବାରର ଅନ୍ୟ ୨ଜଣ ସଦସ୍ୟ ପରାଜୟବରଣ କଲେ। ସାଧାରଣ ନିର୍ବାଚନରେ ଭାଜପାକୁ ୬୨ ଆସନ ମିଳିଥିବାବେଳେ ଏସ୍‌ପିକୁ ୫ ଓ ବିଏସ୍‌ପିକୁ ୧୦ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ଯାଦବ ଭୋଟ ନ ମିଳିବା ପରେ ଏବେ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ମାୟାବତୀ ଏସ୍‌ପି ହାତ ଛାଡ଼ି ଏକା ଲଢ଼ିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏସ୍‌ପି-ବିଏସ୍‌ପି ମେଣ୍ଟ ଦ୍ୱାରା ଦଳକୁ ବହୁ କ୍ଷତି ସହିବାକୁ ପଡ଼ିଛି ବୋଲି ମାୟାବତୀ କହିଛନ୍ତି। ଏଥିସହ ୨୦୨୨ ବିଧାନସଭା ନିର୍ବାଚନ ବିଏସ୍‌ପି ସହ ମେଣ୍ଟକରି ଲଢ଼ିବା ଲାଗି ଯୋଜନା କରିଥିବା ଏସ୍‌ପିକୁ ଶକ୍ତ ଧକ୍କା ଲାଗିଛି। ମେଣ୍ଟରେ ଫାଟନେଇ ଦଳକୁ କୌଣସି ସୂଚନା ନାହିଁ କି ଉପନିର୍ବାଚନରେ ବିଏସ୍‌ପି ଏକା ନିର୍ବାଚନ ଲଢ଼ିବା ସମ୍ପର୍କରେ କିଛି ଅବଗତ କରାଯାଇ ନାହିଁ ବୋଲି ଏସ୍‌ପି ପକ୍ଷରୁ କୁହାଯାଇଛି। ବରିଷ୍ଠ ଏସ୍‌ପି ନେତା ରାଜେନ୍ଦ୍ର ଚୌଧୁରୀ ଏଭଳି ଅଭିଯୋଗକୁ ଖଣ୍ଡନ କରି ଦୁଇ ଦଳ ଏକାଠି ମେଣ୍ଟକରି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri