ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ଜବରଦଖଲ ହଟିଲା

ଆସିକା,୧୮ା୧୦ (ଡି.ଏନ୍‌.ଏ.)- ଆସିକା ସରକାରୀ ଡାକ୍ତରଖାନା ସଂଲଗ୍ନ ବାଣୀବିହାର କଲ୍ୟାଣ ମଣ୍ଡପ ଠାରୁ ଡାକ୍ତରଖାନା ପାଚେରୀ ଯାଏ ଜବରଦଖଲକୁ ଗୁରୁବାର ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। ଏହାଛଡା ଆସିକା ସରକାରୀ ଡାକ୍ତରଖାନାରେ ଚାରିପଟେ ଥିବା ଭଙ୍ଗାରୁଜା ପାଚେରୀକୁ ମଧ୍ୟ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ସର୍ବସାଧାରଣ ରାସ୍ତା ଉପରେ ଦୀର୍ଘଦିନ ଧରି କବ୍‌ଜା କରି ରଖାଯାଇଥିବା ଏକ ବଡ ଜେନେରେଟରକୁ ମଧ୍ୟ ଜବତ କରାଯାଇଛି। ଆସିକା ପୋଲିସ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ସଶସ୍ତ୍ର ପୋଲିସ ଉପସ୍ଥିତିରେ ଏହି ଉଚ୍ଛେଦ ହୋଇଥିଲା। ସୂଚନା ଯୋଗ୍ୟ, ଆସିକା ସରକାରୀ ଡାକ୍ତରଖାନା ଚର୍ତୁପାର୍ଶ୍ୱରେ ଥିବା ମୁକୁଳା ପାଚେରୀ ଦେଇ କେତେକ ଔଷଧ ଦୋକାନୀ ସେମାନଙ୍କ ଦଲାଲ ମାଧ୍ୟମରେ ଡାକ୍ତରଖାନା ଭିତରେ ରୀତିମତ ରୋଗୀଙ୍କ ହାତରୁ ଔଷଧ ଚିଠା ଟାଣି ନେଇ ସେମାନଙ୍କ ଔଷଧ ଦୋକାନ ଓ ପୋଥୋଲୋଜି କ୍ଲିନିକ୍‌ ମାଧ୍ୟମରେ ଶୋଷଣ କରି ଆସୁଥିଲେ। ଏପରିକି ଏହି ବସ୍ତିର ସର୍ବସାଧାରଣ ନାଳ ନର୍ଦ୍ଦମାକୁ ମଧ୍ୟ ଡାକ୍ତରଖାନା ପରିସରକୁ ଛାଡିଦେଉଥିଲେ। ଫଳରେ ଡାକ୍ତରଖାନା ପରିସରରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିଲେ। ଗତ ସୋମବାର ଗଂଜାମ ଏସ୍‌.ପି. ବ୍ରିଜେଶ୍‌ କୁମାର ରଏ ଅଚାନକ ଆସିକା ଡାକ୍ତରଖାନା ପରିଦର୍ଶନରେ ଆସିଥିବାବେଳେ ଏସବୁ ତାଙ୍କ ଦୃଷ୍ଟିକୁ ଆସିଥିଲା। ତୁରନ୍ତ ଏଥିରେ ସୁଧାର ଲାଗି ସେ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ଝଗଡ଼ପଲ୍ଲୀକୁ ହରାଇ ଗୋକର୍ଣ୍ଣପୁର ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଅଧୀନ ଗୋଲଣ୍ଡା ଗ୍ରାମରେ ଚାଲିଥିବା ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri