ବଲାଙ୍ଗୀର, ୧୭ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରସ୍ଥ ମାତୃ ଓ ଶିଶୁ ହସ୍ପିଟାଲର ନବଜାତ ଶିଶୁ ସ୍ବତନ୍ତ୍ର ନବଜାତ ଯତ୍ନ ୟୁନିଟ୍(ଏସ୍ଏନ୍ସିୟୁ)ରୁ ଶୁକ୍ରବାର ସକାଳେ ଜଣେ ନବଜାତ ଶିଶୁପୁତ୍ର ଚୋରି ହୋଇଯାଇଥିଲା। ଘଟଣା ଜଣାପଡ଼ିବା ପରେ ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା। ନବଜାତ ଶିଶୁର ଚୋରି ନେଇ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦୋଷାରୋପ କରି ଅଭିଯୋଗ କରିଥିଲେ। ଜିଲା ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ଏମ୍ସିଏଚ୍ କୋଠା ସମ୍ମୁଖରେ ଧାରଣାରେ ବସି ତୁରନ୍ତ ଶିଶୁପୁତ୍ର ଫେରାଇବା ଦାବି କରିଥିଲେ। ଏହାପରେ ହସ୍ପିଟାଲ ସୁପରିଣ୍ଟେଣ୍ଟେଣ୍ଡ ଡା. ମାନସୀ ପଣ୍ଡା ଟାଉନ ଥାନା ପୋଲିସକୁ ଜଣାଇଥିଲେ। ଟାଉନ ପୋଲିସ ଟିମ୍ ଶିଶୁଚୋରିର ୧୨ ଘଣ୍ଟା ପରେ ବୌଦ୍ଧ ଜିଲା ଘଣ୍ଟାପଡ଼ା ଥାନା ସାହାଜପିଟା ଗଁାରୁ ସମ୍ପୃକ୍ତ ଶିଶୁପୁତ୍ରକୁ ଉଦ୍ଧାରକରି ରାତି ୯ଟାରେ ଭୀମଭୋଇ ମେଡିକାଲ କଲେଜକୁ ଫେରାଇଛି। ହସ୍ପିଟାଲ ଅଧୀକ୍ଷକ ଡା. ପଣ୍ଡା ଏବଂ ଜିଲା ପୋଲିସ ଟିମ୍ ଶିଶୁପୁତ୍ର କିଭଳି ଚୋରିହେଲା ଏବଂ କିଭଳି ଫେରିଲା ସେନେଇ ଗଣମାଧ୍ୟମକୁ କିଛି ବି ତଥ୍ୟ ଦେଇନାହାନ୍ତି। ତେବେ ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।
ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଜିଲା କଣ୍ଟାମାଳ ଥାନା ବୁଡିପଦର ଗଁାର ସୁଶୀଳ ସ୍ବାଇଁଙ୍କ ସ୍ତ୍ରୀ ଝୁମ୍କି ଶୁକ୍ରବାର ସକାଳ ପ୍ରାୟ ୭ଟାରେ ହସ୍ପିଟାଲ ଏମ୍ସିଏଚ୍ କୋଠାରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଜନ୍ମବେଳେ ଶିଶୁର ଓଜନ କମ୍ ଥିବାରୁ ତାଙ୍କୁ ଏସ୍ଏନ୍ସିୟୁକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରର ଜଣେ ମହିଳା ଶିଶୁକୁ ଏସ୍ଏନ୍ସିୟୁରେ ନେଇ ଭର୍ତ୍ତି କରିଥିଲେ। ତେବେ ଦିନ ପ୍ରାୟ ୧୨ଟା ବେଳେ ଶିଶୁଟି ସେଠାରୁ କୁଆଡ଼େ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା। ପରିବାର ଲୋକେ ଏ ନେଇ ପ୍ରଶ୍ନ କରିବାରୁ ଜଣେ ମହିଳା ଓ ଜଣେ ଯୁବକ ସେଠାରୁ ଶିଶୁପୁତ୍ରକୁ ନେଇଯାଇଥିବା ନର୍ସ ଜଣକ କହିଥିଲେ। ତେବେ ଅଜଣା ଲୋକଙ୍କୁ କିଭଳି ପିଲାକୁ ଦିଆଗଲା ସେନେଇ ହସ୍ପିଟାଲ କର୍ତ୍ତୃପକ୍ଷ କିଛି କହି ନ ଥିଲେ। ଏନେଇ ହସ୍ପିଟାଲ ଅଧୀକ୍ଷକ ଡା. ପଣ୍ଡା କେବଳ ଶିଶୁପୁତ୍ର ଚୋରି ହୋଇଥିବା ପୋଲିସକୁ ଜଣାଇଥିବା କହିଥିଲେ। ପୋଲିସ ତଦନ୍ତରୁ ଜଣେ ଯୁବକ ଓ ଜଣେ ମହିଳା ସମ୍ପୃକ୍ତ ଶିଶୁପୁତ୍ରକୁ ହସ୍ପିଟାଲରୁ ନେଇକରି ଯାଉଥିବା ସିସିଟିଭି ଯାଞ୍ଚରୁ ଜଣାପଡ଼ିଥିଲା।
ମିଳିଥିବା ସୂଚନାରୁ ଯେଉଁ ଦମ୍ପତିଙ୍କଠାରୁ ଶିଶୁପୁତ୍ର ଉଦ୍ଧାର ହୋଇଛି ସେଇ ଯୁବକଙ୍କ ସ୍ତ୍ରୀ ଶୁକ୍ରବାର ଭୀମଭୋଇ ମେଡିକାଲ କଲେଜରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଶିଶୁକନ୍ୟାକୁ ନ ନେଇ ଶିଶୁପୁତ୍ରକୁ ଚୋରିକରି ନେଇଯାଇଥିବା ହସ୍ପିଟାଲ ଅକ୍ଷୀଧ୍ୟକ ପଣ୍ଡା ସୂଚନା ଦେଇଛନ୍ତି।
Posted inUncategorized View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

