ଏମ୍‌ଇଏ ସମ୍ମିଳନୀ ବାତିଲ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ମୋଦି ସରକାରଙ୍କ ଦ୍ୱାରା ଧାରା ୩୭୦ର ଉଚ୍ଛେଦ ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ)ର ଦାୟିତ୍ୱ ଓ କାର୍ଯ୍ୟ କିଛି ବଢ଼ିଯାଇଛି। ଭାରତୀୟ କୂଟନୀତିଜ୍ଞମାନେ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା କରିବାରେ ଲାଗିପଡ଼ିଥିବା ବେଳେ ଆସନ୍ତା ସପ୍ତାହରେ ଗୁଜରାଟରେ ହେବାକୁ ଥିବା ବିଭିନ୍ନ ମିଶନ୍‌ର ମୁଖ୍ୟମାନଙ୍କ ବାର୍ଷିକ ବୈଠକକୁ ମନ୍ତ୍ରଣାଳୟ ବାତିଲ କରିଦେଇଛି। ୩୭୦ ଧାରା ଉଚ୍ଛେଦ ହେବାର ଦୁଇ ସପ୍ତାହ ପରେ ଉକ୍ତ ବୈଠକକୁ ବାତିଲ କରିବାର ନିଷ୍ପତ୍ତି ନିଆଯାଇଥିଲା। ସେବେଠାରୁ ଏମ୍‌ଇଏର ଦିଗ୍‌ଗଜମାନେ ଅବଶିଷ୍ଟ ବିଶ୍ୱକୁ ଭାରତର ନିଷ୍ପତ୍ତିର ଯୁକ୍ତିଯୁକ୍ତତା ବିଷୟରେ ବୁଝାଇ ଆସୁଛନ୍ତି। ପ୍ରାୟ ସମସ୍ତ ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ଏବେ ଉକ୍ତ ପ୍ରସଙ୍ଗ ଉପରେ ଅନେକ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ସାମ୍ମୁଖ୍ୟରେ କୂଟନୈତିକ ଆଲୋଚନାରେ ବ୍ୟସ୍ତ। ଆହୁରି ମଧ୍ୟ ଜଣାପଡ଼ିଛି ଯେ, ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ କି ଉକ୍ତ ସମ୍ମିଳନୀକୁ ଉଦ୍‌ଘାଟନ କରିବାର ଥିଲା, ସେମାନେ ସେ ସମୟରେ ଯାତ୍ରା କରୁଥିବେ। ତେବେ ଉକ୍ତ ସମ୍ମିଳନୀ ପାଇଁ ଆଉ କେବେ ସମୟ ଧାର୍ଯ୍ୟ କରାଯିବ କି ତାକୁ ପୂରାପୂରି ବାତିଲ କରିଦିଆଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ରହସ୍ୟଭରା କାର୍ଯ୍ୟକାଳ
ନିକଟରେ ନୂତନ କ୍ୟାବିନେଟ୍‌ ସଚିବ, ପ୍ରତିରକ୍ଷା ସଚିବ, ପ୍ରତିରକ୍ଷା ଉତ୍ପାଦନ ସଚିବ ଏବଂ ଲୋକପାଳଙ୍କ ସଚିବଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି ପରେ କ୍ଷମତା ଅଳିନ୍ଦକୁ ନେଇ ନୂତନ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୧୯୮୨ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବାଙ୍କୁ ନୂତନ କ୍ୟାବିନେଟ୍‌ ସଚିବ କରାଯିବା ନେଇ ହୋଇଥିବା ବିଜ୍ଞପ୍ତିରେ ତାଙ୍କର କାର୍ଯ୍ୟକାଳ ଦୁଇବର୍ଷ ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ପ୍ରତିରକ୍ଷା ସଚିବ, ପ୍ରତିରକ୍ଷା ଉତ୍ପାଦନ ସଚିବ ଓ ଲୋକପାଳଙ୍କ ସଚିବଙ୍କ କାର୍ଯ୍ୟକାଳ ବିଷୟରେ କିଛି ଉଲ୍ଲେଖ ନାହିଁ। ତେବେ ଏଥିରେ କିଛି ଗୁରୁତ୍ୱ ଅଛି କି ନା ସେ ନେଇ ବାବୁ-ନିରୀକ୍ଷକମାନେ ସନ୍ଦେହରେ ଅଛନ୍ତି। ପର୍ଯ୍ୟବେକ୍ଷକମାନଙ୍କ ମତରେ ଗୌବାଙ୍କୁ କ୍ୟାବିନେଟ୍‌ ସଚିବ ଭାବେ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଥିଲା ଏବଂ ତ୍ରୁଟିଶୂନ୍ୟଭାବେ ସରକାରଙ୍କ ୩୭୦ ଧାରା ଉଚ୍ଛେଦ ଯୋଜନାକୁ କାର୍ଯ୍ୟକାରୀ କରିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଲା ବୋଲି କୁହାଯାଉଛି। ନୂତନ ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ ତାଙ୍କ ପୂର୍ବସୁରିଙ୍କ ଧାରାରେ ନିଯୁକ୍ତି ଦିଆଯାଇଥିବା ପରି ମନେହେଉଛି। ସଞ୍ଜୟ ମିତ୍ରଙ୍କୁ ମଧ୍ୟ ଦୁଇବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଅବସର ଓ ଅବଧିରେ ଥିବା ଫାଙ୍କ ପୂରଣ ପାଇଁ ଏହା ତାଙ୍କୁ ସାହାଯ୍ୟ କରିପାରି ନ ଥିଲା। ତେବେ କୁମାର ଅକ୍ଟୋବର ୨୦୨୨ରେ ଅବସର ନେବାର ଅଛି। ତେଣୁ ଅବସର ପର୍ଯ୍ୟନ୍ତ ତିନିବର୍ଷରୁ ଅଧିକ ସେ ପ୍ରତିରକ୍ଷା ସଚିବ ପଦରେ ରହିବେ କି ନାହିଁ, ସେ ନେଇ ବାବୁମାନେ ସନ୍ଦେହ ପ୍ରକାଶ କରିଛନ୍ତି। କାର୍ଯ୍ୟକାଳ ସମ୍ପର୍କରେ ସ୍ପଷ୍ଟ ନ କରି ସରକାର ନାନା ପ୍ରକାର କଳ୍ପନାଜଳ୍ପନାକୁ ଖୋରାକ ଯୋଗାଇଛନ୍ତି। ପ୍ରତିରକ୍ଷା ଉତ୍ପାଦନ ବିଭାଗର ନୂତନ ସଚିବ ସୁଭାଷ ଚନ୍ଦ୍ରଙ୍କ ଚାକିରି ଆଉ ମାତ୍ର ଚାରିମାସ ବାକି ଅଛି। ତେଣୁ ଡିସେମ୍ବର ୨୦୧୯ ପରେ ସରକାର ତାଙ୍କୁ ପୁନର୍ନିଯୁକ୍ତି ଦେବେ କି ନା ସେ ନେଇ ବାବୁମାନେ ସନ୍ଦେହରେ ପଡ଼ିଛନ୍ତି।
ଶାସ୍ତିଜନିତ ବଦଳି
ଦକ୍ଷିଣ ରେଳପଥର ଚିଫ୍‌ ମେକାନିକାଲ ଇଞ୍ଜିନିୟର ଶୁଭ୍ରାଂଶୁଙ୍କୁ ସରକାର ହଠାତ୍‌ ବିହାରକୁ ବଦଳି କରିଦେଇଛନ୍ତି। ଏକ ପ୍ରଶାସନିକ ମାମଲାରେ ସ୍ବାଧୀନ ଭାବେ ନିଷ୍ପତ୍ତି ନେଇଥିବାରୁ ଉପରିସ୍ଥଙ୍କ ରୋଷର ଶିକାର ହୋଇ ସେ ଏପରି ବଦଳିର ସମ୍ମୁଖୀନ ହେଲେ ବୋଲି କୁହାଯାଉଛି। ବଦଳି ପୂର୍ବରୁ ଭାରତର ପ୍ରଥମ ସେମିହାଇସ୍ପିଡ୍‌ ‘ଟ୍ରେନ୍‌ ୧୮’ ବା ପରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଭାବେ ପୁନର୍ନାମିତ ଟ୍ରେନ୍‌ର ଡିଜାଇନ ଓ ବିକାଶ ପାଇଁ ତାଙ୍କର ଖୁବ୍‌ ପ୍ରଶଂସା କରାଯାଉଥିଲା। କିନ୍ତୁ ଯେତେବେଳେ ସେ ପାଣ୍ଠି ଅଭାବରୁ ଅନେକ ଟ୍ରେନ୍‌ରେ ଅନ୍‌ବୋର୍ଡ ହାଉସ୍‌କିପିଙ୍ଗ୍‌ ସର୍ଭିସ୍‌କୁ ବନ୍ଦ କରିଦେବାକୁ ଆଦେଶ ଦେଲେ ତାହା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦେହରେ ଯାଇ ନ ଥିଲା। ପ୍ରାପ୍ତ ସୂଚନା ଅନୁସାରେ ରେଳ କଣ୍ଟ୍ରାକ୍ଟରମାନଙ୍କୁ ଟଙ୍କା ଦେବା ପାଇଁ ପାଣ୍ଠିର ଅଭାବ କଥା ଯେତେବେଳେ ପଦାକୁ ଆସିଲା, ସେତେବେଳେ ରେଳ ମନ୍ତ୍ରଣାଳୟ ତତ୍କାଳ କିଛି ପାଣ୍ଠି ଯୋଗାଇଦେଲେ ଏବଂ ଏହାକୁ ନେଇ ନକାରାତ୍ମକ ପ୍ରଚାର ବାବୁଙ୍କ ପାଇଁ କାଳ ହେଲା। କୌତୂହଳର କଥା ହେଲା ଶୁଭ୍ରାଂଶୁଙ୍କ ମତକୁ ଦକ୍ଷିଣ ରେଳପଥର ଜେନେରାଲ ମ୍ୟାନେଜର ରାହୁଲ ଜୈନ ସମର୍ଥନ କରିଥିଲେ। ସେ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ସତର୍କ କରାଇ ଦେଇଥିଲେ ଯେ ଯଥାସମୟରେ ଯଥେଷ୍ଟ ପାଣ୍ଠି ଯୋଗାଇ ନ ଦେଲେ ଯାତ୍ରୀମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ପ୍ରତ୍ୟାହାର କରି ନିଆଯିବ। ତେବେ ପାଣ୍ଠି ଯୋଗାଣ ଓ ଶୁଭ୍ରାଂଶୁଙ୍କ ବଦଳି ଏକ ସମୟରେ ହୋଇଥିବା ଜଣାପଡ଼ିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri