ଏବେଠୁ ଚଳଚଞ୍ଚଳ ସାବିତ୍ରୀଆଡ଼ି

ବନ୍ତ, ୧।୬ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ତୋଟାସାହିରେ ଥିବା ସାବିତ୍ରୀଆଡ଼ି ପୀଠ ଚଳଚଞ୍ଚଳ ହୋଇଉଠିଛି। ଆଉ ୨ ଦିନ ପରେ ସାବିତ୍ରୀ ଓଷା। ପ୍ରତିବର୍ଷ ସାବିତ୍ରୀ ବ୍ରତ ଦିନ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରୁ ହଜାର ହଜାର ସଧବା ନାରୀ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି। ଚଳିତବର୍ଷ ମଧ୍ୟ ସଧବାମାନଙ୍କ ସାମୂହିକ ପୂଜାର୍ଚ୍ଚନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିସହ ୫ ଦିନ ଧରି ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନର ବ୍ୟବସ୍ଥା କରାଯାଇଛି। ବ୍ରତ ଦିନ ସୁରୁଖୁରୁରେ କାର୍ଯ୍ୟକ୍ରମ ପରିଚାଳନା ନେଇ ପୂଜା କମିଟି ଓ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ବ୍ରତଧାରୀ ମହିଳାମାନେ ଏଠାକୁ ଆସି ମା’ ସାବିତ୍ରୀଙ୍କୁ ବିଭିନ୍ନ ଫଳ, ଫୁଲ ଅର୍ପଣ କରି ବିଧି ଅନୁସାରେ ପୂଜାର୍ଚ୍ଚନା କରିଥାନ୍ତି। ଶଙ୍ଖା, ଶାଢ଼ି ଅର୍ପଣ ପୂର୍ବକ ୨୧ ପ୍ରକାରର ଫଳମୂଳରେ ନୈବେଦ୍ୟ ବାଢ଼ିଥାନ୍ତି। ବ୍ରତଧାରୀମାନେ ଉପବାସ ରହି ନିଷ୍ଠାର ସହ ସ୍ବାମୀଙ୍କ ଦୀର୍ଘାୟୁ କାମନା କରନ୍ତି। ପୂଜକ ଜୟକୃଷ୍ଣ ପଣ୍ଡାଙ୍କ ରଚିତ ‘ସାବିତ୍ରୀ ବ୍ରତ’ ପୁସ୍ତକରୁ ଏହି ପୀଠର ମହାତ୍ମ୍ୟ ବିଷୟରେ ଜାଣିବାକୁ ମିଳିଥାଏ। ମତ୍ସ୍ୟ ପୁରାଣ ଅନୁସାରେ ସତ୍ୟଯୁଗରେ ଦ୍ୟୁମତ୍‌ସେନ୍‌ ନାମକ ଜଣେ ରାଜା ଏଠାରେ ରାଜତ୍ୱ କରୁଥିଲେ। ପୂର୍ବ ଦିଗରେ ଜାମ୍ବବ ନାମକ ରାକ୍ଷସ ବାସ କରୁଥିଲା। ସେ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ରାଣୀ ଶବ୍ୟାଙ୍କ ଶିଶୁପୁତ୍ର ସତ୍ୟବାନଙ୍କୁ ବନ୍ଦୀ କରି ନେଇଯାଇଥିଲା। ଯୁଦ୍ଧରେ ରାଜା ଦୁଇ ଆଖି ହରାଇବା ପରେ ଅତ୍ୟନ୍ତ ଅସହାୟ ହୋଇପଡ଼ିଥିଲେ। ଏଥିରେ ସମଗ୍ର ରାଜ୍ୟବାସୀ ବ୍ୟଥିତ ହୋଇ ଭଗବାନଙ୍କୁ ଆକୁଳ ପ୍ରାର୍ଥନା କରିଥିଲେ। ସେମାନଙ୍କ ପ୍ରାର୍ଥନା ଶୁଣି ଭଗବାନ ମାଧବ ରୂପରେ ସେଠାରେ ଜନ୍ମନେଇ ରାକ୍ଷସକୁ ବଧ କରିଥିଲେ। ଉକ୍ତ ସ୍ଥାନ ଏବେ ତୋଟାସାହି ନାମରେ ନାମିତ ହୋଇଛି। ରାଜାଙ୍କ ପୁତ୍ର ସତ୍ୟବାନ ରାଜ୍ୟଭାର ଗ୍ରହଣ କରିବା ପରେ ସେଠାରେ ଏକ ତେନ୍ତୁଳି ବୃକ୍ଷ ମୂଳେ ମା’ ସାବିତ୍ରୀ ଓ ସତ୍ୟବାନଙ୍କ ମୁଗୁନି ପଥର ମୂର୍ତ୍ତି ସ୍ଥାପନ କରିଲେ। ପରେ ପାର୍ଶ୍ୱଦେବତା ଭାବେ ମହାବଳୀ ହନୁମାନ ଏଠାରେ ପୂଜା ପାଇ ଆସୁଛନ୍ତି। ଏହି ପୀଠ ପ୍ରାଚୀନତାର ନିଦର୍ଶନ ବହନ କରୁଛି। ସାବିତ୍ରୀଆଡି ଭାବେ ପରିଚିତ ଏହି ପୀଠର ଉନ୍ନତି ଦାୟିତ୍ୱ ସରକାର ହାତକୁ ନେଲେ ଏହାର ପ୍ରସିଦ୍ଧି ବ୍ୟାପକ ହୋଇପାରନ୍ତା ବୋଲି ସ୍ଥାନୀୟ ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ସମେତ ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri