Posted inଖେଳ

ଏଥର ଦୋହାରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ବିଶ୍ୱ ଆଥଲେଟିକ ଚାମ୍ପିୟନଶିପ୍‌ ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଛି। ଏହି ମେଗା ଇଭେଣ୍ଟର ୧୭ତମ ସଂସ୍କରଣ ଏଥର କାତାର ରାଜଧାନୀ ଦୋହାରେ ଆୟୋଜନ ହେବ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଏହା ଅକ୍ଟୋବର ୬ ତାରିଖରେ ଶେଷ ହେବ। ଦୋହାର ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହାର ଆୟୋଜନ ହେବ…

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣ କାତାର୍‌ ରାଜଧାନୀ ଦୋହାଠାରେ ଚଳିତ ମାସ ୨୭ତାରିଖରୁ ଆରମ୍ଭ ହେବ। ଏହା ଅକ୍ଟୋବର ମାସ ୬ତାରିଖ ପର୍ଯ୍ୟନ୍ତ ଚାଲିବ। ଇଣ୍ଟରନାଶନାଲ୍‌ ଆସୋସିଏଶନ୍‌ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ୍‌ (ଆଇଏଏଏଫ୍‌) ଦ୍ୱାରା ଆୟୋଜିତ ଏହି ମେଗା ଇଭେଣ୍ଟ ବିଶ୍ୱସ୍ତରୀୟ ଆଥଲେଟମାନଙ୍କର ବେଶ୍‌ ପସନ୍ଦର ପ୍ରତିଯୋଗିତା ରୂପେ ଲୋକପ୍ରିୟତା ହାସଲ କରିଛି । ଅଲିମ୍ପିକ୍ସ ପରେ ଏହା ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତାର ମାନ୍ୟତା ପାଇଛି। ଏହା ପ୍ରତି ୪ବର୍ଷରେ ଥରେ ଅନୁଷ୍ଠିତ ହୋଇଆସୁଛି। ଅଲିମ୍ପିକ୍ସ ପରି ଏହି ମେଗା ପ୍ରତିଯୋଗିତାରେ ଅନେକ ଷ୍ଟାର ଆଥଲେଟଙ୍କ ସମାଗମ ଏହି ପ୍ରତିଯୋଗିତାକୁ ଆକର୍ଷଣୀୟ କରିବା ସହିତ ବିଶ୍ୱସ୍ତରୀୟ ପ୍ରତିଯୋଗୀମାନଙ୍କୁ ରେକର୍ଡ ସ୍ଥାପନ କରିବା ପାଇଁ ସହାୟକ ହୋଇଥାଏ। ଏସିଆ ମହାଦେଶର ତଥା ମଧ୍ୟପ୍ରାଚ୍ୟ ଦେଶ କାତାର ରାଜଧାନୀ ଦୋହାଠାରେ ଥିବା ଖଲିଫା ଇଣ୍ଟରନ୍ୟାଶନାଲ୍‌ ଷ୍ଟାଡିୟମରେ ପ୍ରତିଯୋଗିତାର ସବୁ ଇଭେଣ୍ଟ ଆୟୋଜନ ହେବ। ସୂଚନାଯୋଗ୍ୟ ଯେ, ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ୫ମ ଥର ପାଇଁ ଏସିଆ ମହାଦେଶରେ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ଜାପାନର ଟୋକିଓଠାରେ ୨ଥର, ଚାଇନା ଏବଂ ସାଉଥ୍‌ କୋରିଆରେ ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଛି। ୨୦୧୭ ମସିହାରେ ଲଣ୍ଡନଠାରେ ଏହି ପ୍ରତିଯୋଗିତାର ୧୬ତମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ବିଡିଂ ପ୍ରକ୍ରିୟାରେ ୨୦୧୪ ମସିହା ନଭେମ୍ବର ୧୮ତାରିଖରେ ଆଇଏଏଏଫର ବାର୍ଷିକ ବୈଠକ ମୋନାକୋ ସହରଠାରେ ଅନୁଷ୍ଠିତ ହୋଇଥିଲା। ଆୟୋଜକ ତାଲିକାରେ ବାର୍ସିଲୋନା (ସ୍ପେନ), ଦୋହା (କାତାର), ୟୁଜେନ୍‌ (ୟୁଏସ୍‌ଏ) ସହର ସାମିଲ ହୋଇଥିଲେ ମଧ୍ୟ କାତାର୍‌ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ କରିବା ପାଇଁ ସୁଯୋଗ ପାଇଥିଲା। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହି ମେଗା ଚାମ୍ପିୟନଶିପ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି। ଆଇଏଏଏଫ୍‌ ର ଟେକ୍‌ନିକାଲ କମିଟିର ଘୋଷଣା କ୍ରମେ ଏହି ପ୍ରତିଯୋଗିତା ପାଇଁ ଅଂଶଗ୍ରହଣ କରୁଥିବା ଆଥଲେଟମାନେ ସେମାନଙ୍କର ବିଶ୍ୱ ର଼୍ୟାକିଙ୍ଗ୍‌ ମାନ୍ୟତା ଆଧାରରେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଏଥିସହିତ ଆଇଏଏଏଫ ଦ୍ୱାରା ଘୋଷିତ ଷ୍ଟାଣ୍ଡାର୍ଡ ଟାଇମିଂ ସହିତ ୨୦୦୯ର ଡାଇମଣ୍ଡ ଲିଗ୍‌ର ପ୍ରଦର୍ଶନ ଏବଂ ଫଳାଫଳ ଅନୁସାରେ ମଧ୍ୟ ବିଶ୍ୱସ୍ତରୀୟ ପ୍ରତିଯୋଗୀମାନେ ’ୱାଇଲ୍ଡ କାର୍ଡ ଏଣ୍ଟ୍ରି’ ମାଧ୍ୟମରେ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ।
ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ରନିଂ ରେସ୍‌ (୧୦୦ମି., ୨୦୦ମି., ୪୦୦ମି., ୧୫୦୦ମି, ୫୦୦୦ମି) ସହିତ ମାରାଥନ ହର୍ଡଲ୍ସ, ଡେକାଥେଲନ୍‌, ଷ୍ଟିପଲଚେଜ୍‌, ହାଇଜମ୍ପ, ପୋଲଭୋଲ୍ଟ, ଶଟ୍‌ପୁଟ୍‌, ଜାଭେଲିନ୍‌ ଥ୍ରୋ, ରିଲେ ରେସ ପରି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ୨୧୪ଟି ମେମ୍ବର୍ସ ଫେଡେରେଶନର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିବେ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦେଶ ରୁଷିଆନ୍‌ ଆଥଲେଟିକ ଫେଡେରେଶନ୍‌କୁ ଆଇଏଏଏଫ୍‌ ବାସନ୍ଦ କରିଛି। କାରଣ ଏହାର ଅଧିକାଂଶ ଆଥଲେଟ୍‌ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ରୁଷିଆ ଏହାର ଦୃଢ ପ୍ରତିବାଦ କରିବା ସହିତ ଏପରି ଏକ ସମ୍ମାନଜନକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରୁ ନିଜକୁ ଦୂରେଇ ରଖିଛି। ବର୍ତ୍ତମାନ ଉଭୟ ପୁରୁଷ ଏବଂ ମହିଳା ଟ୍ରାକ ଆଣ୍ଡ୍‌ ଫିଲ୍ଡ ରେକର୍ଡ ରହିଛି। ପୁରୁଷ ୧୦୦ମି. ପାଇଁ ୧୦.୧୦ ସେକେଣ୍ଡ ରହିଛି। ଏବଂ ୧୧.୨୪ ସେକେଣ୍ଡ ମହିଳା ୧୦୦ମି. ପାଇଁ ରହିଛି। ପୁରୁଷ ୨୦୦ ମିଟର ରେସ୍‌ ପାଇଁ ରେକର୍ଡ ୨୦.୪୦ ସେକେଣ୍ଡ ରହିଛି। ସେହିପରି ୨୩.୨୮ ସେକେଣ୍ଡ ମହିଳାଙ୍କ ପାଇଁ ରହିଛି। ପୁରୁଷ ୪୦୦ ମିଟରରେ ରେକର୍ଡ ୪୫.୩୦ସେକେଣ୍ଡ ରହିଛି । ସେହିପରି ମହିଳା ୪୦୦ମି. ରେସ ପାଇଁ ରେକର୍ଡ ୫୧.୮୦ ସେକେଣ୍ଡ ରହିଛି। ଏହି ପ୍ରତିଯୋଗିତାଗୁଡିକ ପାଇଁ ସମଗ୍ର ବିଶ୍ୱରୁ ୪୮ଜଣ ଲେଖାଏଁ ପ୍ରତିଯୋଗୀ ରହିଥିବା ବେଳେ ମହିଳା ୨୦୦ମିଟର ପାଇଁ ୫୬ ଜଣ ଭାଗ ନେଇ ପାରିବେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଥମ ସଂସ୍କରଣ ସ୍ବିଡେନଠାରେ ଅନୁଷ୍ଠିତ ହୋଇଥିବା ବେଳେ ଗୋଟିଏ ଇଭେଣ୍ଟ ପାଇଁ ୨୦ଟି ସଭ୍ୟ ଦେଶରୁ ମାତ୍ର ୪୨ଜଣ ପ୍ରତିଯୋଗୀ ଭାଗନେଇଥିଲେ। ୨୦୧୭ ମସିହାରେ ଏହାର ୧୬ତମ ସଂସ୍କରଣ ଗ୍ରେଟ୍‌ ବ୍ରିଟେନ୍‌ର ଲଣ୍ଡନଠାରେ ୪ଅଗଷ୍ଟ ରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦୫ଟି ଦେଶରୁ ୪୮ଟି ଇଭେଣ୍ଟ ପାଇଁ ୨୦୩୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଆମେରିକା ଏହି ସଂସ୍କରଣର ପଦକ ତାଲିକାରେ ଶୀର୍ଷରେ ରହିଥିଲା। ଆମେରିକା ମୋଟ୍‌ ୩୦ଟି ପଦକ (୧୦ଟି ସ୍ବର୍ଣ୍ଣ, ୧୧ଟି ରୌପ୍ୟ, ୯ଟି ବ୍ରୋଞ୍ଜ୍‌) ହାସଲ କରିଥିଲା। ସେହିପରି କେନିଆ ମୋଟ୍‌ ୧୧ଟି ପଦକ ସହ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲା। କେନିୟା ୫ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ, ୪ଟି ବ୍ରୋଞ୍ଜ୍‌ ପଦକ ଜିତିଥିଲା। ସେହିପରି ଦକ୍ଷିଣ ଆଫ୍ରିକା ୧୦ ପଦକ ସହ ତୃତୀୟ ସ୍ଥାନରେ ରହିଥିଲା। ଦକ୍ଷିଣ ଆଫ୍ରିକା ୭ଟି ସ୍ବର୍ଣ୍ଣ, ୧ଟି ରୌପ୍ୟ, ୨ଟି ବ୍ରୋଞ୍ଜ ପଦକ ହାସଲ କରିଥିଲା। ଭାରତ କୌଣସି ପଦକ ଜିତିବାକୁ ସକ୍ଷମ ହୋଇ ନ ଥିବା ବେଳେ ୪୨ଟି ଦେଶ ୧୪୫ଟି ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଆୟୋଜକ ଦେଶ ଗ୍ରେଟ ବ୍ରିଟେନ ୬ଷ୍ଠ ସ୍ଥାନରେ ରହିଥିଲା।
ଆମେରିକାର ଜଷ୍ଟିନ ଗାଟଲିନ୍‌ ୧୦୦ମିଟର ରେସରେ ପୁରୁଷ ବିଭାଗରେ ୯.୯୨ ସେକେଣ୍ଡରେ ଗୋଲଡ ମେଡାଲ ହାସଲ କରିଥିବା ବେଳେ ୨୦୦ମିଟରରେ ତୁର୍କୀର ରାମିଲ ଗଲିଏଭ୍‌ ୨୦.୦୯ ସେକେଣ୍ଡରେ ସ୍ବର୍ଣ୍ଣ ଏବଂ ୪୦୦ମିଟର ରେସ୍‌ରେ ସାଉଥ ଆଫ୍ରିକାର ୱାଡେଭାନ୍‌ ନିଏକେର୍କ ୪୩.୯୮ ସେକେଣ୍ଡରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ମହିଳା ବିଭାଗର ୧୦୦ମିଟର ରେସ୍‌ରେ ଆମେରିକାର ଟୋରିବୋୱି ୧୦.୮୫ ସେକେଣ୍ଡରେ ସ୍ବର୍ଣ୍ଣ ପଦକ ପାଇଥିଲେ।
ଏପର୍ଯ୍ୟନ୍ତ ଅନୁଷ୍ଠିତ ୧୬ଟି ସଂସ୍କରଣରେ ଆମେରିକା ପଦକ ତାଲିକାରେ ୧୫୬ଟି ସ୍ବର୍ଣ୍ଣ, ୧୦୫ଟି ରୌପ୍ୟ ଏବଂ ୯୧ଟି ବ୍ରୋଞ୍ଜ୍‌ ସହ ମୋଟ ୩୫୨ଟି ପଦକ ସହ ଶୀର୍ଷରେ ରହିଛି। କେନିଆ ୫୫ଟି ସ୍ବର୍ଣ୍ଣ, ୪୮ଟି ରୌପ୍ୟ ଏବଂ ୩୭ଟି ବ୍ରୋଞ୍ଜ୍‌ ସହ ମୋଟ ୧୪୦ଟି ପଦକ ପାଇ ଦ୍ୱିତୀୟ ଏବଂ ରୁଷିଆ ୪୩ଟି ସ୍ବର୍ଣ୍ଣ, ୫୨ଟି ରୌପ୍ୟ ଏବଂ ୪୮ଟି ବ୍ରୋଞ୍ଜ୍‌ ସହ ମୋଟ ୧୪୩ଟି ପଦକ ସହ ୩ୟ ସ୍ଥାନରେ ରହିଛି।
ଏସିଆ ମହାଦେଶରୁ ସବୁଠାରୁ ସଫଳ ଦେଶ ରୂପେ ଚାଇନା ୧୬ଟି ସ୍ବର୍ଣ୍ଣ, ୨୨ଟି ରୌପ୍ୟ ଏବଂ ୧୮ଟି ବ୍ରୋଞ୍ଜ୍‌ ସହ ମୋଟ ୫୬ଟି ପଦକ ପାଇ ଶୀର୍ଷରେ ରହିଛି। ଭାରତର ପ୍ରଦର୍ଶନ ଏହି ମେଗା ଇଭେଣ୍ଟରେ ନିହାତି ମାମୁଲି ରହିଛି। ସମସ୍ତ ସଂସ୍କରଣରୁ ଗୋଟିଏ ରୌପ୍ୟ ଏବଂ ୧ଟି ବ୍ରୋଞ୍ଜ୍‌ ପାଇଛି। ଏହା ବିଶ୍ୱସ୍ତରୀୟ ଆଥ୍‌ଲେଟ ସୃଷ୍ଟି କରିବାରେ ଆମ ଦେଶର ଦୁର୍ବଳତାକୁ ପଦାରେ ପକାଇଛି। ଆଇଏଏଏଫ୍‌ର ୧୦୧ଟି ଦେଶ ଏପର୍ଯ୍ୟନ୍ତ ପଦକ ପାଇଥିବା ବେଳେ ମୋଟ ୨୧୯୮ଟି ପଦକ ବିଭିନ୍ନ ଇଭେଣ୍ଟରେ ଆଥଲେଟମାନେ ପାଇଛନ୍ତି। ଆଇଏଏଏଫ ଇତିହାସରେ ଜାମାଇକା ତାରକା ସ୍ପ୍ରିଣ୍ଟର ଉସେନ୍‌ ବୋଲ୍ଟ ସର୍ବାଧିକ ୧୪ଟି ମେଡାଲ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ହାସଲ କରି ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି କାର୍ଲ ଲୁଇସ୍‌ ମାଇକେଲ ଜନସନ୍‌ ଅନେକ ରେକର୍ଡ ସ୍ଥାପନ କରିଥିବା ବେଳେ ଆଲିସନ୍‌ ଫେଲିକ୍ସ ମହିଳା ବିଭାଗରେ ରେକର୍ଡ ୧୬ଟି ପଦକ ସହ ଆଗରେ ରହିଛନ୍ତି।
ଏଥର ୧୭ତମ ସଂସ୍କରଣ ପାଇଁ ଆଥଲେଟିକ୍ସ ଫେଡେରେଶନ୍‌ ଅଫ ଇଣ୍ଡିଆ ଭାରତୀୟ ଦଳ ଘୋଷଣା କରିଛି। ୧୪ଟି ଇଭେଣ୍ଟ ପାଇଁ ୨୫ଜଣ ଆଥଲେଟଙ୍କ ନାମ ଘୋଷଣା କରାଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାମ ଏହି ତାଲିକାରେ ନାହିଁ। କାରଣ ମହିଳା ବିଭାଗରେ ୧୦୦ମିଟର ପାଇଁ ମୋଟ ୪୮ ଜଣ ପ୍ରତିଯୋଗୀ ଭାଗନେବେ। ମାତ୍ର ୧୦୦ମିଟର ରେସ୍‌ ପାଇଁ ଟାଇମିଂ ରହିଛି ୧୧.୨୪ ସେକେଣ୍ଡ। ଦୂତୀଙ୍କ ବ୍ୟକ୍ତିଗତ ରେକର୍ଡକୁ ଆଧାର କରି ଆଇଏଏଏଫ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମାଧ୍ୟମରେ ଦୂତୀ ଚାନ୍ଦଙ୍କୁ ସୁଯୋଗ ଦେଇପାରେ। ଏଥର ଭାରତ ପଦକ ତାଲିକାରେ ସଫଳତା ପାଇବ ବୋଲି ଆଶା କରାଯାଇପାରେ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri