Posted inଫୁରସତ

ଏଠି ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ

ମଣିଷ ଭଳି ଶ୍ରେଷ୍ଠ ଜୀବଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ ବ୍ୟବସ୍ଥା। ହେଲେ ବିଲୁପ୍ତପ୍ରାୟ ପକ୍ଷୀ ଶାଗୁଣ ଓ ଚିଲଙ୍କ ପାଇଁ ରହିଥିବା ରେଷ୍ଟୁରାଣ୍ଟ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଆମ ଦେଶରେ ହିଁ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ। କାନପୁର ଜୁଲୋଜିକାଲ ପାର୍କରେ ଖୋଲିଛି ଏହି ରେଷ୍ଟୁରାଣ୍ଟ। ଏଠି କେବଳ ଏହି ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ଖୋଲାଯାଇଛି ଏହି ନିଆରା ରେଷ୍ଟୁରାଷ୍ଟ। ତେବେ ୨ଟି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏହା ଖୋଲାଯାଇଥିବା କୁହାଯାଉଛି। ଗୋଟିଏ ହେଉଛି ମୃତ ପଶୁପକ୍ଷୀଙ୍କୁ ଏଣେ ତେଣେ ଫୋପାଡି ପରିବେଶ ଦୂଷିତ କରିବା ପ୍ରକ୍ରିୟାକୁ ରୋକିବା ଓ ଅନ୍ୟଟି ହେଉଛି ବିଲୁପ୍ତପ୍ରାୟ ପକ୍ଷୀ ଶାଗୁଣା ଓ ଚିଲଙ୍କ ସଂରକ୍ଷଣ କରିବା। ଏହାର ଆଉ ଏକ ଉଦ୍ଦେଶ୍ୟ ହେଉିଛି ଏକା ସଙ୍ଗେ ବହୁସଂଖ୍ୟାରେ ଚିଲ ଓ ଶାଗୁଣାଙ୍କୁ ଚିଡିଆ ଘରକୁ ନିମନ୍ତ୍ରଣ ଦେବା। ବିଶେଷଜ୍ଞଙ୍କ କହିବା କଥା ହେଲା ଏବେ ଦେଶରେ ଏହି ପକ୍ଷୀଙ୍କ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। ତେଣୁ ଏବେ ଏମାନଙ୍କର ସଂରକ୍ଷଣ କରିବା ଜରୁରୀ ହୋଇପଡିଛି। ଯଦି ଏକାସହ ବହୁ ପରିମାଣରେ ଶାଗୁଣା ଏକାଠି ହେବେ ତେବେ ସେମାନେ ପ୍ରଥମେ ବସା ବାନ୍ଧିବା ଆରମ୍ଭ କରିବେ। ପରେ ସେମାନଙ୍କ ବଂଶବୃଦ୍ଧି ମଧ୍ୟ ହେବ। ସବୁଠାରୁ ବଡ କଥା ହେଲା ଏହା ହେଉଛି ଏକ ଓପନ୍‌ ରେଷ୍ଟୁରାଣ୍ଟ। ଚାରିପଟରେ ଗଛ ଲଗାଇ ମଝିରେ ମଝିରେ କାଠର ବାଡା ଲଗାଇ ଖୋଲା ଆକାଶ ତଳେ ଏହି ରେଷ୍ଟୁରାଣ୍ଟ ତିଆରି କରାଯାଇଛି। ତେବେ ଚିଲ, ଶାଗୁଣାଙ୍କ ପରି ଅନ୍ୟ ଶିକାରି ପକ୍ଷୀମାନେ ମଧ୍ୟ ଏଠାକୁ ଆସିପାରିବେ। ମଝିରେ ମଝିରେ ଲଗାଯାଇଥିବା କାଠର ମୋଟା ମୋଟା ବାଡା ଉପରେ ବସି ଏମାନେ ଆରାମରେ ଖାଦ୍ୟ ଖାଇବା ସହ ନିକଟରେ ତିଆରି କରାଯାଇଥିବା ଏକ ପୋଖରିରୁ ପାଣି ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଠାରେ ଥିବା ପ୍ରାଣୀ ଚିକିତ୍ସକଙ୍କ ମତରେ ପୂର୍ବରୁ ମୃତ ପଶୁପକ୍ଷୀଙ୍କ ଶରୀରକୁ ଚାରୋଟି ସ୍ଥାନରେ ପକାଯାଉଥିଲା। ବର୍ଷା ସମୟରେ ଏଥିରୁ ଖୁବ୍‌ ଦୁର୍ଗନ୍ଧ ହେବା ସହ ପରିବେଶ ଦୂଷିତ ହେଉଥିଲା। ଏବେ ଏହି ରେଷ୍ଟୁରାଣ୍ଟ ଖୋଲିବା ଫଳରେ ଦୁର୍ଗନ୍ଧ କମିବା ସହ ପରିବେଶ ମଧ୍ୟ ଦୂଷିତ ହେଉନାହିଁ। ଅନ୍ୟପଟେ ବିଲୁପ୍ତପ୍ରାୟ ପକ୍ଷୀମାନଙ୍କର ସଂରକ୍ଷଣ ବି ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri