ଏକ ଆହ୍ବାନ

ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ) ଜାନୁୟାରୀ ୨୯ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇ ପେବୃୟାରୀ୧ରେ ବଜେଟ ଉପସ୍ଥାପନ ହେବ ବୋଲି ସୁପାରିସ କରିଛି। ଏହି ଅଧିତ୍ବେଶନରେ ଆସିବାକୁ ଥିବା ବଜେଟ କେନ୍ଦ୍ର ସରକାରଙ୍କ ଶକ୍ତି ପରୀକ୍ଷା କରିବ, ଯାହା ଅତୀତରେ କେବେ ହୋଇ ନ ଥିତ୍ଲା। ଆର୍ଥିକ ଅଭିବୃଦ୍ଧିର ନକାରାମତ୍କ ସ୍ଥିତି ଓ କୋଭିଡ୍‌-୧୯ରେ ଲୋକମାନଙ୍କ ଜୀବନ ଜୀବିକା ସର୍ବନାଶ ହୋଇଥିବାବେଳେ ସରକାରଙ୍କ ପାଇଁ ଏଥର ଅଧିକ ଆହ୍ବାନ ରହିଛି। କେନ୍ଦ୍ର ଅର୍ଥ ବିଭାଗ ମଧ୍ୟ ଏଭଳି ଅନେକ ଚ୍ୟାଲେଞ୍ଜ ବା ଆହ୍ବାନର ସମ୍ମଖୀନ ହେଉଛି। କରୋନା ଭାଇରସକୁ ନିୟନ୍ତ୍ରଣ କରିବାକୁ ବାକି ରହିଥିବାବେଳେ ବେରୋଜଗାରି ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି। ସମ୍ବଳ ତୀବ୍ର ଗତିରେ କମିଯାଇଛି। ଲୋକଙ୍କ ଚାକିରି ଚାଲିଯାଇଛି। ସାର୍ବଜନିକ ଖର୍ଚ୍ଚ ମଧ୍ୟ ଭୀଷଣ ଭାବେ ହ୍ରାସ ପାଇଛି। ଚାହିଦା ବି ଉତ୍ସାହଜନକ ନୁହେଁ। ଏହି ପରିପ୍ରେକ୍ଷୀରେ ଲୋକମାନେ ଅର୍ଥମନ୍ତ୍ରୀଙ୍କଠାରୁ ବହୁତ କିଛି ଆଶା କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବି ଇସାର ଦେଇସାରିଲେଣି ଯେ,ଦେଶର ଇତିହାସରେ ଆଗାମୀ ବଜେଟ ସବୁଠୁ ଭିନ୍ନ ହେବ। ସମ୍ପୂର୍ଣ୍ଣ ରସାତଳଗାମୀ ଅର୍ଥବ୍ୟବସ୍ଥାକୁ ଉଦ୍ଧାର କରି କିପରି ଅଭିବୃଦ୍ଧିର ଟ୍ରାକ୍‌କୁ ଅଣାଯାଇପାରିବ ତାହା ଅର୍ଥମନ୍ତ୍ରୀ ଓ ତାଙ୍କ ନୀତି ନିର୍ଦ୍ଧାରକ ଟିମ୍‌ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇ ରହିଛି। ଏଥିପାଇଁ ଆବଶ୍ୟକ ଏକ ଅସାଧାରଣ ପଦକ୍ଷେପ ଓ ସମ୍ବଳ। ଅର୍ଥାତ, ଭିତ୍ତିିଭୂମି ପ୍ରକଳ୍ପଗୁଡ଼ିକରେ ନିବେଶ ବୃଦ୍ଧି କରିବାକୁ ହେବ, ଯାହା ନିଯୁକ୍ତି ସୃଷ୍ଟି କରିବ ଏବଂ ଏହାର ଅର୍ଥବ୍ୟବସ୍ଥା ଉପରେ ଏକ ବଡ ପ୍ରଭାବ ରହିବ। ସମ୍ବଳଗୁଡ଼ିକ ମଧ୍ୟରେ ଏକ ବଡ଼ କ୍ଷେତ୍ର ହେଉଛି ସ୍ବାସ୍ଥ୍ୟ , ଯାହା ଏବେ ଟିକାକରଣ କାର୍ଯ୍ୟ ଚଳାଇବା ସହ ଏ ସମ୍ପର୍କିତ ବ୍ୟୟକୁ ନିୟନ୍ତ୍ରଣ କରିବ। ଏଥିତ୍ପାଇଁ ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମି ମଜଭୁତ କରିବା ଦରକାର। ଏବେ ଚାଲିଥିବା କୃଷକ ଆନ୍ଦୋଳନ ଯୋଗୁ ଅତ୍ୟାଧୁନିକ ଶୀତଳଭଣ୍ଡାର ଏବଂ ଶୃଙ୍ଖଳିତ ଯୋଗାଣ ଭିତ୍ତିଭୂମି ନିର୍ମାଣ ସରକାରଙ୍କ ପାଇଁ ଆଉ ଏକ ପ୍ରମୁଖ ବିଷୟ ହେବ। କୃଷକଙ୍କ ବନ୍ଧୁ ବୋଲି ନିଜକୁ ଦର୍ଶାଇବାକୁ ଯାଇ ଯେକୌଣସି ପ୍ରକାରେ ଯାହା କିଛି ସମ୍ଭବ ସରକାର ତାହା କରିବାକୁ ଚେଷ୍ଟା କରିବେ। ତେବେ ତିନୋଟି ନୂଆ କୃଷି ବିଲ୍‌ କଣ୍ଟା ରୂପରେ ସାମ୍‌ନାକୁ ଆସିଛି। ସେହିପରି କୋଭିଡ-୧୯ ମହାମାରୀରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ଗ୍ରାମୀଣ ଭାରତରେ ଏମ୍‌ଜିଏନ୍‌ଆରଇଜିଏସ ମାଧ୍ୟମରେ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବାରେ ପ୍ରଦାନ କରାଯାଇଥିବା ଅନୁଦାନ ଏଥର ଅଧିତ୍କ ହେବ ବୋଲି ଅନୁମାନ କରାଯାଉଛି।
କିନ୍ତୁ ଏଭଳି ଅତ୍ୟଧିକ ବ୍ୟୟ କରିବାକୁ ସରକାର କେଉଁଠୁ ସମ୍ବଳ ଜୁଟାଇବେ। ଏପରି କି ବ୍ୟୟରେ ଏକ ମଧ୍ୟମ ବୃଦ୍ଧି କରିବା ମାନେ ସରକାରଙ୍କୁ ରାଜସ୍ବ ବଢାଇବାକୁ କିଛି ନୂଆ ଚିନ୍ତା କରିବାକୁ ହେବ। ଅଭିବୃଦ୍ଧି ନକାରାମତ୍କ ହୋଇଚାଲିଥିବାବେଳେ,ରାଜସ୍ବ ସଂଗ୍ରହ ହ୍ରାସ ପାଉଥିବା ସମୟରେ ଏଭଳି ଚିନ୍ତା କରିବାକୁ ପଡିବ। ଶେୟାର ବଜାରରେ ଏବକାର ଅତ୍ୟଧିକ ବୃଦ୍ଧି ନିଶ୍ଚିତ ସରକାରଙ୍କୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ)ଗୁଡ଼ିକରୁ ତାଙ୍କ ଅଂଶଧନ ବିକ୍ରି କରିବାକୁ ଉତ୍ସାହିତ କରିବ। ଏୟାର ଇଣ୍ଡିଆ ଓ ଶିପିଂ କର୍ପୋରେଶନ ଏବଂ ବିପିସିଏଲ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ହେବାକୁ ଥିବା ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା କରୋନା ଭାଇରସ ସମସ୍ୟା ଯୋଗୁ ବନ୍ଦ ରହିଥିଲା। ଏବେ ସରକାର କ୍ଷତିରେ ଚାଲୁଥିବା ଏବଂ ଲାଭ କରୁଥିବା ନୀଳାଚଳ ଇସ୍ପାତ ନିଗମ ଏବଂ କୋନକୋର ଭଳି କିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରିବା ପାଇଁ ଅଧିତ୍କ ଆଗ୍ରହୀ ହୋଇପାରନ୍ତି। ସରକାରୀ ସମ୍ପତ୍ତିର ଉପଯୁକ୍ତ ଏବଂ ଉତ୍ତମ ମୂଲ୍ୟାୟନ ପାଇଁ ଏହି ସମୟ ମଧ୍ୟ ଅନୁକୂଳ ହୋଇପାରେ। କିନ୍ତୁ ଏହା ସବୁଠୁ ଭଲ ବିକଳ୍ପ ହେବନାହିଁ। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ଥିବା ସରକାରୀ ଅଂଶଧନ ବିକ୍ରି ପ୍ରକ୍ରିୟା ସବୁବେଳେ ବିରୋଧର ସମ୍ମୁଖୀନ ହୋଇଆସିଛି। ସାମ୍ପ୍ରତିକ ସମୟରେ ବି ଏଥିରେ କିଛି ପରିବର୍ତ୍ତନ ହେବା ଜଣାପଡୁନାହିଁ। ତେବେ ଦୀର୍ଘଦିନ ଧରି ଲାଭ କରି ଆସୁଥିବା ଏଲ୍‌ଆଇସିରୁୁ ଅଂଶଧନ ବିକ୍ରି କରିବା ଏତେ ସହଜ ନୁହେଁ। ସରକାରଙ୍କ ପାଖରେ ଆଉ ଏକ ବିକଳ୍ପ ରହିଛି, ଯେଉଁଥିରେ ଘରୋଇ ଉପତ୍ାଦନକୁ ପ୍ରୋତ୍ସାହିତ କରିବା ପାଇଁ ଆମଦାନୀ ଶୁଳ୍କକୁ ବଢାଇ ପାରିବେ। ଏହା ମଧ୍ୟ ଘରୋଇ ବଜାର ପାଇଁ ଉପଯୋଗୀ ପଦକ୍ଷେପ ହେବନାହିଁ, ଏହା ଘରୋଇ ବଜାରର ସୁରକ୍ଷା ଦକ୍ଷତାକୁ ଶେଷ କରିଦେବ। ପୁନଶ୍ଚ ଲୋକମାନଙ୍କୁ ସେମାନଙ୍କ ପସନ୍ଦର ଜିନିଷ କିଣିବା ଏବଂ ଆର୍ଥିକ ଲାଭ ଉଠାଇବାର ସ୍ବାଧୀନତାରୁ ବଞ୍ଚିିତ କରିବା ଉଚିତ ନୁହେଁ। କରୋନା ମହାମାରୀ ଯୋଗୁ ଦେଶର ବିତ୍ତୀୟ ନିଅଣ୍ଟ ୭%ଟପିଯାଇଛି। ଏହି ପରିପ୍ରେକ୍ଷୀରେ କୌଣସି ଅବିବେକି ପଦକ୍ଷେପ ଦେଶର ଆର୍ଥିକ ପରିସ୍ଥିତିକୁ ଆହୁରି ସଙ୍କଟକୁ ଠେଲିିଦେବ। ଭାରତର ଋଣ ସ୍ତର ଅନିୟନ୍ତ୍ରିତ ହୋଇ ନାହିଁ ଯେଉଁଥିପାଇଁ ଆନ୍ତର୍ଜାତିକ ମୂଲ୍ୟାଙ୍କନ ସଂସ୍ଥାଗୁଡ଼ିକ ରେଟିଂରେ ଆହୁରି ତଳକୁ ଖସାଇବେ ବୋଲି ଅର୍ଥମନ୍ତ୍ରୀ ନିଶ୍ଚିତ କରିବା ଉଚିତ। ଭାରତୀୟ ବ୍ୟାଙ୍କଗୁଡ଼ିକର ଅବସ୍ଥା ବେଶି ଭଲ ନାହିଁ। କୋଭିଡ୍‌ ୧୯ ସଙ୍କଟ ସମୟରେ ଲାଗୁ କରାଯାଇଥିବା ମୋରାଟୋରିୟମ ଏବଂ ସୁଧହାର ହ୍ରାସ ଯୋଗୁ ଯେଉଁ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ ଚିନ୍ତା ବାହାରେ ରହିଛି ସେମାନଙ୍କ ପାଇଁ ଏକ ଝଟକା ହେବ। ବ୍ୟାଙ୍କଗୁଡ଼ିକୁ ପୁଞ୍ଜିଯୋଗାଣ ଏକ ବଡ ଚ୍ୟାଲେଞ୍ଜ ହୋଇପାରେ, ମୁଖ୍ୟତଃ ଏଗୁଡ଼ିକୁ ବିକ୍ରି କରିବା ପାଇଁ ଘରୋଇ କମ୍ପାନୀଗୁଡ଼ିକୁ ପାଇବା ସରକାରଙ୍କ ପାଇଁ ଏକ ବଡ ଆହ୍ବାନ ହେବ। ଭାରତ ସ୍ବପ୍ନ ଦେଖିଥିବା ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ବ୍ୟାଙ୍କଗୁଡ଼ିକର ଉତ୍ତମ ଅବସ୍ଥା ଓ ସଫଳତା ଉପରେ ନିର୍ଭର କରେ। ଟିକାକରଣ ସରକାରଙ୍କ ପାଇଁ ଏକ ବୃହତ୍‌ ଚ୍ୟାଲେଞ୍ଜ ହେବ। ବିଶ୍ୱର ଦ୍ୱିତୀୟ ବିକାଶଶୀଳ ରାଷ୍ଟ୍ର ଭାରତର ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଯାହାହେଲେ ବି ସରକାରଙ୍କୁ ୪୦,୦୦୦ କୋଟିରୁ ୬୦,୦୦୦ କୋଟି ଟଙ୍କାର ପାଣ୍ଠି ଦରକାର। ଅର୍ଥବ୍ୟସ୍ଥାରେ ସୁଧାର ଆଣିବା ଲାଗି ଅର୍ଥମନ୍ତ୍ରୀ ସୀତାରାମନ କିପରି ଏହି ସବୁ ଆହ୍ବାନକୁ ଅତିକ୍ରମ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri