ଏକାକୀ ବୁଦ୍ଧ

ଦେବଦତ୍ତ ପଟ୍ଟନାୟକ

ବୌଦ୍ଧ ଧର୍ମର ଆଧ୍ୟାତ୍ମିକ ପୃଷ୍ଠଭୂମିକୁ ଲକ୍ଷ୍ୟ କଲେ ସେଥିରୁ ଅନେକ କିଛି ଜାଣିବାକୁ ମିଳେ। ଏହି ଧର୍ମରେ ପାସେକା ବୁଦ୍ଧର ଧାରଣା ରହିଛି। ପାସେକା-ବୁଦ୍ଧ ସଂସ୍କୃତ ଶବ୍ଦ ‘ପ୍ରତ୍ୟେକ ବୁଦ୍ଧ’ରୁ ଆସିଛି। ପ୍ରତ୍ୟେକ ବୁଦ୍ଧ କହିଲେ ଜଣ(ଏକ)କୁ ବୁଝାଏ, ଅର୍ଥାତ୍‌ ଏକାକୀ ବୁଦ୍ଧ (ବିନା ଗୁରୁ ଓ କୌଣସି ଅଧ୍ୟାମତ୍ ଅନୁଷ୍ଠାନର ସାହାଯ୍ୟ ନ ନେଇ ନିଜ ସାଧନା ବଳରେ ଏକାକୀ ଜ୍ଞାନ ପ୍ରାପ୍ତ ହୋଇଥା’ନ୍ତି), ଯେଉଁମାନେ ବିଭିନ୍ନ ବୌଦ୍ଧଧର୍ମ ମଧ୍ୟରେ ସୃଷ୍ଟି ହୁଅନ୍ତି। ଯେତେବେଳେ କୌଣସି ଗୁରୁ କିମ୍ବା ସନ୍ନ୍ୟାସ ଧର୍ମ ଅଭ୍ୟାସ ପାଇଁ କୌଣସି ଅଧ୍ୟାମତ୍ ଅନୁଷ୍ଠାନ ନ ଥାଏ, ସେହି ସମୟରେ ସେମାନଙ୍କର ଉତ୍‌ଥାନ ହୋଇଥାଏ। ଉଲ୍ଲେଖନୀୟ, ସେମାନଙ୍କର କୌଣସି ଗୁରୁ କିମ୍ବା ଆଧ୍ୟାମତ୍ିକ ଶିକ୍ଷକ ନ ଥା’ନ୍ତି ଏବଂ ସେମାନେ କେବେବି ଗୁରୁ ହେବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ ଏକାକୀ ତଥା ବୈରାଗ୍ୟ ଜୀବନଯାପନ କରନ୍ତି, ତଥାପି ସେମାନଙ୍କ ଉପସ୍ଥିତି ଲୋକଙ୍କୁ ପ୍ରେରଣା ଦେଇଥାଏ। ସେମାନେ କଦାପି ଗୁରୁକୁଳ ପ୍ରତିଷ୍ଠାନର ଅଂଶ ହୁଅନ୍ତିନି ଏବଂ କୌଣସି ଶିକ୍ଷାନୁଷ୍ଠାନର ଅଂଶ ହେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି।
କେବଳ ବୌଦ୍ଧଧର୍ମ ନୁହେଁ, ହିନ୍ଦୁ ପରମ୍ପରାରେ ମଧ୍ୟ ଏପରି ବିଚାର ଦେଖିବାକୁ ମିଳେ। ଏହାର ଏକ ଉଦାହରଣ ହେଉଛନ୍ତି ଦତ୍ତାତ୍ରେୟ। ଅତ୍ରି ଏବଂ ଅନସୂୟାଙ୍କ ପୁତ୍ର ଥିଲେ ଦତ୍ତାତ୍ରେୟ। ତାଙ୍କର କୌଣସି ଗୁରୁ ନ ଥିଲେ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କୁହାଯାଏ, ପ୍ରକୃତି ହିଁ ସବୁଠୁ ଭଲ ଗୁରୁ ଓ ଦତ୍ତାତ୍ରେୟ ଏହାର ମହତ୍ତ୍ୱକୁ ପ୍ରତିପାଦିତ କରିଛନ୍ତି। ସେ ନିଜେ ପ୍ରକୃତିରୁ ଶିଖିଛନ୍ତି ଏବଂ ତାଙ୍କ ଚାରିପାଖରେ ଶିଷ୍ୟ ପାଇବାକୁ ମଧ୍ୟ ଚେଷ୍ଟା କରିନାହାନ୍ତି। ହିମାଚଳପ୍ରଦେଶ ପାହାଡ଼ରେ ବାବା ବାଲକ୍‌ ନାଥଙ୍କୁ ପୂଜା କରାଯାଏ। ସେ ଜଣେ ଶିଶୁ ସାଧୁ ଭାବରେ ପୂଜନୀୟ। କିନ୍ତୁ ସେ ନାଥ ଯୋଗୀ ପଥ (ଯେଉଁଥିରେ ସନ୍ନ୍ୟାସୀମାନଙ୍କର କାନଫୋଡ଼ା ବିଧି ରହିଥାଏ) ସହିତ ଜଡ଼ିତ ହେବାକୁ ଚାହିଁନାହାନ୍ତି। ବାଲକ୍‌ ନାଥ ଜଣେ ଦିବ୍ୟ ବା ଅନନ୍ତ ଶକ୍ତିଙ୍କ ସନ୍ତାନ ଭାବରେ ଦୃଶ୍ୟମାନ ହୋଇଛନ୍ତି। ତାଙ୍କୁ ଏକ ମୟୂର ଉପରେ ବସିଥିବା ଦେଖାଯାଏ। ସେ ସମସ୍ତ ସିଦ୍ଧ ଶକ୍ତି ପାଇଛନ୍ତି ବୋଲି ବର୍ଣ୍ଣନା ରହିଛି। କିନ୍ତୁ ଅନ୍ୟ ସିଦ୍ଧ ଯୋଗୀଙ୍କ ସହିତ ସେ କେବେବି ତାଲିକାଭୁକ୍ତ ହୋଇନାହାନ୍ତି।
ତଥାପି, ପାସେକା ବୁଦ୍ଧଙ୍କ ସମ୍ପର୍କରେ ଅନେକ କାହାଣୀ ଉଲ୍ଲେଖ କରାଯାଇଛି। ଏଥିରେ ପାସେକା ବୁଦ୍ଧଙ୍କୁ ଜଣେ ଅଲୌକିକ ତଥା ଦିବ୍ୟଜ୍ଞାନ ପ୍ରାପ୍ତ ପୁରୁଷ ଭାବେ ବର୍ଣ୍ଣନା କରାଯାଇଛି। ଏହାର ଉଦାହରଣ ବୌଦ୍ଧ ଧର୍ମଗ୍ରନ୍ଥ ସୂତ୍ତ ନିପାତରେ ଦେଖିବାକୁ ମିଳେ। ଏଥିରୁ ଆମେ ବ୍ରହ୍ମଦତ୍ତ ନାମକ ଜଣେ ରାଜାଙ୍କ ବିଷୟରେ ଶୁଣିଥାଉ, ଯାହାଙ୍କୁ ସାତଜଣ ପାସେକା ବୁଦ୍ଧ ସାକ୍ଷାତ୍‌ କରିଥିଲେ। ସେମାନେ କିଏ ବୋଲି ରାଜା ବ୍ରହ୍ମଦତ୍ତ ପଚାରିଥିଲେ। ସେହି ସାତଜଣ ବୁଦ୍ଧ ଉତ୍ତର ଦେଇଥିଲେ, ସେମାନେ ବହୁତ ଜ୍ଞାନୀ। ଏହା ଶୁଣିବା ପରେ ରାଜା ସେମାନଙ୍କୁ ଜ୍ଞାନ ମାଗିଥିଲେ ଏବଂ ସେମାନେ ପ୍ରତ୍ୟେକ ତାଙ୍କୁ କେବଳ ଗୋଟିଏ ପଦ କହିଥିଲେ। ପ୍ରଥମ ଜଣକ ରାଜାଙ୍କୁ କହିଛନ୍ତି ଯେ, ଖୁସି ହେବା ପାଇଁ ଆବେଗକୁ ନଷ୍ଟ କରିବାକୁ ପଡ଼ିବ। ଦ୍ୱିତୀୟ ଜଣକ କହିଛନ୍ତିି ଯେ, ଖୁସି ହେବା ପାଇଁ ଘୃଣାକୁ ନଷ୍ଟ କରିବାକୁ ପଡ଼ିବ। ଅବଶିଷ୍ଟ ପାଞ୍ଚଜଣ ପାସେକା ବୁଦ୍ଧ କହିଛନ୍ତି, ଖୁସି ହେବା ପାଇଁ ମୋହ ନଷ୍ଟ କରିବାକୁ, ପରିବର୍ତ୍ତନକୁ ଗ୍ରହଣ କରିବାକୁ, ଆଗକୁ ବଢ଼ିବାକୁ, ଆଲିଙ୍ଗନ ଏବଂ ଲୋଭ ଛାଡ଼ିବାକୁ ପଡ଼ିବ। ସେମାନଙ୍କ କଥା ଶୁଣିବା ପରେ ରାଜା ଟିକିଏ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ସେ ସାତଜଣଙ୍କଠାରୁ କେବଳ ସାତ ଧାଡ଼ି ଶୁଣିଛନ୍ତି। କିନ୍ତୁ ସେ ଯେତେବେଳେ ସାତ ପାସେକା ବୁଦ୍ଧଙ୍କ ସାତ ଧାଡ଼ି କଥା ଉପରେ ଧ୍ୟାନ କରିଛନ୍ତି, ସେତେବେଳେ ସେ ନିଜେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ଓ ଏକାକୀ ବୁଦ୍ଧ ପାଲଟି ଯାଇଛନ୍ତି। କାରଣ ସେ ଜଗତର ଅସଲ ସ୍ବରୂପକୁ ଦେଖିପାରିଛନ୍ତି।
ବୌଦ୍ଧଧର୍ମର ତାଳପତ୍ର ଜାତକରେ ଜଣେ ଯୁବ ରାଜକୁମାର ତଥା ବୋଧିସତ୍ତ୍ୱଙ୍କ କାହାଣୀ ରହିଛି। ସେ ୫୦୦ ଏକାକୀ ବୁଦ୍ଧଙ୍କ ଏକ ଦଳକୁ ପଚାରିଛନ୍ତି ଯେ, ତାଙ୍କର ସବୁଦିନ ପାଇଁ ରାଜା ହେବାର ସମ୍ଭାବନା ଅଛି କି ନାହିଁ। ତାଙ୍କର ବହୁ ସଂଖ୍ୟକ ଭାଇ ଥିବାରୁ ସେହି ବୁଦ୍ଧମାନଙ୍କୁ ସେ ଏଭଳି ପ୍ରଶ୍ନ କରିଛନ୍ତି। ଜଙ୍ଗଲରେ ଅନ୍ୟ ଏକ ରାଜ୍ୟ ଖୋଜିବାକୁ ସେମାନେ ରାଜକୁମାରଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ ସେମାନେ ସତର୍କ କରିଦେଇଛନ୍ତି ଯେ, ଏହି ଜଙ୍ଗଲ ଯକ୍ଷୀରେ ପରିପୂର୍ଣ୍ଣ , ଯେଉଁମାନେ ସେହି ଜଙ୍ଗଲ ଦେଇ ଯାଉଥିବା ପୁରୁଷମାନଙ୍କୁ ସେମାନଙ୍କ ପାଞ୍ଚ ଇନ୍ଦ୍ରିୟ ଦ୍ୱାରା ଆକର୍ଷିତ କରି ଫସାଇଦିଅନ୍ତି। ସେମାନେ ପୁରୁଷମାନଙ୍କୁ ଏକ ଶଯ୍ୟା ଯୋଗାଇବେ। ସେମାନେ ଅତର, ଖାଦ୍ୟ, ସୌନ୍ଦର୍ଯ୍ୟ ଯୋଗାଇବା ସହ ଗୀତ ଗାଇବେ ଏବଂ ପରେ ବନ୍ଦୀ ଭାବେ ରଖି ସେମାନଙ୍କୁ ନଷ୍ଟ କରିବେ। ରାଜକୁମାର ସେମାନଙ୍କଠାରୁ ଏହା ଶୁଣିବା ପରେ ୫ଜଣ ସାଥୀଙ୍କ ସହିତ ସେହି ଜଙ୍ଗଲ ଦେଇ ଯାଇଛନ୍ତି ଓ ସେମାନେ ପ୍ରତ୍ୟେକ ଏହି ଇନ୍ଦ୍ରିୟାସକ୍ତ ପ୍ରଲୋଭନରେ ପଡ଼ିଛନ୍ତି। କେବଳ ବୋଧିସତ୍ତ୍ୱ ଜଙ୍ଗଲ ଅତିକ୍ରମ କରି ଜୀବନ୍ତ ପହଞ୍ଚତ୍ଛନ୍ତି ଆରପାଖରେ ଓ ସେଠାରେ ଏକ ନୂତନ ରାଜ୍ୟ ପାଇଛନ୍ତି। ଲୋଭର ସାଗର ପାର ହେବାର ଏହା ଏକ ସ୍ପଷ୍ଟ ପ୍ରତୀକ।
ଶେଷରେ, ଭଗବତ ପୁରାଣରେ ଦତ୍ତାତ୍ରେୟଙ୍କ କାହାଣୀ ପରି ଅନ୍ୟ ଏକ କାହାଣୀର ବର୍ଣ୍ଣନା ଦେଖିବାକୁ ମିଳେ। ବାର୍ଦ୍ଧକ୍ୟ, ରୋଗ, ମୃତ୍ୟୁ ଓ ବୈରାଗ୍ୟର ବାସ୍ତବ ଅନୁଭବ କିଭଳି ଜଣେ ବୋଧିସତ୍ତ୍ୱଙ୍କୁ କେବଳ ଏକାକୀ ବୁଦ୍ଧରେ ପରିଣତ କରେ ତାହା ସେଥିରେ ଉଲ୍ଲେଖ କରାଯାଇଛି। ଗୋଟିଏ କପୋତକୁ ଛଞ୍ଚାଣ କିପରି ଧରି ହତ୍ୟା କରିଛି ତାହା ସେ ଦେଖିଛନ୍ତି ଏବଂ ସେଥିରେ ସେ ତାଙ୍କର ଲାଳସାକୁ ଜୟ କରିଛନ୍ତି। କ୍ରୋଧରେ ଏକ ସାପ ଏକ ଷଣ୍ଢକୁ ହତ୍ୟା କରେ ଏବଂ ତା’ପରେ ସେ କରିଥିବା କର୍ମ ପାଇଁ ଅନୁତାପ କରେ। ଏକ ଶୃଗାଳ ତା’ ଆସକ୍ତି ପାଇଁ ଅନୁତାପ କରେ, ଯେଉଁଥିରେ ସେ ଏକ ମୃତ ହାତୀ ମୋଟା ଚମଡ଼ା ତଳେ ଫସି ନ ରହିବା ଯାଏ ମାଂସ ଖାଇଚାଲିଥାଏ। ଲୋଭ ଭାଲୁଟିକୁ ଏକ ଗାଁରେ ପ୍ରବେଶ କରାଏ ଏବଂ ସେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୁଏ। ଲୋଭ, ଆସକ୍ତି, କ୍ରୋଧ ଆଦି ଜୟ କରିବା ହିଁ ଜଣଙ୍କୁ ବିନା ଗୁରୁରେ ବି ବୁଦ୍ଧ କରିପାରେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?