ଏକାକୀ ବୁଦ୍ଧ

ଦେବଦତ୍ତ ପଟ୍ଟନାୟକ

ବୌଦ୍ଧ ଧର୍ମର ଆଧ୍ୟାତ୍ମିକ ପୃଷ୍ଠଭୂମିକୁ ଲକ୍ଷ୍ୟ କଲେ ସେଥିରୁ ଅନେକ କିଛି ଜାଣିବାକୁ ମିଳେ। ଏହି ଧର୍ମରେ ପାସେକା ବୁଦ୍ଧର ଧାରଣା ରହିଛି। ପାସେକା-ବୁଦ୍ଧ ସଂସ୍କୃତ ଶବ୍ଦ ‘ପ୍ରତ୍ୟେକ ବୁଦ୍ଧ’ରୁ ଆସିଛି। ପ୍ରତ୍ୟେକ ବୁଦ୍ଧ କହିଲେ ଜଣ(ଏକ)କୁ ବୁଝାଏ, ଅର୍ଥାତ୍‌ ଏକାକୀ ବୁଦ୍ଧ (ବିନା ଗୁରୁ ଓ କୌଣସି ଅଧ୍ୟାମତ୍ ଅନୁଷ୍ଠାନର ସାହାଯ୍ୟ ନ ନେଇ ନିଜ ସାଧନା ବଳରେ ଏକାକୀ ଜ୍ଞାନ ପ୍ରାପ୍ତ ହୋଇଥା’ନ୍ତି), ଯେଉଁମାନେ ବିଭିନ୍ନ ବୌଦ୍ଧଧର୍ମ ମଧ୍ୟରେ ସୃଷ୍ଟି ହୁଅନ୍ତି। ଯେତେବେଳେ କୌଣସି ଗୁରୁ କିମ୍ବା ସନ୍ନ୍ୟାସ ଧର୍ମ ଅଭ୍ୟାସ ପାଇଁ କୌଣସି ଅଧ୍ୟାମତ୍ ଅନୁଷ୍ଠାନ ନ ଥାଏ, ସେହି ସମୟରେ ସେମାନଙ୍କର ଉତ୍‌ଥାନ ହୋଇଥାଏ। ଉଲ୍ଲେଖନୀୟ, ସେମାନଙ୍କର କୌଣସି ଗୁରୁ କିମ୍ବା ଆଧ୍ୟାମତ୍ିକ ଶିକ୍ଷକ ନ ଥା’ନ୍ତି ଏବଂ ସେମାନେ କେବେବି ଗୁରୁ ହେବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ ଏକାକୀ ତଥା ବୈରାଗ୍ୟ ଜୀବନଯାପନ କରନ୍ତି, ତଥାପି ସେମାନଙ୍କ ଉପସ୍ଥିତି ଲୋକଙ୍କୁ ପ୍ରେରଣା ଦେଇଥାଏ। ସେମାନେ କଦାପି ଗୁରୁକୁଳ ପ୍ରତିଷ୍ଠାନର ଅଂଶ ହୁଅନ୍ତିନି ଏବଂ କୌଣସି ଶିକ୍ଷାନୁଷ୍ଠାନର ଅଂଶ ହେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି।
କେବଳ ବୌଦ୍ଧଧର୍ମ ନୁହେଁ, ହିନ୍ଦୁ ପରମ୍ପରାରେ ମଧ୍ୟ ଏପରି ବିଚାର ଦେଖିବାକୁ ମିଳେ। ଏହାର ଏକ ଉଦାହରଣ ହେଉଛନ୍ତି ଦତ୍ତାତ୍ରେୟ। ଅତ୍ରି ଏବଂ ଅନସୂୟାଙ୍କ ପୁତ୍ର ଥିଲେ ଦତ୍ତାତ୍ରେୟ। ତାଙ୍କର କୌଣସି ଗୁରୁ ନ ଥିଲେ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କୁହାଯାଏ, ପ୍ରକୃତି ହିଁ ସବୁଠୁ ଭଲ ଗୁରୁ ଓ ଦତ୍ତାତ୍ରେୟ ଏହାର ମହତ୍ତ୍ୱକୁ ପ୍ରତିପାଦିତ କରିଛନ୍ତି। ସେ ନିଜେ ପ୍ରକୃତିରୁ ଶିଖିଛନ୍ତି ଏବଂ ତାଙ୍କ ଚାରିପାଖରେ ଶିଷ୍ୟ ପାଇବାକୁ ମଧ୍ୟ ଚେଷ୍ଟା କରିନାହାନ୍ତି। ହିମାଚଳପ୍ରଦେଶ ପାହାଡ଼ରେ ବାବା ବାଲକ୍‌ ନାଥଙ୍କୁ ପୂଜା କରାଯାଏ। ସେ ଜଣେ ଶିଶୁ ସାଧୁ ଭାବରେ ପୂଜନୀୟ। କିନ୍ତୁ ସେ ନାଥ ଯୋଗୀ ପଥ (ଯେଉଁଥିରେ ସନ୍ନ୍ୟାସୀମାନଙ୍କର କାନଫୋଡ଼ା ବିଧି ରହିଥାଏ) ସହିତ ଜଡ଼ିତ ହେବାକୁ ଚାହିଁନାହାନ୍ତି। ବାଲକ୍‌ ନାଥ ଜଣେ ଦିବ୍ୟ ବା ଅନନ୍ତ ଶକ୍ତିଙ୍କ ସନ୍ତାନ ଭାବରେ ଦୃଶ୍ୟମାନ ହୋଇଛନ୍ତି। ତାଙ୍କୁ ଏକ ମୟୂର ଉପରେ ବସିଥିବା ଦେଖାଯାଏ। ସେ ସମସ୍ତ ସିଦ୍ଧ ଶକ୍ତି ପାଇଛନ୍ତି ବୋଲି ବର୍ଣ୍ଣନା ରହିଛି। କିନ୍ତୁ ଅନ୍ୟ ସିଦ୍ଧ ଯୋଗୀଙ୍କ ସହିତ ସେ କେବେବି ତାଲିକାଭୁକ୍ତ ହୋଇନାହାନ୍ତି।
ତଥାପି, ପାସେକା ବୁଦ୍ଧଙ୍କ ସମ୍ପର୍କରେ ଅନେକ କାହାଣୀ ଉଲ୍ଲେଖ କରାଯାଇଛି। ଏଥିରେ ପାସେକା ବୁଦ୍ଧଙ୍କୁ ଜଣେ ଅଲୌକିକ ତଥା ଦିବ୍ୟଜ୍ଞାନ ପ୍ରାପ୍ତ ପୁରୁଷ ଭାବେ ବର୍ଣ୍ଣନା କରାଯାଇଛି। ଏହାର ଉଦାହରଣ ବୌଦ୍ଧ ଧର୍ମଗ୍ରନ୍ଥ ସୂତ୍ତ ନିପାତରେ ଦେଖିବାକୁ ମିଳେ। ଏଥିରୁ ଆମେ ବ୍ରହ୍ମଦତ୍ତ ନାମକ ଜଣେ ରାଜାଙ୍କ ବିଷୟରେ ଶୁଣିଥାଉ, ଯାହାଙ୍କୁ ସାତଜଣ ପାସେକା ବୁଦ୍ଧ ସାକ୍ଷାତ୍‌ କରିଥିଲେ। ସେମାନେ କିଏ ବୋଲି ରାଜା ବ୍ରହ୍ମଦତ୍ତ ପଚାରିଥିଲେ। ସେହି ସାତଜଣ ବୁଦ୍ଧ ଉତ୍ତର ଦେଇଥିଲେ, ସେମାନେ ବହୁତ ଜ୍ଞାନୀ। ଏହା ଶୁଣିବା ପରେ ରାଜା ସେମାନଙ୍କୁ ଜ୍ଞାନ ମାଗିଥିଲେ ଏବଂ ସେମାନେ ପ୍ରତ୍ୟେକ ତାଙ୍କୁ କେବଳ ଗୋଟିଏ ପଦ କହିଥିଲେ। ପ୍ରଥମ ଜଣକ ରାଜାଙ୍କୁ କହିଛନ୍ତି ଯେ, ଖୁସି ହେବା ପାଇଁ ଆବେଗକୁ ନଷ୍ଟ କରିବାକୁ ପଡ଼ିବ। ଦ୍ୱିତୀୟ ଜଣକ କହିଛନ୍ତିି ଯେ, ଖୁସି ହେବା ପାଇଁ ଘୃଣାକୁ ନଷ୍ଟ କରିବାକୁ ପଡ଼ିବ। ଅବଶିଷ୍ଟ ପାଞ୍ଚଜଣ ପାସେକା ବୁଦ୍ଧ କହିଛନ୍ତି, ଖୁସି ହେବା ପାଇଁ ମୋହ ନଷ୍ଟ କରିବାକୁ, ପରିବର୍ତ୍ତନକୁ ଗ୍ରହଣ କରିବାକୁ, ଆଗକୁ ବଢ଼ିବାକୁ, ଆଲିଙ୍ଗନ ଏବଂ ଲୋଭ ଛାଡ଼ିବାକୁ ପଡ଼ିବ। ସେମାନଙ୍କ କଥା ଶୁଣିବା ପରେ ରାଜା ଟିକିଏ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ସେ ସାତଜଣଙ୍କଠାରୁ କେବଳ ସାତ ଧାଡ଼ି ଶୁଣିଛନ୍ତି। କିନ୍ତୁ ସେ ଯେତେବେଳେ ସାତ ପାସେକା ବୁଦ୍ଧଙ୍କ ସାତ ଧାଡ଼ି କଥା ଉପରେ ଧ୍ୟାନ କରିଛନ୍ତି, ସେତେବେଳେ ସେ ନିଜେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ଓ ଏକାକୀ ବୁଦ୍ଧ ପାଲଟି ଯାଇଛନ୍ତି। କାରଣ ସେ ଜଗତର ଅସଲ ସ୍ବରୂପକୁ ଦେଖିପାରିଛନ୍ତି।
ବୌଦ୍ଧଧର୍ମର ତାଳପତ୍ର ଜାତକରେ ଜଣେ ଯୁବ ରାଜକୁମାର ତଥା ବୋଧିସତ୍ତ୍ୱଙ୍କ କାହାଣୀ ରହିଛି। ସେ ୫୦୦ ଏକାକୀ ବୁଦ୍ଧଙ୍କ ଏକ ଦଳକୁ ପଚାରିଛନ୍ତି ଯେ, ତାଙ୍କର ସବୁଦିନ ପାଇଁ ରାଜା ହେବାର ସମ୍ଭାବନା ଅଛି କି ନାହିଁ। ତାଙ୍କର ବହୁ ସଂଖ୍ୟକ ଭାଇ ଥିବାରୁ ସେହି ବୁଦ୍ଧମାନଙ୍କୁ ସେ ଏଭଳି ପ୍ରଶ୍ନ କରିଛନ୍ତି। ଜଙ୍ଗଲରେ ଅନ୍ୟ ଏକ ରାଜ୍ୟ ଖୋଜିବାକୁ ସେମାନେ ରାଜକୁମାରଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ ସେମାନେ ସତର୍କ କରିଦେଇଛନ୍ତି ଯେ, ଏହି ଜଙ୍ଗଲ ଯକ୍ଷୀରେ ପରିପୂର୍ଣ୍ଣ , ଯେଉଁମାନେ ସେହି ଜଙ୍ଗଲ ଦେଇ ଯାଉଥିବା ପୁରୁଷମାନଙ୍କୁ ସେମାନଙ୍କ ପାଞ୍ଚ ଇନ୍ଦ୍ରିୟ ଦ୍ୱାରା ଆକର୍ଷିତ କରି ଫସାଇଦିଅନ୍ତି। ସେମାନେ ପୁରୁଷମାନଙ୍କୁ ଏକ ଶଯ୍ୟା ଯୋଗାଇବେ। ସେମାନେ ଅତର, ଖାଦ୍ୟ, ସୌନ୍ଦର୍ଯ୍ୟ ଯୋଗାଇବା ସହ ଗୀତ ଗାଇବେ ଏବଂ ପରେ ବନ୍ଦୀ ଭାବେ ରଖି ସେମାନଙ୍କୁ ନଷ୍ଟ କରିବେ। ରାଜକୁମାର ସେମାନଙ୍କଠାରୁ ଏହା ଶୁଣିବା ପରେ ୫ଜଣ ସାଥୀଙ୍କ ସହିତ ସେହି ଜଙ୍ଗଲ ଦେଇ ଯାଇଛନ୍ତି ଓ ସେମାନେ ପ୍ରତ୍ୟେକ ଏହି ଇନ୍ଦ୍ରିୟାସକ୍ତ ପ୍ରଲୋଭନରେ ପଡ଼ିଛନ୍ତି। କେବଳ ବୋଧିସତ୍ତ୍ୱ ଜଙ୍ଗଲ ଅତିକ୍ରମ କରି ଜୀବନ୍ତ ପହଞ୍ଚତ୍ଛନ୍ତି ଆରପାଖରେ ଓ ସେଠାରେ ଏକ ନୂତନ ରାଜ୍ୟ ପାଇଛନ୍ତି। ଲୋଭର ସାଗର ପାର ହେବାର ଏହା ଏକ ସ୍ପଷ୍ଟ ପ୍ରତୀକ।
ଶେଷରେ, ଭଗବତ ପୁରାଣରେ ଦତ୍ତାତ୍ରେୟଙ୍କ କାହାଣୀ ପରି ଅନ୍ୟ ଏକ କାହାଣୀର ବର୍ଣ୍ଣନା ଦେଖିବାକୁ ମିଳେ। ବାର୍ଦ୍ଧକ୍ୟ, ରୋଗ, ମୃତ୍ୟୁ ଓ ବୈରାଗ୍ୟର ବାସ୍ତବ ଅନୁଭବ କିଭଳି ଜଣେ ବୋଧିସତ୍ତ୍ୱଙ୍କୁ କେବଳ ଏକାକୀ ବୁଦ୍ଧରେ ପରିଣତ କରେ ତାହା ସେଥିରେ ଉଲ୍ଲେଖ କରାଯାଇଛି। ଗୋଟିଏ କପୋତକୁ ଛଞ୍ଚାଣ କିପରି ଧରି ହତ୍ୟା କରିଛି ତାହା ସେ ଦେଖିଛନ୍ତି ଏବଂ ସେଥିରେ ସେ ତାଙ୍କର ଲାଳସାକୁ ଜୟ କରିଛନ୍ତି। କ୍ରୋଧରେ ଏକ ସାପ ଏକ ଷଣ୍ଢକୁ ହତ୍ୟା କରେ ଏବଂ ତା’ପରେ ସେ କରିଥିବା କର୍ମ ପାଇଁ ଅନୁତାପ କରେ। ଏକ ଶୃଗାଳ ତା’ ଆସକ୍ତି ପାଇଁ ଅନୁତାପ କରେ, ଯେଉଁଥିରେ ସେ ଏକ ମୃତ ହାତୀ ମୋଟା ଚମଡ଼ା ତଳେ ଫସି ନ ରହିବା ଯାଏ ମାଂସ ଖାଇଚାଲିଥାଏ। ଲୋଭ ଭାଲୁଟିକୁ ଏକ ଗାଁରେ ପ୍ରବେଶ କରାଏ ଏବଂ ସେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୁଏ। ଲୋଭ, ଆସକ୍ତି, କ୍ରୋଧ ଆଦି ଜୟ କରିବା ହିଁ ଜଣଙ୍କୁ ବିନା ଗୁରୁରେ ବି ବୁଦ୍ଧ କରିପାରେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri