ଏଇ ଭାରତରେ

୪୪ ଜଣ ସାଥୀଙ୍କୁ ଏକାଠି କଲା ଗୋଟିଏ ମେସେଜ୍‌। ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟ୍ସଆପ୍‌ ମଧ୍ୟ ଅନେକ ସମୟରେ ଦୂରରେ ଥିବା ବନ୍ଧୁଙ୍କୁ ଏକାଠି କରିବାରେ ସାହାଯ୍ୟ କରୁଛି। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମଧ୍ୟପ୍ରଦେଶର ରତଲାମ୍‌ ଅଞ୍ଚଳର ୪୪ଜଣ ବନ୍ଧୁ। କରଜରେ ବୁଡି ଯାଇଥିବା ଜଣେ ବନ୍ଧୁଙ୍କୁ ଏମାନେ ମିଶି ଉଦ୍ଧାର କରିଛନ୍ତି। ଅସଲ ଘଟଣା ହେଲା ଜଣେ ବ୍ୟବସାୟୀ ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟ କରିଥିଲେ। ହେଲେ ଏଥିରେ କ୍ଷତି ହେବା ଫଳରେ ତାଙ୍କ ଉପରେ ଲକ୍ଷାଧିକ ଟଙ୍କାର ଋଣ ବୋଝ ଲଦି ହୋଇଯାଇଥିଲା। ସେ ଏକଥା ଅଷ୍ଟ୍ରେଲିଆରେ ଥିବା ତାଙ୍କର ଜଣେ ସାଙ୍ଗଙ୍କୁ କହିଥିଲେ। ଆଉ ଜୁନ୍‌ ୩୦ ସୁଦ୍ଧା ଋଣ ପରିଶୋଧ ନ କଲେ ତାଙ୍କ ଘର ବିକ୍ରି ହୋଇଯିବ ବୋଲି ସୂଚାଇ ଦେଇଥିଲେ। ଏକଥା ଜାଣିବା ପରେ ଅଷ୍ଟ୍ରେଲିଆରେ ଥିବା ତାଙ୍କର ବନ୍ଧୁ ଜଣକ ହ୍ବାଟ୍ସଆପ୍‌ରେ ଏକ ଗ୍ରୁପ ତିଆରି କରି ଏଥିରେ ୪୪ ଜଣ ସାଙ୍ଗକୁ ସାମିଲ କରିଥିଲେ। ଏଥିପାଇଁ କିଛି କିଛି ଅର୍ଥ ସାହାଯ୍ୟ ଦେବାକୁ କହିଥିଲେ। ତାହା ପୁଣି ସର୍ତ୍ତରେ। ସର୍ତ୍ତ ଥିଲା ଅର୍ଥ ଦେବା ସମୟରେ ଏହା ଯେଉଁ ସାଙ୍ଗକୁ ଦିଆଯାଉଛି ତାଙ୍କୁ ଏ ବିଷୟରେ ଯେମିତି କିଛି ପଚରା ନ ଯାଏ। ଶେଷରେ ତାହା ହିଁ ହେଲା ସମସ୍ତେ ୨୫ ହଜାର ଲେଖାଁ ଟଙ୍କା ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଜମା କରିବାରୁ ଦେବାଳିଆ ହୋଇଯାଇଥିବା ବନ୍ଧୁଙ୍କ ପାଖରେ ରାତାରାତି ପହଞ୍ଚିଲା ୧୧ ଲକ୍ଷ ଟଙ୍କା। ଆଉ କିଛି ନ ପଚାରି ତାଙ୍କୁ ବ୍ୟାଙ୍କର ଋଣ ପରିଶୋଧ କରିବାକୁ ସାଙ୍ଗମାନେ କହିଥିଲେ। ଅର୍ଥାତ୍‌ ଜୁନ୍‌ ୨୯ରେ ସେହି ବ୍ୟବସାୟୀ ଓ୍ବାନ ଟାଇମ୍‌ ସେଟଲ୍‌ମେଣ୍ଟରେ ୧୧ଲକ୍ଷ ଟଙ୍କା ପଇଠ କରି ଋଣମୁକ୍ତ ହୋଇଛନ୍ତି। ବନ୍ଧୁଭାବ ସାହାଯ୍ୟର ଏଭଳି ଏକ ନିଆରା ପରମ୍ପରା ସୃଷ୍ଟି କରିଥିବାରୁ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri