ଏଇ ଭାରତରେ

କାର୍‌ କିମ୍ବା ବସ୍‌ ଭିତରେ ଏସି ଲାଗିବା ସାଧାରଣ କଥା। କିନ୍ତୁ ଟ୍ରାକ୍ଟରରେ ଏସି, ଶୁଣି ତାଜୁବ ଲାଗିବା ସ୍ବାଭାବିକ। ଏହା କରିଦେଖାଇଛନ୍ତି ଯୁବ ଚାଷୀ ଗୁରଦୀପ ସିଂହ। ଉତ୍ତରପ୍ରଦେଶ ମେରଠର ରାଜପୁରା ଗ୍ରାମର ଗୁରଦୀପ ସିଂହ ଏବେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରୁଛନ୍ତି। ପାଠ ପଢ଼ିବା ସହିତ ସେ ଘରର ଚାଷ କାମରେ ମଧ୍ୟ ସାହାଯ୍ୟ କରନ୍ତି। ଚାଷ କାମରେ ଅନେକ ସମୟରେ ତାଙ୍କୁ ଟ୍ରାକ୍ଟର ଚଲାଇବାକୁ ପଡୁଥିଲା। କିନ୍ତୁ ଦ୍ୱି’ପ୍ରହରର ଅତ୍ୟଧିକ ଖରାରେ ବେଶି ସମୟ ବିଲରେ କାମ କରିବା ତାଙ୍କ ପକ୍ଷେ କଷ୍ଟକର ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ସେ ଟ୍ରାକ୍ଟରରେ ଏସି ଲଗାଇବାକୁ ଚିନ୍ତା କରିଥିଲେ। ଏ କଥା ସେ ଘର ଲୋକ ଓ ସାଙ୍ଗମାନଙ୍କୁ ଜଣାଇବାରୁ ପ୍ରଥମେ ସମସ୍ତେ ତାଙ୍କୁ ଥଟ୍ଟା କରିଥିଲେ। ହେଲେ ସେ ନିଜ ନିଷ୍ପତ୍ତିରେ ଦୃଢ ରହିଥିଲେ। ଗାଁର ଜଣେ ମିସ୍ତ୍ରୀଙ୍କ ସାହାଯ୍ୟରେ ସେ ନିଜେ ଟ୍ରାକ୍ଟରରେ ଏସି ସେଟିଂ କରିଦେଇଥିଲେ। ଏହାପରେ ବେଶ୍‌ ସହଜରେ ଖରାରେ ଘଣ୍ଟା ଘଣ୍ଟା କାମ କରୁଛନ୍ତି। ଖରା ଯୋଗୁ ଯେତେବେଳେ ମାତ୍ର ୪ରୁ ୫ ଘଣ୍ଟା ପରିଶ୍ରମ କରିପାରୁଥିଲେ ଏବେ ଏସି ଲଗାଇବା ପରେ ୧୦ରୁ ୧୨ ଘଣ୍ଟା କାମ କରୁଛନ୍ତି। ତେଣୁ ନିଜ ଆବଶ୍ୟକତା ପୁରଣ ପାଇଁ ସେ ଯେଉଁଭଳି ଜ୍ଞାନକୌଶଳ ବ୍ୟବହାର କରିଛନ୍ତି ତାହା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri