ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ ବାଇଡେନ୍‌: କମଲା ହାରିସ୍‌ ହେବେ ଡେମୋକ୍ରାଟିକ୍‌ ପ୍ରାର୍ଥୀ

ଓ୍ବାଶିଂଟନ,୨୨ା୭ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ଓହରିଯାଇଛନ୍ତି। ଆସନ୍ତା ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିରୁ ସେ ଲଢ଼ିବେ ନାହିଁ ବୋଲି ଏକ୍ସ’ରେ ସ୍ପଷ୍ଟ କରିଛନ୍ତି। ଜାତୀୟ ଓ ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଥିବା ବିଷୟ ଏଥିରେ ସେ ଉଲ୍ଲେଖ କରିଛନ୍ତି। ଏଥିସହ ବାଇଡେନ୍‌ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଶାସକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ ଜଣାଇଛନ୍ତି।

୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ପୂର୍ବତନ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟ ବାଇଡେନ୍‌ କ୍ଷମତାକୁ ଆସିଥିଲେ। ୨୦୨୪ ନିର୍ବାଚନରେ ବାଇଡେନ୍‌ ଶାସକ ଦଳରୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବା ଏକପ୍ରକାର ନିଶ୍ଚିତ ଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟଗତ ଅସୁବିଧା ଓ ମତିଭ୍ରମ ଯୋଗୁ ବାଇଡେନ୍‌ ବାରମ୍ବାର ଭୁଲ୍‌ କଥା କହୁଥିବା ଅନେକ ସଭାସମିତିରେ ଦେଖିବାକୁ ମିଳିଥିଲା। ଜୁନ୍‌ ୨୭ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପ୍ରେସିଡେନ୍ସିଆଲ ଡିବେଟ୍‌ ବେଳେ ରିପବ୍ଲିକାନ୍‌ ଟ୍ରମ୍ପ ଅନେକ ପ୍ରସଙ୍ଗରେ ବାଇଡେନ୍‌ଙ୍କୁ ମୁହଁତୋଡ଼ ଜବାବ ଦେଇଥିଲେ। ୮୧ ବର୍ଷୀୟ ବାଇଡେନ୍‌ ଟ୍ରମ୍ପ୍‌ଙ୍କ ମୁକାବିଲା କରି ନ ପାରି ଅନେକ ଦୁର୍ବଳ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଥିଲା। ନାଟୋ ସମ୍ମିଳନୀରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ ବୋଲି ସେ ସମ୍ବୋଧନ କରିଥିଲେ।

ସେହିପରି ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଭାଇସ୍‌ ପ୍ରେସିଡେଣ୍ଟ ଟ୍ରମ୍ପ୍‌ ବୋଲି କହିଥିଲେ। ଏହାର କିଛିଦିନ ପରେ ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ଏକ ଅଭ୍ୟର୍ଥନା କାର୍ଯ୍ୟକ୍ରମବେଳେ ଅନ୍ୟ ଜଣେ ମହିଳାଙ୍କୁ ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ ମନେକରି ରାଷ୍ଟ୍ରପତି ତାଙ୍କୁ ଚୁମ୍ବନ ଦେବାକୁ ଯାଉଥିଲେ। ବାଇଡେନ୍‌ଙ୍କ ଏଭଳି ବାରମ୍ବାର ଭୁଲ୍‌ ଯୋଗୁ ଟ୍ରମ୍ପ୍‌ ତାଙ୍କୁ ସବୁବେଳେ ଟାର୍ଗେଟ କରୁଥିଲେ। ବାଇଡେନ୍‌ ୮୫ ବର୍ଷରେ ଉପନୀତ ହେବା ପରେ ଆମେରିକାକୁ କିପରି ଚଳାଇବେ ବୋଲି ଚ୍ୟାଲେଞ୍ଜର ଟ୍ରମ୍ପ୍‌ ପ୍ରଶ୍ନ କରିଥିଲେ। ଏହିସବୁ ବିଷୟକୁ ନେଇ ଶାସକ ଡେମୋକ୍ରାଟିକ୍‌ ପାର୍ଟିରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ବାଇଡେନ୍‌ଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିଲା। ଶେଷରେ ସେ ପ୍ରବଳ ଚାପ ଆଗରେ ମୁଣ୍ଡ ନୁଆଁଇ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବାଇଡେନ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରବିବାର ରାତିରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପୋଷ୍ଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଭାବେ ସେବା ପ୍ରଦାନ କରି ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। ଗତ ସାଢ଼େ ୩ ବର୍ଷ ମଧ୍ୟରେ ଦେଶରେ ଅନେକ ବିକାଶ ସାଧିତ ହୋଇଛି। ଆଜି ଆମେରିକାର ଅର୍ଥନୀତି ବିଶ୍ୱର ସବୁଠୁ ଶକ୍ତିଶାଳୀ। ଦେଶର ପୁନଃନିର୍ମାଣ କ୍ଷେତ୍ରରେ ଆମେ ଐତିହାସିକ ନିବେଶ କରିଛୁ। ଆମେରିକାବାସୀଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇ ନ ଥାନ୍ତା। ଦେଶକୁ ଆହୁରି ଆଗେଇ ନେବା ପାଇଁ ସେ ପୁନଃ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ଥିଲେ।

ତେବେ ଦେଶ ଓ ଦଳର ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ଚଳିତ ସପ୍ତାହରେ ବିସ୍ତୃତ ଭାବେ ଦେଶବାସୀଙ୍କୁ ସମ୍ବୋଧିତ କରି ଅବଗତ କରାଇବେ ବୋଲି ବାଇଡେନ୍‌ କହିଛନ୍ତି। ଏହି ଅବସରରେ ବାଇଡେନ୍‌ ଉପରାଷ୍ଟ୍ରପତି ହାରିସ୍‌ଙ୍କୁ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ହାରିସ୍‌ ସର୍ବୋତ୍ତମ ଡେମୋକ୍ରାଟ୍‌ ବୋଲି ବାଇଡେନ୍‌ କହିଛନ୍ତି। ତାଙ୍କ ପ୍ରସ୍ତାବକୁ ଡେମୋକ୍ରାଟିକ୍‌ ପାର୍ଟି କନ୍‌ଭେନ୍‌ସନ ଅନୁମୋଦନ ଦେଲେ ହାରିସ୍‌ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାରତୀୟ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବେ। ନଭେମ୍ବର ନିର୍ବାଚନରେ ସେ ବିଜୟୀ ହେଲେ ପ୍ରଥମ ମହିଳା ଏବଂ ଅଣଶ୍ୱେତାଙ୍ଗ ରାଷ୍ଟ୍ରପତି ହେବାର ଗୌରବ ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଗ୍ଲୋବ୍ ଟ୍ରଟର’ରୁ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଝଲକ ରିଲିଜ କଲେ ଏସ୍.ଏସ୍. ରାଜାମୌଲି

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗ୍ଲୋବ୍ ଟ୍ରଟର’ରୁ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଲୁକ୍ (ଝଲକ) ଜାରି କରିଛନ୍ତି। ହଳଦିଆ ଶାଢ଼ୀ...

ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀଙ୍କୁ ‘ବାଲ୍ ସାହିତ୍ୟ ପୁରସ୍କାର-୨୦୨୫’

ଭୁବନେଶ୍ୱର,୧୨ା୧୧: ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ସାରା ଦେଶର ମୋଟ୍ ୨୪ ଜଣ ଲେଖକଙ୍କୁ ମନୋନୀତ କରାଯାଇଛି। ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀ...

ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ; ତହସିଲଦାରଙ୍କ ବଢ଼ିଲା କ୍ଷମତା

ଭୁବନେଶ୍ୱର,୧୨ା୧୧: ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼...

ଦରମାରେ ଚଳିପାରୁନାହାନ୍ତି ମାସଯାକ? ଏହି ସାଇଡ୍‌ ବିଜନେସରେ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ଦରମା ମାସ ସରୁ ସରୁ ସରି ଯାଉଛି। ଏବଂ ଆପଣ ଆପଣଙ୍କର ଘର ଖର୍ଚ୍ଚ ପୂରଣ କରିବାକୁ ଟଙ୍କା ରହୁନି, ତେବେ...

ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ ପାଲଟିଲେ ଏହି ଅଭିନେତ୍ରୀ, ପସନ୍ଦ ଓଡ଼ିଆ ଖାଇବା

ମୁମ୍ବାଇ: ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଗିରିଜା ଓକ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ (New...

ଆୟ ବଢୁଛି, କିନ୍ତୁ ସମ୍ପତ୍ତି ବଢୁନାହିଁ: ଭାରତୀୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛି FOMO-YOLO ଚିନ୍ତାଧାରା

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ଅର୍ଥନୀତି ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଥିବାବେଳେ, ଏହାର ଯୁବପିଢ଼ିଙ୍କ ଆୟ ବଢୁଥିଲେ ମଧ୍ୟ ସେମାନଙ୍କ ପାଖରୁ ସମ୍ପତ୍ତି...

ବିଦେଶରୁ ଫେରି ଲାଲ୍ କିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୨: ଭୁଟାନରୁ ଦୁଇ ଦିନିଆ ବିଦେଶ ଗସ୍ତ ସାରି ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ (LNJP) ଡାକ୍ତରଖାନାରେ...

ଓଡ଼ିଶା SI ପରୀକ୍ଷା ଦୁର୍ନୀତି: ମୁଖ୍ୟ ଅଭିଯୁକ୍ତ ଶଙ୍କରର ସହଯୋଗୀ ସାଗର ଗୌଡ଼ା ଗିରଫ

ଭୁବନେଶ୍ୱର,୧୨ା୧୧: ଓଡ଼ିଶା ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଏକ ବଡ଼ ସଫଳତା ପାଇଛି। କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କ ଘନିଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri