ଏଇ ଭାରତରେ

ମୋବାଇଲ ପୁରୁଣା ହୋଇଗଲେ ତାହାକୁ ଫିଙ୍ଗି ଦିଆଯାଉଛି। ଏହା ଇ-ଓ୍ବେଷ୍ଟ ପରିବେଶ ଲାଗି କ୍ଷତିକାରକ। କିନ୍ତୁ ପୁରୁଣା ମୋବାଇଲକୁ ରିସାଇକ୍ଲିଂ କରି ଦିଲ୍ଲୀର ଦୁଇ ସାଙ୍ଗ ଅଭିନୀତ ସିଂ ଓ ସକେତ ସୌରଭ ଚଳିତବର୍ଷ ୨୪୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିପାରିଛନ୍ତି। ସେମାନେ ‘ରି-ଫିଟ ଗ୍ଲୋବାଲ’ କମ୍ପାନୀ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ରିସାଇକ୍ଲିଂ କରି ଏବେ ସୁଦ୍ଧା ୧.୭୫ ମିଲିୟନରୁ ଊର୍ଦ୍ଧ୍ୱ ୟୁନିଟ୍‌ ବିକ୍ରି କରି ସାରିଲେଣି। ଉଭୟ ଅଭିଜିତ ଓ ସକେତ ଚାକିରି କରିଥିଲେ। ତାହାକୁ ଛାଡ଼ି ୨୦୧୭ରେ ସେମାନେ ରିଫିଟ ଗ୍ଲୋବାଲ କମ୍ପାନୀ କରି ଇ-ଓ୍ବେଷ୍ଟ ହ୍ରାସ କରିବାକୁ ପୁରୁଣା ମୋବାଇଲ ରିସାଇକ୍ଲିଂ ଆରମ୍ଭ କରିଥିଲେ। ସେମାନେ ଏବେ ସୁଦ୍ଧା ୫୫,୦୦୦ରୁ ୬୫,୦୦୦ ଫୋନ ପ୍ରତି ମାସରେ ରିସାଇକ୍ଲିଂ କରିପାରୁଛନ୍ତି। ପ୍ରଥମେ ଦୁଇସାଙ୍ଗ ପ୍ରତ୍ୟେକ ୧୫ ଲକ୍ଷ ଟଙ୍କା ଋଣ କରି ବିଜ୍‌ନେସ ଆରମ୍ଭ କରିଥିଲେ। ପ୍ରଥମେ ଏହି କମ୍ପାନୀ ସକେତ ଓ ଅଭିନୀତଙ୍କ ସମେତ ୭ ଜଣଙ୍କୁ ନେଇ ଆରମ୍ଭ କରାଯାଇଥିଲା। ସେମାନେ ରିସାଇକ୍ଲିଂ ପରେ ଫୋନଗୁଡ଼ିକୁ କାରରେ ନେଇ ରାସ୍ତାରେ ବିକ୍ରି କରିବା ଆରମ୍ଭ କରିଥିଲେ। ଦୁଇ ବର୍ଷ କଠିନ ପରିଶ୍ରମ କରିବା ପରେ ସଫଳତା ପାଇଥିଲେ। ସେମାନେ ଅଫ୍‌ଲାଇନ ଓ ଅନ୍‌ଲାଇନରେ ଏହି ଫୋନ୍‌ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri