ଏଇ ଭାରତରେ

ରୋଗଗ୍ରସ୍ତ,ବିକଳାଙ୍ଗ ଓ ପରିତ୍ୟକ୍ତ ଅବସ୍ଥାରେ ଥିବା କୁକୁରଙ୍କ ସାହାରା ପାଲଟିଛନ୍ତି ଚେନ୍ନାଇର ଶାରା ଆୟର। ସେ ରାସ୍ତାକଡ଼ରେ ପଡ଼ିରହୁଥିବା ଏଭଳି କୁକୁରଗୁଡ଼ିକୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରିବା ସହ ଆଶ୍ରୟ ଦେଉଛନ୍ତି। ଏହି କାର୍ଯ୍ୟ ପାଇଁ ସେ ତାଙ୍କ ସ୍ବାମୀଙ୍କ ସହଯୋଗରେ ଗଠନ କରିଛନ୍ତି ମାଡ୍ରାସ ଆନିମଲ ରେସ୍‌କ୍ୟୁ ସୋସାଇଟି(ଏମ୍‌ଏଆର୍‌ଏସ୍‌)। ଏହା ୨୦୧୯ରୁ କାମ କରୁଛି ଓ ତାମିଲନାଡୁ ଆନିମଲ ଓ୍ବେଲ୍‌ଫେୟାର ବୋର୍ଡ ସହ ଅନୁବନ୍ଧିତ ହୋଇଛି। ମହାବଳୀପୁରମ ନିକଟରେ ଥିବା କ୍ରିଷ୍ଣନ କରନାଇରେ କୁକୁରମାନଙ୍କ ପାଇଁ ‘ଡାମନ’ ନାମକ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି। ସେଠାରେ ଏବେ ୩୮୦ରୁ ଊର୍ଦ୍ଧ୍ୱ କୁକୁର ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪୨ ବିକଳାଙ୍ଗ କୁକୁର ଛୁଆ, ୫୦ରୁ ଅଧିକ ଆଂଶିକ ଦୃଷ୍ଟିହୀନ ଓ ସ୍ନାୟୁଗତ ସମସ୍ୟାରେ ପୀଡ଼ିତ। ଏହାବ୍ୟତୀତ ୧୦୦ରୁ ଅଧିକ ବୟସ୍କ ବିକଳାଙ୍ଗ କୁକୁର ମଧ୍ୟ ରହିଛନ୍ତି। ରାସ୍ତାକଡ଼ରେ ଅସହାୟ ଅବସ୍ଥାରେ ପଡ଼ିରହିଥିବା କୁକୁରଙ୍କୁ ଉଦ୍ଧାର କରିବା ଲାଗି ଶାରା ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରିଛନ୍ତି ଓ ସେଥିରେ ୧୮୦ ଲୋକଙ୍କୁ ଯୋଡ଼ିଛନ୍ତି, ଯେଉଁମାନେ ସହରର ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବା ସହ ବନ୍ଧ୍ୟାକରଣ କାର୍ଯ୍ୟ କରୁଛନ୍ତି। ପ୍ରତି ମାସରେ କୁକୁରଙ୍କ ଖାଦ୍ୟ ଲାଗି ୩୦୦ କେଜି ଚିକେନ୍‌, ୧୭୦୦ କେଜି ରାଇସ୍‌, ୫୦୦ ଲିଟର କ୍ଷୀର, ୮୦୦ ଅଣ୍ଡା ଏବଂ କିଛି ପନିପରିବା ଆବଶ୍ୟକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?