ଏଇ ଭାରତରେ

ଆସାମର ଗାଁଗୁଡ଼ିକରେ ପିଲାମାନଙ୍କ ପାଇଁ ଲାଇବ୍ରେରି ଖୋଲୁଛନ୍ତି ଋତୁପର୍ଣ୍ଣା ନେଓଗୀ। ଏହି ଲାଇବ୍ରେରିରୁ ପିଲାମାନେ ମାଗଣାରେ ବହି ନେଇ ପଢ଼ିବାର ସୁବିଧା ପାଉଛନ୍ତି। ଋତୁପର୍ଣ୍ଣା ସୋସିଆଲ ଓ୍ବାର୍କ କ୍ଷେତ୍ରରେ ଶିକ୍ଷାଲାଭ କରିବା ପରେ ଆସାମର ବିଭିନ୍ନ ସୋସିଆଲ ଓ୍ବାର୍କ ସୋସାଇଟିରେ କାମ କଲେ। ପାଉଥିବା ଦରମାରୁ ସଞ୍ଚତ୍ତ କରି ସେ ବହି କିଣିଲେ ଓ ୨୦୨୦ରେ ସେ ନିଜ ଗାଁରେ ‘କିତାପେ କଥା କୋଇ’ ନାମକ ଏକ ଲାଇବ୍ରେରି ଖୋଲିଥିଲେ। ପ୍ରଥମେ ଏଥିରେ ୬୦୦ ବହି ଥିଲା ଓ ବର୍ତ୍ତମାନ ସେଠାରେ ୧୨୦୦ ବହି ଅଛି। ଏବେ ୨ଟି ଗାଁରେ ସେ ଲାଇବ୍ରେରି ଖୋଲିସାରିଛନ୍ତି ଓ ୨୦୦ରୁ ଅଧିକ ପିଲାଙ୍କୁ ପଢ଼ିବାରେ ସାହାଯ୍ୟ କରୁଛନ୍ତି। ‘ଅକାମ ଫାଉଣ୍ଡେଶନ’ ମାଧ୍ୟମରେ ସେ ଲାଇବ୍ରେରି ଖୋଲୁଛନ୍ତି। ଏହି ସମୟରେ ସାରାଦେଶରେ ଲକ୍‌ଡାଉନ୍‌ ହୋଇଥିବାରୁ ସେ ସୋସିଆଲ ମିଡିଆରେ ଷ୍ଟୋରି ଟେଲିଂ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏବେ ମଧ୍ୟ ଅନେକ ସମୟରେ ବିଭିନ୍ନ ଗାଁକୁ ଯାଇ ଷ୍ଟୋରି ଟେଲିଂ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସେ ଲିଙ୍ଗଗତ ଭେଦଭାବ ଦୂର କରିବା ଲାଗି ୪୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରିସାରିଲେଣି। ଆଗକୁ ଆଉ କେତୋଟି ଗାଁରେ ଲାଇବ୍ରେରି ଖୋଲିବା ଯୋଜନା ଚୂଡ଼ାନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ…

ଶିଶୁ ଓ ସୋସିଆଲ ମିଡିଆ

ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଶିଶୁ ଓ କିଶୋରଙ୍କ ଉପରେ ଅତ୍ୟଧିକ ମାତ୍ରାରେ ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ ପାଇଁ…

ବାପୁନର ବିଚାର

ପୁଅର ରେଜଲ୍ଟ ଭଲ ହୋଇଥିବା ଖୁସିରେ ଡାକ୍ତର ବନ୍ଧୁ ସୁରେଶବାବୁ ଆୟୋଜନ କରିଥିବା ଗୋଟେ ପାରିବାରିକ ଉତ୍ସବରେ ସାମିଲ ହେବାକୁ ପହଞ୍ଚିଲା ବେଳକୁ ଦେଖିଲି ଯେ ଖୁସି…

ତ୍ରୁଟିପୂର୍ଣ୍ଣ ଉପହାର ପ୍ରତ୍ୟାହାର ହେଉ

କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବଳିଷ୍ଠ, ପୁଷ୍ଟ ଓ ପ୍ରଭାବିତ କରିବାରେ ପାଠ୍ୟପୁସ୍ତକର ଅନିବାର୍ଯ୍ୟ ଭୂମିକା ସର୍ବଜନଗ୍ରାହ୍ୟ। ମାସକ ପୂର୍ବରୁ ୭ମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି…

ନିଆଁ ପରେ ନିଆଁ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ୨୨ ଜୁନ୍‌ରେ ନିଅଁା ଲାଗିଯିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି।…

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri