ଏଇ ଭାରତରେ

ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳ ବସ୍ତର ଓ ଦାନ୍ତଓ୍ବୋଡାରେ ଶିକ୍ଷା ଓ ଗମନାଗମନର ସୁବିଧା କମ୍‌। ଦୁର୍ଗମ ଗାଁଗୁଡ଼ିକରେ ରହୁଥିବା ପିଲାମାନେ ବି ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସେଭଳି ଅଞ୍ଚଳରୁ ଭଲ ପଢ଼ି ମେଡିକାଲ ପାଇଁ ନିଟ୍‌ କିମ୍ବା ଜେଇଇରେ କୃତକାର୍ଯ୍ୟ ହେବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ନଗଣ୍ୟ। ଏଣୁ ଏଭଳି ପରିସ୍ଥିତିକୁ ସାମ୍ନାକରି ବସ୍ତର ଭଳି ଅନୁନ୍ନତ ଅଞ୍ଚଳରୁ ଆଇଏଏସ୍‌ ଅଧିକାରୀ ହୋଇଥିବା ବିନିତ ନନ୍ଦନଓ୍ବାର ଗରିବ ପିଲାମାନଙ୍କୁ ଜେଇଇ ଓ ନିଟ୍‌ ପରୀକ୍ଷା ପାଇଁ ମାଗଣାରେ କୋଚିଂ ଦେଉଛନ୍ତି। ବସ୍ତର ଜିଲାପାଳ ଭାବେ କାର୍ଯ୍ୟରତ ବିନିତ ଏଥିପାଇଁ ‘ସେକେଣ୍ଡ ଚାନ୍ସ’ ଅଭିଯାନ ଆରମ୍ଭ କରିଛନ୍ତି। ଅର୍ଥାତ୍‌ ପ୍ରଥମ ପ୍ରୟାସରେ ଯେଉଁମାନେ ଏହିସବୁ ପରୀକ୍ଷାରେ କୃତକାର୍ଯ୍ୟ ହେଉନାହାନ୍ତି ସେମାନଙ୍କ ପାଇଁ ଆଉ ଏକ ବର୍ଷ ମାଗଣା କୋଚିଂ ଯୋଗାଇ ଦେଉଛନ୍ତି ବିନିତ। ଏହାକୁ ସେ ସରକାରୀ ଯୋଜନା ‘ଟଚ୍‌ ଦି ସ୍କାଏ’ ମାଧ୍ୟମରେ ସଞ୍ଚାଳନ କରୁଛନ୍ତି। ତାଙ୍କର ଏହି ପ୍ରୟାସ ବହୁ ଛାତ୍ରୀଛାତ୍ରଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଛି ଓ ପିଲାମାନଙ୍କର ଡାକ୍ତର କିମ୍ବା ଇଞ୍ଜିନିୟର ହେବା ସ୍ବପ୍ନ ସାକାର ହୋଇପାରୁଛି। ବସ୍ତରରେ ଜିଲାପାଳ ଭାବେ ଅବସ୍ଥାପିତ ହେବା ପରେ ବିନିତ ତୁରନ୍ତ ପିଲାମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ଏଭଳି ସୁବିଧା ଦେଶ ଲାଗି ଯୋଗାଇବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। କାରଣ ବିନିତଙ୍କ ପିଲାଦିନ ଅଭାବରେ କଟିଥିଲା ଓ କୋଚିଂ ନେଇ ଜଣେ ଡାକ୍ତର କିମ୍ବା ଇଞ୍ଜିନିୟର ହେବାରୁ ସେ ବଞ୍ଚିତ ହୋଇଥିଲେ। କିନ୍ତୁ ୩ଥର ଚେଷ୍ଟା କରି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିଲେ ବିନିତ।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri