ଏଇ ଭାରତରେ

ମହିଳାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଯେଉଁ କେତେଜଣ ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ଆଇଆଇଟି ୫ ଦିଲ୍ଲୀର ଦୁଇ ଜଣ ଏବେ ନୂତନତ୍ୱ ପାଇଁ ପ୍ରଶଂସିତ ହୋଇଛନ୍ତି। ଏହି ଦୁଇ ମ୍ୟାଟେରିଆଲ ବୈଜ୍ଞାନିକ ହେଲେ ଡ. ସବାପାଥି ଏସ୍‌ ଏବଂ ଅନୁପ ଘୋଷ। ସେମାନେ ଏକ ପ୍ରକାର ପରିବେଶ ଉପଯୋଗୀ ଓ ସୁପର ଆବର୍ଜବେଣ୍ଟ ପ୍ରସ୍ତୁତ କରିଛନ୍ତି ଏବଂ ଏଥିରେ ସାନିଟାରି ପ୍ୟାଡ ଶସ୍ତାରେ ହୋଇପାରୁଛି। ଭାରତରେ ୬୪% ମହିଳା ସାନିଟାରି ପ୍ୟାଡ ବ୍ୟବହାର କରୁଛନ୍ତି। ଏଣୁ ଶସ୍ତା ଓ ପରିବେଶ ଉପଯୋଗୀ ପ୍ୟାଡ କିଭଳି ଆହୁରି ଅଧିକ ମହିଳା ବ୍ୟବହାର କରିବେ ସେହି ଲକ୍ଷ୍ୟରେ ଏହି ଦୁଇ ଜଣ ବୈଜ୍ଞାନିକ ଏଭଳି ପ୍ୟାଡ ତିଆର କରିବାରେ ସଫଳ ହୋଇଛନ୍ତି। ଦୁଇବର୍ଷ ଗବେଷଣା ପରେ ସେମାନେ ୨୦୨୩ରେ ପ୍ରଥମେ ଏଭଳି ପ୍ୟାଡ୍‌ ତିଆରି କରିଛନ୍ତି। ରେଗୁଲାର ସାନିଟାରି ପ୍ୟାଡରେ ଥିବା ସିଙ୍ଗଲ ୟୁଜ ପଲିମର ଏବଂ ପ୍ଲାଷ୍ଟିକ ଶିଟ୍‌ ପରିବେଶ ପାଇଁ କ୍ଷତିକାରକ। କାରଣ ଏହା ସହଜରେ ମାଟିରେ ମିଶୁନାହିଁ କିନ୍ତୁ ସବାପାଥି ଓ ଘୋଷଙ୍କ ଦ୍ୱାରା ତିଆରି କରାଯାଉଥିବା ପ୍ୟାଡ୍‌ ବ୍ୟବହାର ପରେ ମାତ୍ର ୩ ମାସରେ ମାଟିରେ ସମ୍ପୂର୍ଣ୍ଣ ମିଶିଯାଉଛି ଏବଂ ଏହାର ପରିବେଶ ଉପରେ କୌଣସି ନକାରାମତ୍କ ପ୍ରଭାବ ରହୁନାହିଁ। ସେମାନେ ପ୍ୟାଡ ନିର୍ମାତାଙ୍କ ପାଇଁ ଏହି ପ୍ରକାର ପ୍ୟାଡ୍‌ ତିଆରି କରିବା ଲାଗି ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏବେ ଏହିି ପ୍ୟାଡ କର୍ନାଟକ ଓ ତାମିଲନାଡୁରେ ବିକ୍ରି ଆରମ୍ଭ ହୋଇଛି ଓ ଖୁବ୍‌ ଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ଉପଲବ୍ଧ ହେବ ବୋଲି କହନ୍ତି ସବାପାଥି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri