ଏଇ ଭାରତରେ

ନିଜ ଘରକୁ ବୁଲା ପ୍ରାଣୀଙ୍କ ଆଶ୍ରୟସ୍ଥଳୀ କରିଦେଇଛନ୍ତି କେରଳର ପ୍ରଦୀପ ପାୟୁର। ୨୦ ବର୍ଷ ହେବ ସେ ୧୦୦୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣାଗ୍ରସ୍ତ ବୁଲା କୁକୁର ଓ ବିଲେଇଙ୍କୁ ଉଦ୍ଧାର କରିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକକୁ ସେମାନଙ୍କ ମାଲିିକଙ୍କୁ ଆବଶ୍ୟକ ପ୍ରମାଣ ରଖି ହସ୍ତାନ୍ତର କରିଛନ୍ତି। ଯେଉଁମାନେ ପୋଷ୍ୟ ଭାବେ ନେବା ଲାଗି ଚାହାନ୍ତି ସେମାନଙ୍କ ପରିଚୟପତ୍ରର ନକଲ ରଖୁଛନ୍ତି ପ୍ରଦୀପ। ସେମାନଙ୍କ ଫୋନ ନମ୍ବର ରଖି ପୋଷାଜନ୍ତୁଙ୍କ ଫଟୋ ନିୟମିତ ବ୍ୟବଧାନରେ ପଠାଇବା ଲାଗି ସର୍ତ୍ତ ରଖୁଛନ୍ତି ବୋଲି କୁହନ୍ତି ୩୫ ବର୍ଷୀୟ ପ୍ରଦୀପ। ଏବେ ତାଙ୍କ ଘରେ କୁକୁର ଓ ବିଲେଇ ମିଶି ରହୁଛନ୍ତି ୪୩ଟି। ସେ ତିନି ବଖରା ଘର ଏମାନଙ୍କ ପାଇଁ ଛାଡିଦେଇଛନ୍ତି। ଖାଦ୍ୟ ଓ ଚିକିତ୍ସା ବାବଦରେ ମାସକୁ ବ୍ୟୟ କରୁଛନ୍ତି ୨୦ ହଜାର ଟଙ୍କା। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ପରେ ଏମାନଙ୍କୁ ଉଦ୍ଧାର କରି ଘରକୁ ଆଣିବା ପାଇଁ ସେ ଏକ ସେକେଣ୍ଡହ୍ୟାଣ୍ଡ୍‌ କାର୍‌ କିଣି ସେଥିରେ ଯନ୍ତାଟିଏ ଲଗାଇଛନ୍ତି। ଘରକୁ ଆଣିବା ପରେ ଚିକିତ୍ସା କରୁଛନ୍ତି। ଏଥିପାଇଁ ତାଙ୍କର କେତେଜଣ ପ୍ରାଣୀ ଚିକିତ୍ସକ ବନ୍ଧୁ ସାହାଯ୍ୟ କରୁଛନ୍ତି। ସେ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି। ଗୁରୁବାୟୁରର ଥ୍ରିସୁରରେ ରହନ୍ତି ପ୍ରଦୀପ। ୨୦୦୧ରେ ପ୍ରଦୀପଙ୍କ ପିତା ପ୍ରଥମେ ୧୫ଟି ବୁଲା କୁକୁରଙ୍କୁ ଆଶ୍ରୟ ଦେଇଥିଲେ। ୨୦୧୦ରେ ତାଙ୍କ ପିତାଙ୍କ ଦେହାନ୍ତ ପରେ ସେ ଏହି ସେବା କରିଆସୁଛନ୍ତି। ପ୍ରଦୀପ କୋଏମ୍ବାଟୁରରେ ଏକ ଓ୍ବାଶିଂପାଉଡ଼ର କମ୍ପାନୀରେ ସପ୍ଲାୟର ଭାବେ କାର୍ଯ୍ୟ କରନ୍ତି। ଭୋର୍‌ରୁ ଉଠି ସେ ପୋଷାଜନ୍ତୁମାନଙ୍କୁ ଚଲାଇବାକୁ ନିଅନ୍ତି ଓ ତାଙ୍କ ମା’ ସୁମାଲ୍ୟା ସେମାନଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri