ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ରିକ୍ସା ଚାଳକମାନେ ସେମାନଙ୍କ ଦୈନନ୍ଦିନ ରୋଜଗାର ହରାଇ ବସିଥିବାବେଳେ ମହାରାଷ୍ଟ୍ରର ଜଣେ ଅଟୋଚାଳକଙ୍କ ବଦାନ୍ୟତା ଏବେ ସାମ୍‌ନାକୁ ଆସିଛି। ନଭି ମୁମ୍ବାଇର ଆୟାଜ ଫାକୁହି ଅସହାୟମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି। କେବଳ ଏତିକି ନୁହେଁ, ସେ ଗରିବ ଲୋକମାନଙ୍କୁ ବି ମାଗଣାରେ ହସ୍ପିଟାଲକୁ ନେଉଛନ୍ତି। ଆୟାଜ ତାଙ୍କ ଅଟୋର ନାମ ରଖିଛନ୍ତି ‘ଖିଦମତ’ ଅର୍ଥାତ ନିଃସ୍ବାର୍ଥପର ସେବା। ସେ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେଇ ନଭି ମୁମ୍ବାଇରେ ଗରିବ ରୋଗୀ ଓ ତାଙ୍କ ପରିବାରକୁ ମାଗଣାରେ ସେବା ଯୋଗାଇ ଦେଉଛନ୍ତି। ତାଙ୍କ ଘର ପାଖରେ ଛୋଟବଡ଼ ୫ଟି ହସ୍ପିଟାଲ ରହିଥିବାରୁ ଲକଡାଉନରେ ଗରିବମାନଙ୍କ ଦୁର୍ଦ୍ଦଶା ଦେଖି ଏହି କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କୁହନ୍ତି ୫୫ ବର୍ଷୀୟ ଆୟାଜ। ସେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ବି ମାଗଣାରେ ହସ୍ପିଟାଲକୁ ନେଉଛନ୍ତି। ଆୟାଜ ତାଙ୍କ ଅଟୋ ସାମ୍‌ନାରେ ‘ଏମର୍ଜେନ୍ସି ଫ୍ରି ରାଇଡ୍‌’ ବ୍ୟାନର୍‌ ବି ଲଗାଇଛନ୍ତି ଓ ସେଥିରେ ତାଙ୍କ ଫୋନ୍‌ ନମ୍ବର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ପ୍ରଥମେ ହସ୍ପିଟାଲ୍‌ ସାମ୍‌ନାରୁ ଲୋକମାନଙ୍କୁ ନେଉଥିଲେ। ପରେ ନଭି ମୁମ୍ବାଇର ବିଭିନ୍ନ ସ୍ଥାନ ଓ ଗାଁମାନଙ୍କରୁ ତାଙ୍କ ପାଖକୁ କଲ୍‌ ଆସିବାରେ ଲାଗିଛି। ଏବେ ସେ ଦିନରାତି ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୩୦୦ରୁ ଊର୍ଦ୍ଧ୍ୱ ଗରିବ ଲୋକଙ୍କୁ ମାଗଣାରେ ଅଟୋରେ ନେଇ ସାରିଲେଣି। ନଭି ମୁମ୍ବାଇରେ ଲୋକମାନଙ୍କୁ ଖାଦ୍ୟ ଯୋଗାଉଥିବା ଏନ୍‌ଜିଓଗୁଡ଼ିକୁ ଖାଦ୍ୟ ନେବା ଆଣିବାରେ ମଧ୍ୟ ସାହାଯ୍ୟ କରୁଛନ୍ତି। ଗରିବଙ୍କୁ ଲକ୍‌ଡାଉନରେ ସେବା ଯୋଗାଇ ଦେଉଥିବାର ସୁଯୋଗ ପାଇଥିବାରୁ ବହୁତ ଖୁସି ବୋଲି କହନ୍ତି ଆୟାଜ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri