ଏଇ ଭାରତରେ

ସମୟଚକ୍ରରେ ଜଣେ ନିଷ୍ଠାପର ମଣିଷକୁ ତା’ ଶ୍ରମର ସ୍ବୀକୃତି ମିଳେ । ସେହି ବ୍ୟକ୍ତି ଜୀବନର ପ୍ରତୀକ୍ଷିତ ଲକ୍ଷ୍ୟ ହାସଲ କରେ। ଏମିତି ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବା ଜଣେ ବ୍ୟକ୍ତି ହେଉଛନ୍ତି କେରଳର ଅଜିତ। ଦଶମ ପାସ୍‌ ପରେ ଅଜିତ ମାଛ ବିକି, ଅଟୋ ଚଲାଇ ପରିବାର ପ୍ରତିପୋଷଣ କରିବା ସହ ପିଏଚ୍‌ଡି ଡିଗ୍ରୀ ହାସଲ କରିପାରିଛନ୍ତି। ଜଣେ ଅଟୋଚାଳକ ଭାବେ ଏଭଳି ସଫଳତା ହାସଲ କରିବାରେ ସେ ହେଉଛନ୍ତି କେରଳର ପ୍ରଥମ ବ୍ୟକ୍ତି। ଅଜିତ ଏବେ କୁଣ୍ଟାଲୁରସ୍ଥ ଶ୍ରୀଅଚ୍ୟୁତ ମେନନ୍‌ ସରକାରୀ ମହାବିଦ୍ୟାଳୟର ମାଲୟାଲମ ବିଭାଗରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୨୮। ଅଜିତଙ୍କ ମା’ଙ୍କୁ ତାଙ୍କ ବାପା ଘରୁ ବାହାର କରିଦେଇଥିଲେ। ସେତେବେଳେ ଅଜିତ୍‌ଙ୍କୁ ତିନି ମାସ ହୋଇଥିଲା। ତାଙ୍କ ମା’ଙ୍କ ପାଖରେ ଜାଗା ନ ଥିଲା କି ରହିବା ପାଇଁ ଘର ନ ଥିଲା। ଏଣୁ ସେ ଅଜିତଙ୍କୁ ନେଇ ଚାଲିଆସିଥିଲେ ତାଙ୍କ ଗାଁକୁ ଓ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଅଜିତଙ୍କୁ ପଢାଇଥିଲେ। ଅଜିତ ଦଶମ ପାସ କରି ଘର ଚଳାଇବା ପାଇଁ ଏକ ଦୋକାନରେ ମାଛ ବିକ୍ରି କରିଥିଲେ। ପରେ ପଢିବା ଲାଗି ଟଙ୍କା ଆବଶ୍ୟକ ହେବାରୁ ସେ ଏକ ସେକେଣ୍ଡ୍‌ ହ୍ୟାଣ୍ଡ ଅଟୋ କିଣି ଚଳାଇବା ସହ ମାଲୟାଲମରେ ଡିଗ୍ରୀ ହାସଲ କରିଥିଲେ। ପରେ ବି.ଏଡ୍‌ ପାସ୍‌ କରିବା ସହ ମାଲୟାଲମରେ ସ୍ନାତକୋତ୍ତର ଓ ୨୦୧୯ରେ ଏଥିରେ ପିଏଚଡି ଡିଗ୍ରୀ ହାସଲ କରି ସେହି ବର୍ଷ ୟୁଜିସି ନେଟ୍‌ରେ ବି କୃତକାର୍ଯ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

ହୁକେ ହୋ, ଏକ ସାମୂହିକ ସ୍ବର

ଏ ବର୍ଷ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ମଣିଷ, ବୃକ୍ଷଲତା, ପଶୁପକ୍ଷୀ ସମସ୍ତ ସଜୀବ ଦହଗଞ୍ଜ ହେଉଛନ୍ତି। ପିଇବା ପାଇଁ ମୁନ୍ଦାଏ ପାଣି ନାହିଁ। ନଈ, ନାଳ…

ଧର୍ମ ସଙ୍କଟ

ଇଂଲିଶ ଶବ୍ଦ ରିଲିଜିଅନ ଅର୍ଥରେ ନ ନେଲେ ଧର୍ମ ସଙ୍କଟର ଅର୍ଥ ହେଉଛି ନୈତିକତାର ଦ୍ୱନ୍ଦ୍ୱ – ଆମ ଚିନ୍ତାଧାରାର ଭିତ୍ତି। ବର୍ଷା ଆସିଗଲା ମାନେ ପୋକ…

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri