ଏଇ ଭାରତରେ

ନିଜ ବୃତ୍ତିଗତ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବା ସହ ସମାଜ ତଥା ପରିବେଶ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ସିକିମର ଲୋମାସ ଧୁଙ୍ଗଲ ଜଣେ। ବୃତ୍ତିରେ ଶିକ୍ଷକ। ବୟସ ତାଙ୍କର ୩୫। ମାଖା ଗାଁର ସରକାରୀ ଉନ୍ନୀତ ମାଧ୍ୟମିକ ସ୍କୁଲ୍‌ରେ ସେ ଗଣିତ ଓ ବିଜ୍ଞାନ ପଢାନ୍ତି। ପୁର୍‌ସତ ପାଇବା କ୍ଷଣି ଲାଗିପଡନ୍ତି ସମାଜ ମଙ୍ଗଳରେ। ୨୦୧୫ରେ ପ୍ରଦୂଷଣ ରୋକିବା ପାଇଁ ‘ହରିଓମାଖା- ସିକିମ୍‌ ଏଗ୍ନେଷ୍ଟ ପଲ୍ୟୁଶନ’ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ପିଲାମାନଙ୍କ ସହ ମିଶି ସେ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ପ୍ଲାଷ୍ଟିକ ବ୍ୟାଗଗୁଡିକର ଅପ୍‌ସାଇକ୍ଲିଂ କରି ଏବେସୁଦ୍ଧା ଧୁଙ୍ଗଲ ୮୫ ହଜାର ପ୍ଲାଷ୍ଟିକ ପ୍ୟାକେଟର ଅପ୍‌ସାଇକ୍ଲିଂ କରି ୬,୧୦୦ ବୁକ୍‌ କଭର୍‌ ବା ବହି ମଲାଟ ପ୍ରସ୍ତୁତ କରିପାରିଛନ୍ତି। ଏହାକୁ ବିକ୍ରି କରି ସେ ସ୍କୁଲ୍‌ ପାଇଁ ପାଣ୍ଠି ଯୋଗାଡ କରୁଛନ୍ତି। ଏଥିରୁ କିଛି ଅଂଶ ଅର୍ଥାଭାବରୁ ଉଚ୍ଚତର ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ପିଲାମାନଙ୍କୁ ବି ସାହାଯ୍ୟ କରୁଛନ୍ତିି। ଅପ୍‌ସାଇକ୍ଲିଂର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୦୧୫ରୁ ଡିସେମ୍ବର ୨୦୧୯ ମଧ୍ୟରେ ଶେଷହୋଇଛି। ଏହି ସମୟରେ ସେ ସିକିମର ୨୦ରୁ ଅଧିକ ସ୍କୁଲ ଓ ଶିକ୍ଷାନୁଷ୍ଠାନର ପିଲାମାନଙ୍କୁ ସାମିଲ କରି ୫୫, ୦୦୦ ପ୍ଲାଷ୍ଟିକ ପ୍ୟାକେଟର ଅପସାଇକ୍ଲିଂ ଶେଷ କରିଛନ୍ତି। ଏଥିରେ ସେ ୪ ହଜାରରୁ ଊର୍ଦ୍ଧ୍ୱ ନୋଟ୍‌ବୁକ୍‌ ପାଇଁ କଭର୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିଛନ୍ତି। ଏବେ ୧୦ଟି ସରକାରୀ ଓ ବେସରକାରୀ ସ୍କୁଲକୁ ସେମାନଙ୍କ ପାଖରେ ଥିବା ଗାଁଗୁଡିକରୁ ପ୍ଲାଷ୍ଟିକ୍‌ ପ୍ୟାକେଟ ସଂଗ୍ରହ କରି ଦେବା ଲାଗି ଅନୁରୋଧ କରିଛନ୍ତି ଧୁଙ୍ଗଲ। କେବଳ ଏତିକି ନୁହେଁ ମାଖା ପାଖରେ ଥିବା ଏକ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି )ର ମହିଳାମାନଙ୍କୁ କଭର୍‌ ପ୍ରସ୍ତୁତ କରିବାରେ ନିୟୋଜିତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସେ ୧୦ଟି ଏସ୍‌ଏଚଜି ଓ ଏନ୍‌ଜିଓ ସହାୟତାରେ ୫ ଲକ୍ଷ ପ୍ଲାଷ୍ଟିକ ବ୍ୟାଗ୍‌ର ଅପସାଇକ୍ଲିଂ କରିବାର ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?