ସଂଶୋଧିତ ଏଫ୍‌ଡିଆଇ ନିୟମ ନେଇ ଭାରତକୁ ଚାଇନାର ସମାଲୋଚନା

ନୂଆଦିଲ୍ଲୀ,୨୧।୪: ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ନିୟମକୁ ଭାରତ ସରକାର ଏବେ ପରିବର୍ତ୍ତନ କରିଛନ୍ତି। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଭାରତରେ ନିବେଶ ଲାଗି ଏବେ ସରକାରଙ୍କ ଅନୁମତି ଲୋଡ଼ା ପଡ଼ିବ ବୋଲି ଜଣାପଡ଼ିଛି। ଭାରତର ଏଭଳି ପଦକ୍ଷେପକୁ ଚାଇନା ସୋମବାର ସମାଲୋଚନା କରିଛି। ଚାଇନା ସମେତ ଅନ୍ୟ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତ୍ୟକ୍ଷ ରୁଟ୍‌ରେ ବା ସିଧାସଳଖ ଭାବେ ଭାରତ ବଜାରରେ ଏଫ୍‌ଡିଆଇ ଖଟାଇପାରିବେ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ବ୍ୟକ୍ତିବିଶେଷ କିମ୍ବା କମ୍ପାନୀ ଏହାକୁ ମାନିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଏହି ଆଇନ ଉପରେ ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଭାରତ ପକ୍ଷପାତିତା ନୀତି ଅବଲମ୍ବନ କରିଛି। ନୂଆ ନିୟମ ଦ୍ୱାରା ଭାରତରେ ନିବେଶ କରିବା କଷ୍ଟକର ହୋଇପଡ଼ିବ। ୨୦୧୯ ଡିସେମ୍ବର ସୁଦ୍ଧା ଚାଇନା କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଭାରତରେ ୮ ବିଲିୟନ ଡଲାର ନିବେଶ କରାଯାଇଛି। ଭାରତର ଅନ୍ୟ ପଡ଼ୋଶୀ ରାଷ୍ଟ୍ରଠାରୁ ଏହା ବହୁ ଗୁଣରେ ଅଧିକ। ଚାଇନା ନିବେଶ ଦ୍ୱାରା ଭାରତର ଶିଳ୍ପାୟନକୁ ପ୍ରୋତ୍ସାହିତ କରୁଛି। ମୋବାଇଲ ଫୋନ, ହାଉସହୋଲ୍ଡ ଇଲେକ୍ଟ୍ରିକାଲ ସାମଗ୍ରୀ ଭିତ୍ତିଭୂମି, ଅଟୋ ମୋବାଇଲ ଭଳି କ୍ଷେତ୍ରରେ ନିବେଶ ଯୋଗୁ ଅନେକ ଲୋକ ନିଯୁକ୍ତି ପାଇପାରୁଛନ୍ତି। ଏହା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ଦୃଢ ହେଉଛି ବୋଲି ଚାଇନା ଦୂତାବାସର ମୁଖପାତ୍ର ସି.ଜି. ରଙ୍ଗ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଭାରତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟଟିଓ)ର ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଭାରତ ଅବମାନନା କରିବା ସହ ଏଭଳି ପକ୍ଷପତିତା ନୀତି ଅବଲମ୍ବନ କରିଛି। ଏହା ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଉଦାରୀକରଣ ନୀତିର ବିରୋଧାଭାସ କରୁଛି। ଏହାବାଦ ବାଣିଜ୍ୟ ପ୍ରୋତ୍ସାହନ ଲାଗି ଜି-୨୦ ଦେଶଗୁଡ଼ିକର ଗ୍ରହଣ କରିଥିବା ସାମଗ୍ରିକ ପଦକ୍ଷେପ ବିରୋଧରେ ଯାଇ ଭାରତ ଏଭଳି କରିଛି ବୋଲି ଦୂତାବାସ ପକ୍ଷରୁ ଜାରି ଏକ ସୂଚନାରେ ଏହା କୁହାଯାଇଛି। ନୂଆ ନିୟମ ଆସିବା ଦ୍ୱାରା ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା କରୁଛନ୍ତି। ବିଶ୍ୱର ଅନ୍ୟ ଦେଶଗୁଡିକ ଲାଗି ଗୋଟିଏ ନିୟମ ଏବଂ ପଡ଼ୋଶୀଙ୍କ ଲାଗି ଅନ୍ୟ ଏକ ନିୟମ ଭାରତ କାହିଁକି ଆଣିଛି। ଏହାଦ୍ୱାରା କିଛି ଦେଶକୁ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ବେଳେ ଅନ୍ୟ କିଛି ଦେଶଙ୍କୁ ସମାନ ସୁବିଧାରୁ ବଞ୍ଚିତ କରାଯାଇଛି ବୋଲି ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଭାରତୀୟ ମୁଦ୍ରାକୁ ବଡ଼ ଝଟ୍‌କା! ଡଲାର ତୁଳନାରେ ୫୬ ପଇସା ହ୍ରାସ ପାଇଲା ଟଙ୍କା

ନୂଆଦିଲ୍ଲୀ,୯।୬:  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘଟିବା ପରେ ଆମେରିକୀୟ ଡଲାର ଆହୁରି ପ୍ରଭାବଶାଳୀ ହୋଇଥିବାରୁ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ପୁଣି…

ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର? ଇରାନ-ଇସ୍ରାଏଲ ବିବାଦ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି, ଆଶଙ୍କାରେ ବିଶ୍ୱବାସୀ

ତେହରାନ,୮।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନୂତନ ସଂଘର୍ଷ ଯୋଗୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇପାରେ। ଇସ୍ରାଏଲ ଇରାନ ବିରୁଦ୍ଧରେ ପ୍ରତିଶୋଧମୂଳକ…

CNG ଠାରୁ ବି ଶସ୍ତା ହେଲା ପେଟ୍ରୋଲ! ଦିଲ୍ଲୀରେ ଲିଟର ପ୍ରତି ମାତ୍ର ୮୨ଟଙ୍କାରେ ମିଳିଲା…

ନୂଆଦିଲ୍ଲୀ,୭।୬: ପଶ୍ଚିମ ଏସିଆ (ମିଡିଲ ଇଷ୍ଟ)ରେ ଜାରି ରହିଥିବା ଯୁଦ୍ଧ ଏବଂ ଆକାଶଛୁଆଁ ତେଲ ଦର ମଧ୍ୟରେ ଦିଲ୍ଲୀର ଗାଡ଼ି ଚାଳକଙ୍କ ପାଇଁ ଏକ ବେଶ ଆଶ୍ୱସ୍ତିକର…

୯୪୨ ଟଙ୍କା ପାର୍‌ ହେଲା ଘରୋଇ ସିଲିଣ୍ଡର, ଏବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେତେ ଟଙ୍କା ସବସିଡି ପଠାଇବେ ସରକାର?

ନୂଆଦିଲ୍‌ଲୀ,୭।୬: ଘରୋଇ ଏଲପିଜି (LPG) ମୂଲ୍ୟରେ ପରିବର୍ତ୍ତନ କରାଯାଇଛି ଏବଂ ନୂଆ ଦର ରବିବାର, ୭ ଜୁନରୁ ଲାଗୁ ହୋଇଯାଇଛି। ସିଲିଣ୍ଡର ପିଛା ୨୯ ଟଙ୍କାର ସାମ୍ପ୍ରତିକ…

LPG ପରେ ବଢିଲା କି ପେଟ୍ରୋଲ ଦର? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୬: ଦେଶରେ ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଘରୋଇ ଏଲପିଜି (LPG) ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରାଯାଇଛି। ଅନ୍ୟପଟେ, ପେଟ୍ରୋଲ ଏବଂ ଡିଜେଲ ଦରକୁ…

ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ବଡ଼ ଝଟ୍‌କା; ମାସକୁ ଦେବାକୁ ହେବ ୨୯୯ ଟଙ୍କା, ତା’ ପରେ ମିଳିବ ଏସବୁ ଚଲାଇବାକୁ ସୁବିଧା…

ନୂଆଦିଲ୍ଲୀ,୭।୬: ମେଟା ଭାରତୀୟ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଦେଇଛି। ମେଟା ନିକଟରେ ହ଼୍ବାଟସଆପ, ଇନଷ୍ଟାଗ୍ରାମ ଏବଂ ଫେସବୁକକୁ ଦେୟଯୁକ୍ତ ସେବା ଯୋଗାଇବା ଯୋଜନା ଘୋଷଣା…

ସକାଳୁ ସକାଳୁ ବଡ଼ ଝଟ୍‌କା, ମହଙ୍ଗା ହେଲା ଘରୋଇ ସିଲିଣ୍ଡର ଦାମ୍‌; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୭।୬: ଦେଶରେ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। କ୍ଷୀର, ପେଟ୍ରୋଲ-ଡିଜେଲ ଏବଂ ସିଏନଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri