ଜଙ୍ଗଲ ନିଆଁ ଓ ବନ୍ୟପ୍ରାଣୀ ସଂରକ୍ଷଣ

ତ୍ରିଲୋଚନ ସାହୁ

 

ରାଜ୍ୟରେ ଏବେ ଗ୍ରୀଷ୍ମ ଲହର। ଜନଜୀବନ ଅସ୍ତବ୍ୟସ୍ତ। ଆସନ୍ତାବର୍ଷ ଅଥବା ଆଉ ଦୁଇ ଚାରି ବର୍ଷ ପରେ ତାପମାତ୍ରା ୫୦ ଡିଗ୍ରୀରେ ପହଞ୍ଚତ୍ୟାଇପାରେ। ସେତେବେଳେ ଜନଜୀବନ ଅତି କଠିନ ହେଇଯିବ। ଜୀବଜନ୍ତୁ ନାହିଁ ନଥିବା ଅସୁବିଧା ଭୋଗିବେ। ଏସବୁ ପାଇଁ ଆମେ ଦାୟୀ। ଆମେ ନିଜେ ନିଜର ହିଁ କ୍ଷତି କରୁଛେ। ନିଜେ ଗଛ ହାଣୁଛେ ଆଉ ନିଜେ ତାପମାତ୍ରା ବଢ଼ିଗଲା ବୋଲି କହୁଛେ।
ଏଭଳି ଏକ ମୁହୂର୍ତ୍ତରେ ପରିବେଶ ସୁରକ୍ଷା ଅଥବା ବର୍ଦ୍ଧିତ ତାପମାତ୍ରା ରୋକିବା ଦିଗରେ ଟିକେହେଲେ ସଚେତନ ନାହାନ୍ତି ବୋଲି ମନେହୁଏ। ମାର୍ଚ୍ଚରୁ ଗାଁରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) କିଣିବାରେ ବ୍ୟସ୍ତ। ଯେଉଁ ହାରରେ ମାର୍ଚ୍ଚ ଆରମ୍ଭରୁ ଏସି କିଣାହୁଏ, ସେଇ ହାରରେ କିନ୍ତୁ ଜୁନ ମାସରୁ ଗଛଲଗା ହୁଏ ନାହିଁ। ଅତିକମ୍‌ରେ ଗଛ ନ ଲଗାଇଲେ ନାହିଁ, ଯେତିକି ଗଛ ଅଛି, ସେତିକକୁ ଆମେ ସୁରକ୍ଷା ଦେଇପାରୁନେ। ଦିନ ଦି’ ପହରେ ଗଛ କଟାହେଉଛ। ସମସ୍ତେ ଏହାକୁ ଦେଖୁଛନ୍ତି, ହେଲେ କେହି କେବେ ପ୍ରତିବାଦ କରୁନାହାନ୍ତି। ପୁନଶ୍ଚ କିଛି ଲୋକ ଅଛନ୍ତି, ନିଜର ଜୀବିକା ପାଇଁ ହେଉ କି ରାଗରେ ହେଉ, ଜଙ୍ଗଲରେ ନିଆଁ ଲଗାଉଛନ୍ତି। ପ୍ରତିବର୍ଷ ଜଙ୍ଗଲ ହୁ ହୁ ହୋଇ ଜଳେ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଅଧିକାଂଶ ଜଙ୍ଗଲ ନିଆଁ ମନୁଷ୍ୟକୃତ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖରା ଦିନରେ ସେମାନଙ୍କର ଦୈନନ୍ଦିନ ଜୀବିକା ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବାର ନଜିର ଅଛି। ଖରାଦିନେ ମହୁଲ ଫୁଲ ସଂଗ୍ରହ କରିବା ହେଉ ଅଥବା ପୋଡୁ ଚାଷ ପାଇଁ ହେଉ, ସେମାନେ ଜଙ୍ଗଲରେ ନିଆଁ ଲଗାଇଥା’ନ୍ତି। ସେମାନେ ଏହାର ପରିଣାମ ଜାଣିଥିଲେ ବି ବିଶେଷ ସଚେତନତାର ଅଭାବ ଯୋଗୁ ଏଥିରୁ ବିଚ୍ୟୁତ ହୁଅନ୍ତି ନାହିଁ।
ପ୍ରତିବର୍ଷ ଜଙ୍ଗଲ ନିଆଁ ବଢ଼ିବାରେ ଲାଗିଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ ଆଇ) ତଥ୍ୟ ଅନୁସାରେ ଓଡ଼ିଶା ଜଙ୍ଗଲ ନିଆଁରେ ପ୍ରଥମ ବୋଲି ପ୍ରକାଶ ପାଇଛି। ଏହି ତଥ୍ୟ ଅନୁସାରେ ୨୦୨୦ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ୫୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା ବେଳେ ୨୦୨୧ରେ ୨୮୬୧ଟି ଜାଗାରେ ଜଙ୍ଗଲ ନିଆଁ ଲାଗିଥିଲା। ସେହିଭଳି ୨୦୨୨ରେ ୩୧୯ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା ବେଳେ ୨୦୨୩ରେ ୧୪୫୬ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିଲା। ଧୀରେ ଧୀରେ ଏହି ଜଙ୍ଗଲ ନିଆଁ ଏକ ଚିନ୍ତାର ବିଷୟ ହେଲାଣି। ଏହାଦ୍ବାରା ପ୍ରତ୍ୟକ୍ଷ ଭାବେ ହଜାର ହଜାର ଜୀବଜନ୍ତୁ ପଶୁ ପକ୍ଷୀ ଅସୁବିଧାରେ ପଡ଼ୁଛନ୍ତି। କହିବାକୁ ଗଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଜୀବଜଗତ ପ୍ରଭାବିତ ହେଉଛି। ସରକାରୀ ଏବଂ ବେସରକାରୀ ସ୍ତରରେ ଜଙ୍ଗଲ ନିଆଁକୁ ରୋକିବା ପାଇଁ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁ ସ୍ଥାନରେ ଲୋକମାନଙ୍କୁ ସଚେତନ କରାଯାଉଛି। ବିଭିନ୍ନ ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନତା ଶିବିରମାନ ଆୟୋଜନ କରାଯାଉଛି। ହେଲେ ଆମେ ଜଙ୍ଗଲ ନିଆଁକୁ ରୋକିବାରେ ଶତ ପ୍ରତିଶତ ସଫଳ ହୋଇନେ। ଜଙ୍ଗଲ ନିଆଁ ପ୍ରଭାବରେ ଅନେକ ପକ୍ଷୀ, ଜୀବଜନ୍ତୁଙ୍କ ମୃତ୍ୟୁ ଘଟେ। ଅନେକ ଗୁରୁପୂର୍ଣ୍ଣ ଛୋଟ ବଡ଼ ଗୁଳ୍ମ ନଷ୍ଟ ହୋଇଯାଏ। ତାପମାତ୍ରା ବଢ଼ିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରିଥାଏ, ଯାହାକୁ ଲୋକମାନେ ଭୁଲିଯାଇଥାଆନ୍ତି।
ଏବେ ନଦୀନାଳ ସବୁ ଶୁଖିଲା। ପାଣି ଟୋପେ ନାହିଁ। ଏମିତି ବି କହିବାକୁ ଗଲେ ବଡ଼ ବଡ଼ ଗଣ୍ଡ ବି ଶୁଖିଯାଉଛି। ଜଙ୍ଗଲରେ ଜୀବଜନ୍ତୁମାନେ ପାଣି ପାଇଁ ହା ହାକାର ବୋଧ ହେଉଛନ୍ତି। ଏପରିକି ଗୋଟେ ଗୋଟେ ଜାଗାରେ ସାଧାରଣ ଲୋକମାନେ ପାଣି ପାଇପାରୁନାହାନ୍ତି। ଚିନ୍ତା କରନ୍ତୁ, ଏପରି ସ୍ଥଳେ ଜୀବଜନ୍ତୁ ଏବଂ ପଶୁ ପକ୍ଷୀମାନଙ୍କର ଅବସ୍ଥା କ’ଣ ହେଉଥିବ।
ସରକାରୀ ସ୍ତରରେ ଅନେକ ପ୍ରକାରର ଆଇନକାନୁନର ବ୍ୟବସ୍ଥା ଅଛି। ଅନେକ ଜାଗାରେ ସାଧାରଣ ଜନତା ଏସବୁକୁ ଜାଣି ମଧ୍ୟ ବନ୍ୟପ୍ରାଣୀ ଶିକାର କରେ ଆଉ ଜାଣି ଜାଣି ଜଙ୍ଗଲରେ ନିଆଁ ଲଗାଇଥାଏ। ନିକଟରେ ସରକାର ବନ୍ୟପ୍ରାଣୀ ସହ ଫଟୋ ଉଠେଇବା ଏବଂ ଏହାକୁ ସୋସିଆଲ ମିଡିଆରେ ଛାଡ଼ିବା ଉପରେ କଟକଣା ଲଗାଇଛନ୍ତି। ଏଥିପାଇଁ ମଧ୍ୟ କଠୋର ଆଇନ ବ୍ୟବସ୍ଥା କରାଯାଇଛି। ଯେ ପର୍ଯ୍ୟନ୍ତ ଆମେ ନିଜେ ନିଜ ପାଇଁ ସଚେତନ ନ ହୋଇଛେ, ସେପର୍ଯ୍ୟନ୍ତ ଏ ସବୁ ସମସ୍ୟାର ସମାଧାନ ଆମେ ସହଜରେ କରିପାରିବା ନାହିଁ। ବିଭିନ୍ନ ସମୟରେ ସରକାରୀ ଏବଂ ବେସରକାରୀ ସଂସ୍ଥା ଦ୍ୱାରା ଗାଁ ଗହଳିରେ ଭିନ୍ନ ଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମମାନ କରାଯାଉଛି। ସରକାରଙ୍କ ତରଫରୁ ପର୍ଯ୍ୟାୟକ୍ରମେ ମାର୍ଗଦର୍ଶିକା ଜାରି କରାଯାଉଛି। ବାରମ୍ବାର ଟିଭି, ରେଡିଓ, ଖବରକାଗଜ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ ଜଙ୍ଗଲ ନିଅଁାକୁ ପ୍ରତିହତ କରିବା ପାଇଁ ଏବଂ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ପାଇଁ ବିଜ୍ଞାପନ ମାଧ୍ୟମରେ ସଚେତନ କରାଯାଉଛି।
ଏବେ ଅନେକ ଜାଗାରେ ବନ୍ୟପ୍ରାଣୀମାନେ ଜନବସତି ଆଡ଼କୁ ଚାଲିଆସୁଛନ୍ତି। ଯେହେତୁ ଜଙ୍ଗଲ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି, ଗଛ ଲଗାଇବା ପରିବର୍ତ୍ତେ ଆମେ ଗଛ କାଟିବାରେ ବ୍ୟସ୍ତ ଏବଂ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ବନ୍ୟପ୍ରାଣୀମାନେ ନିଜର ସୁରକ୍ଷିତ ବାସସ୍ଥାନ ପାଇଁ ଜନବସତିମୁହାଁ ହେଉଛନ୍ତି। ଫଳରେ ସେମାନେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଅନେକ ଜାଗାରେ ଲୋକମାନେ ବନ୍ୟପ୍ରାଣୀମାନଙ୍କୁ ଶିକାର କରିବାକୁ ମଧ୍ୟ ପଛାଉନାହାନ୍ତି। ଆମ ସମସ୍ୟାର ସମାଧାନ ଆମ ହାତରେ ଅଛି। ଆମେ ଯେ ପର୍ଯ୍ୟନ୍ତ ନ ଚାହିଁଛେ, ସରକାରୀ ବା କୌଣସି ବେସରକାରୀ ସଂସ୍ଥା ଏ ସମସ୍ୟାର ସମାଧାନ କରିପାରିବେ ନାହିଁ। ତେଣୁ ଆମକୁ ଏ ଦିଗରେ ଗଭୀର ଭାବରେ ଚିନ୍ତା କରିବାକୁ ହେବ। ଏବେ ବି ଆମ ପାଖରେ ସମୟ ଅଛି। ଚାହିଁଲେ ପର୍ଯ୍ୟାପ୍ତ ପରିମାଣର ଗଛ ଲଗାଇ ବର୍ଦ୍ଧିତ ତାପମାତ୍ରାରୁ ବର୍ତ୍ତି ଯାଇପାରିବା। ଅତିକମ୍‌ରେ ଜଣକା ବର୍ଷକୁ କୋଡ଼ିଏଟି ଗଛ ଲଗାଇବାର ଲକ୍ଷ୍ୟ ସମସ୍ତଙ୍କର ରହିବା ଉଚିତ। ଆଗକୁ ବର୍ଷାଋତୁ ଆସୁଛି। ବୃକ୍ଷରୋପଣ କାର୍ଯ୍ୟକୁ ସବୁ ଜାଗାରେ ସମ୍ପ୍ରସାରିତ କରି ବ୍ୟାପକ ଗଛ ଲଗାଇବା ଉଚିତ। ଗାଁଠୁ ଆରମ୍ଭ କରି ସହରାଞ୍ଚଳରେ ମଧ୍ୟ ଜଙ୍ଗଲ ନିଆଁକୁ ରୋକିବା ପାଇଁ ପର୍ଯ୍ୟାପ୍ତ ସଚେତନତା ଶିବିରମାନ ଆୟୋଜନ କରାଯିବା ଉଚିତ। ସରକାରୀ ଏବଂ ବେସରକାରୀ ସ୍ତରରେ ଏହି ସମସ୍ୟାକୁ ଗୁରତ୍ୱର ସହ ନେଇ ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବାର ଆବଶ୍ୟକତା ଅଛି। ବିଶେଷକରି ଜଙ୍ଗଲରେ ବନ୍ୟପ୍ରାଣୀ ଏବଂ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପିଇବା ପାଣିର ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। ଏହି ସମସ୍ୟା ଅନ୍ତର୍ଜାତୀୟ ସ୍ତରରେ ଜରୁରୀ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଆମକୁ ସଚେତନ ହେବାର ଆବଶ୍ୟକତା ଅଛି।
ଫକୀରପୁର, ଆନନ୍ଦପୁର, କେନ୍ଦୁଝର
ମୋ: ୯୮୫୩୯୯୨୧୬୫


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri