ପୁଅ ଯଦି ଯୋଗ୍ୟ…

ଆମ ଭାରତୀୟ ସମାଜ ଜୀବନରେ ବହୁ ଅଜବ ଜୀବନଶୈଳୀ ଦୃଷ୍ଟିଗୋଚରକୁ ଆସେ। ଏଇ ଯେମିତି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବରିଷ୍ଠ ନାଗରିକମାନେ ତାଙ୍କ ଜୀବନ ପ୍ରବାହରେ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରି ଜମାରାଶିକୁ ବୃଦ୍ଧି କରି ବହୁତ ଖୁସି ଅନୁଭବ କରନ୍ତି। ବର୍ତ୍ତମାନର ଜୀବନକୁ ଉପଭୋଗ କରିବା ପାଇଁ ଆଦୌ ଗୁରୁତ୍ୱ ଦେଇ ନ ଥାନ୍ତି। ନିଜର ସକଳ ସୁଖ ସ୍ବାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ନୂ୍ୟନ ଭାବରେ ଜୀବନ ନିର୍ବାହ କରିବାର କୃପଣ ମାନସିକତାକୁ ଆପଣେଇଥାନ୍ତି। ସମଗ୍ର ଜୀବନ କାଳରେ କଠିନ ପରିଶ୍ରମ କରି ଧନ ଅର୍ଜନ କରିଥାନ୍ତି ଓ ସଞ୍ଚୟ କରିବାରେ ଦିନ ବିତାଇ ଦିଅନ୍ତି ।
ନିଜର ମନୋରଞ୍ଜନ ଓ ଖୁସି ପାଇଁ ଅର୍ଥ ବ୍ୟୟ କରିବା ପରିବର୍ତ୍ତେ ପିଲାମାନଙ୍କ ପାଇଁ ବିଭିନ୍ନ ସଞ୍ଚୟ ଯୋଜନାରେ ଅର୍ଥ ଜମା କରି ଚାଲନ୍ତି। ଫଳତଃ ଜୀବନ ବ୍ୟାପୀ ଗରିବ ଭଳି ବଞ୍ଚନ୍ତି ଏବଂ ମୃତ୍ୟୁ ବେଳକୁ ବୃହତ୍‌ ଜମାରାଶିର ଅଧିକାରୀ ହୋଇଥାନ୍ତି।
ଏହି ଶ୍ରେଣୀର ନାଗରିକଗଣ ରିଅଲଇଷ୍ଟେଟ, ସ୍ଥାବର ଅସ୍ଥାବର, ସୁନା ରୁପା ଇତ୍ୟାଦି ସମ୍ପତ୍ତି କିଣିବାରେ ଅର୍ଥ ନିବେଶ କରୁଥିବା ବେଳେ ସେମାନଙ୍କର ଯୁବବର୍ଗର ପିଲାମାନେ ଏହି ପାରମ୍ପରିକ ଅର୍ଥନିବେଶରୁ ମୁହଁ ଫେରାଇ ନେଉଛନ୍ତି। ବୟସ୍କମାନଙ୍କର ଏ ସମ୍ପତ୍ତିରେ ସମଗ୍ର ଜୀବନର ପରିଶ୍ରମ ଓ ସଞ୍ଚୟ ରହିଥିବାରୁ ସେମାନଙ୍କର ଗଭୀର ଭାବପ୍ରବଣତା ତଥା ଅହେତୁକ ଦୁର୍ବଳତା ଯୋଡ଼ି ହୋଇ ରହିଥାଏ। ଏବର ଯୁଗ ଅନୁସାରେ ଯୁବବର୍ଗର ପସନ୍ଦରେ ପରିବର୍ତ୍ତନ ଆସିଛି। ସେମାନେ ବୟସ୍କଙ୍କ ପରି ଏ ସବୁ ସମ୍ପତ୍ତି ପ୍ରତି ଗୁରୁତ୍ୱ ଦେଇ ନ ଥାନ୍ତି। ମାତାପିତାଙ୍କ କଷ୍ଟ ଅର୍ଜିତ ସମ୍ପତ୍ତି ପ୍ରତି ସେମାନଙ୍କ ଭାବପ୍ରବଣତା କ୍ରମଶଃ ହ୍ରାସ ପାଇବାର ଲକ୍ଷ୍ୟ କରାଯାଉଛି। ବରିଷ୍ଠମାନେ କେବଳ ନିଜ ପାଇଁ ଘରଦ୍ବାର ନିର୍ମାଣ କରି ନ ଥାନ୍ତି। ଭବିଷ୍ୟତକୁ ଆଖି ଆଗରେ ରଖି ପିଲାମାନଙ୍କ ପାଇଁ ନିର୍ମାଣ କରିଥାନ୍ତି। କିନ୍ତୁ କୌତୂହଳର କଥା ଯେ ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶରେ ବା ରାଜ୍ୟ ବାହାରେ ବସବାସ କରନ୍ତି। ଆହୁରି ମଧ୍ୟ ଦେଖାଯାଏ ଏହି ବର୍ଗର ପିଲାମାନଙ୍କର କର୍ମକ୍ଷେତ୍ରରେ ବାରମ୍ବାର ସ୍ଥାନ ପରିବର୍ତ୍ତନ ହେତୁ ପୈତୃକ ସମ୍ପତ୍ତି ଯେତେ ଅଧିକ ଥିଲେ ମଧ୍ୟ ଏଥିପ୍ରତି ଉଦାସୀନ ରହି ଗୁରୁତ୍ୱ ଦେଇ ନ ଥାନ୍ତି। ପରୋକ୍ଷରେ ସମୟ ସହିତ ତାଳଦେଇ ନିରନ୍ତର ଅତ୍ୟାଧୁନିକ ଜୀବନଶୈଳୀକୁ ପ୍ରାଧାନ୍ୟ ଦେଇ ଜୀବନ ଜିଅନ୍ତି। ପରିଣାମ ସ୍ବରୂପ ବରିଷ୍ଠମାନଙ୍କର ଜୀବନ ବ୍ୟାପୀ କଷ୍ଟଲବ୍ଧ ନିବେଶ ବୃଥା ହୋଇଯାଏ।
ସମାଜର ଏହି ବରିଷ୍ଠ ବର୍ଗ ସରଳ ଜୀବନ ଯାପନ ସହିତ ନୂ୍ୟନତମ ଚଳଣିରେ ଚଳୁଥିବା ବେଳେ ଯୁବପିଢ଼ି ଖର୍ଚ୍ଚବହୁଳ ବର୍ଣ୍ଣାଢ଼୍ୟ ଜୀବନଶୈଳୀକୁ ଆପଣେଇବା ସହିତ ନିଜର ବଳକା ଅର୍ଥକୁ ପାରମ୍ପରିକ ଢଙ୍ଗରେ ବିନିଯୋଗ ନ କରି ସ୍ବଳ୍ପ ସମୟରେ ଅଧିକ ଅର୍ଥ ଫେରିବାର ମାନସିକତା ରଖିଥାନ୍ତି। ଉଦାହରଣ ସ୍ବରୂପ ଷ୍ଟକ ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନକମ ପ୍ଲାନ୍ସ ଏବଂ କ୍ରିପ୍ଟୋ କରେନ୍ସି ଭଳି ସଂସ୍ଥାରେ ଅର୍ଥ ବିନିଯୋଗ କରିଥାନ୍ତି। ସେମାନେ ବରିଷ୍ଠମାନଙ୍କ ଭଳି ପାରମ୍ପରିକ ଭାବପ୍ରବଣତା ବା ସ୍ମୃତି ବିଜଡ଼ିତ ନ’ହୋଇ ତ୍ୱରିତ୍‌ ଲାଭର ଆଶା ରଖିଥାନ୍ତି। ବରିଷ୍ଠମାନଙ୍କର ଚିତ୍ତବିନୋଦନ କ୍ଷେତ୍ରରେ ସର୍ବଦା ଖର୍ଚ୍ଚକାଟ ମନୋବୃତ୍ତିର ଭାବନା ଆଦର୍ଶ ଲାଗୁଥାଇପାରେ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ମାନସିକତା ଯୋଗୁ ଜୀବନର ସୁବର୍ଣ୍ଣ ସମୟ ହାତଛଡ଼ା ହୋଇଯାଇଛି ବୋଲି ପସ୍ତେଇବାକୁ ମଧ୍ୟ ପଡ଼ିପାରେ। ତେଣୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ବଦଳୁଥିବା ଯୁବପିଢ଼ିଙ୍କ ପସନ୍ଦକୁ ପ୍ରାଥମିକତା ଦେଇ ବରିଷ୍ଠମାନେ ଜୀବନକାଳକୁ ଭରପୂର ଖୁସିରେ ବିତେଇବା କଥା। ଅବଶ୍ୟ ଏବେ ବରିଷ୍ଠମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବାର ଲକ୍ଷଣ ଅନୁଭବ ହୁଏ। କଷ୍ଟମୟ ଜୀବନଚକ୍ରର ବୂହ୍ୟ ମଧ୍ୟରୁ ମୁକ୍ତହୋଇ ସୁନ୍ଦର ସୁରକ୍ଷିତ ଚାପମୁକ୍ତ ଜୀବନଶୈଳୀକୁ ପ୍ରାଥମିକତା ଦେବାର ଘଟଣା ନଜରରେ ପଡ଼େ। କଥାରେ ଅଛି-”ପୁଅ ଯଦି ଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ, ପୁଅ ଯଦି ଅଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ“। ତେଣୁ ହେ ମାନନୀୟ ବରିଷ୍ଠ ସମୂହ! ବର୍ତ୍ତମାନକୁ ଉପଭୋଗ କରନ୍ତୁ। ଏଇ ଦୁର୍ଲଭ ଜୀବନଟିର ଶେଷ ଠିକଣା ହେଉଛି ମଶାଣି ଭୂଇଁ।
ଖୋଲା ହାତରେ ଜୀବନ ନିର୍ବାହ କରନ୍ତୁ। ଅଧିକ ଅର୍ଥ ସଞ୍ଚୟ କରିବାର ଲାଳସାରୁ ନିବୃତ୍ତ ରହି ସରି ଆସୁଥିବା ଜୀବନକୁ ଭରପୂର ଉପଭୋଗ କରନ୍ତୁ।

  • ଡ. ପ୍ରଫୁଲ୍ଲ କୁମାର ପାଣି
    କାମାକ୍ଷାନଗର
    ମୋ: ୬୩୭୨୪୫୯୯୬୦

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?