ଏଇ ଭାରତରେ

ଶିକ୍ଷକ ଚାକିରି ଛାଡ଼ି ରସିକ ନାକୌମ ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ (ହାଇଡ୍ରୋପୋନିକ) ପଦ୍ଧତିରେ ଚାଷ କରୁଛନ୍ତି। କେବଳ ଏତିକି ନୁହେଁ, ରସିକ ଗତ ୫ ବର୍ଷ ମଧ୍ୟରେ ୫୦୦୦ ଲୋକଙ୍କୁ ହାଇଡ୍ରୋପୋନିକ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି। ରସିକ ରହନ୍ତି ରାଜକୋଟ୍‌ରେ। ତାଙ୍କ ପରିବାରର ମୁଖ୍ୟ ଆୟର ଉତ୍ସ ହେଉଛି କୃଷି। ଏଣୁ ସେ ସରକାରୀ ଶିକ୍ଷକ ଚାକିରି ଛାଡ଼ି କୃଷି କ୍ଷେତ୍ରକୁ ଆସିଛନ୍ତି ବୋଲି କୁହନ୍ତି। ଅନେକଙ୍କ ପାଖରେ ଜମି ନ ଥିଲେ ବି ସେମାନେ କିଭଳି କମ୍‌ ଜାଗାରେ ଚାଷ କରି ଆୟ କରିବେ, ସେଥିପାଇଁ ସେମାନଙ୍କୁ ରସିକ ହାଇଡ୍ରୋପୋନିକ ପଦ୍ଧତିରେ ଚାଷ କରିବା ଲାଗି ଉତ୍ସାହିତ କରିବା ସହ ବିନା ଦେୟରେ ପ୍ରଶିକ୍ଷଣ ଦେଉଛନ୍ତି। ବିଶେଷକରି ଗୁଜରାଟର ବିଭିନ୍ନ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ସେ କୃଷକ ଓ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ମାରୁତି ନନ୍ଦନ ଚାରିଟେବଲ ଟ୍ରଷ୍ଟ ମାଧ୍ୟମରେ ସେ ଏହି କାର୍ଯ୍ୟ କରୁଛନ୍ତି। ତାଙ୍କ ଅଗଣାରେ ହାଇଡ୍ରୋପୋନିକ ପଦ୍ଧତିରେ ପୋଇ, ଧନିଆ, ଲଙ୍କା, ବାଇଗଣ, ଷ୍ଟ୍ରବେରି ଆଦି ୨୫ରୁ ଅଧିକ ପ୍ରକାର ପରିବା ଉତ୍ପାଦନ କରୁଛନ୍ତି। ରସିକଙ୍କର ଏହି ହାଇଡ୍ରୋପୋନିକ ଫାର୍ମକୁ ବହୁ କୃଷି ବିଜ୍ଞାନୀ ଓ ଚାଷୀ ଦେଖିବାକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri