ଏଇ ଭାରତରେ

ଲକ୍‌ଡାଉନରେ ଗରିବମାନଙ୍କୁ ଖାଦ୍ୟ ଓ ରାଶନ ସାମଗ୍ରୀ ଯୋଗାଇ ଦେଇ ବହୁ ବ୍ୟକ୍ତି କରୋନା ବିରୋଧୀ ଲଢେଇ ଜାରି ରଖିଥିବାବେଳେ ଏ କ୍ଷେତ୍ରରେ ବେଙ୍ଗାଲୁରୁର ଏସ୍‌.ବୀଣାଙ୍କ ଯୋଗଦାନ ବେଶ୍‌ ପ୍ରେରଣାଦାୟକ। ସେ ଜଣେ ଟ୍ରାନ୍ସଜେଣ୍ଡର। ଦେହଜୀବୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସଲିଡାରିଟି ଫାଉଣ୍ଡେଶନରେ କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ ଘୋଷଣା ହେବା ପୂର୍ବରୁ ବି ବୀଣା ରାସ୍ତାରେ ଯିବା ସମୟରେ ବହୁ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତି, ସେମାନଙ୍କ ସମସ୍ୟା ବି ସମାଧାନ କରିଥାନ୍ତି। କିନ୍ତୁ ଲକ୍‌ଡାଉନରେ ବେଙ୍ଗାଲୁରୁର ଗାନ୍ଧୀନଗର ପାଖରେ ରହୁଥିବା ୫୦୦ରୁ ଊର୍ଦ୍ଧ୍ୱ ପରିବାରକୁ ସେ ରାଶନ ସାମଗ୍ରୀ ଯୋଗାଇଦେବା ସହ ଟ୍ରାନ୍ସଜେଣ୍ଡରମାନଙ୍କୁ ରନ୍ଧାଖାଦ୍ୟ ମଧ୍ୟ ଦେଉଛନ୍ତି। ଏଥିପାଇଁ ସବୁ ଖର୍ଚ୍ଚ ସେ ନିଜ ପଟେକରୁ କରୁଛନ୍ତି। ସେ ପ୍ରତିଦିନ ୩୦୦ ଜଣଙ୍କୁ ଖାଦ୍ୟ ପାର୍ସଲ ଦେଉଛନ୍ତି। ଓକାଲିପୁରମ୍‌ରେ ରହୁଥିବା ଟ୍ରାନ୍ସଜେଣ୍ଡମାନଙ୍କୁ ୨୦୦ଟି ପାର୍ସଲ ଦେବା ପରେ ଆଉ ୧୦୦ଟି ବସ୍ତିବାସିନ୍ଦାଙ୍କ ପାଖରେ ପହଞ୍ଚାଉଛନ୍ତି। ଆଖପାଖ ଅଞ୍ଚଳରେ ରହୁଥିବା ଗରିବ ଲୋକମାନଙ୍କୁ ନିଜ ପରିବାର ସଦସ୍ୟ ମନେକରି ସେମାନଙ୍କୁ ସାହାଯ୍ୟ କଲେ ଏହି ଲକ୍‌ଡାଉନ ସମୟରେ କାହାର ବି କୌଣସି ଅସୁବିଧା ରହିବ ନାହିଁ ବୋଲି କହନ୍ତି ବୀଣା।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri