ଏଇ ଭାରତରେ

କରୋନା ସଂକ୍ରମଣର ମୁକାବିଲା ଲାଗି ଭାରତରେ ୨୧ ଦିନିଆ ଲକ୍‌ଡାଉନ କରାଯାଇଛି। ଏହି ସମୟରେ ବେଙ୍ଗାଲୁରୁର ଏକ ସ୍ବେଚ୍ଛାସେବୀ ଦଳ ଲୋକମାନଙ୍କୁ ସେବା ଯୋଗାଇଦେଇ ଅନ୍ୟମାନଙ୍କୁ ଏଭଳି କରିବା ଲାଗି ବାଟ ଦେଖାଇଛନ୍ତିି। ଏହି ସଂଗଠନରେ ୩୦ ଜଣ ସଦସ୍ୟ ରହିଛନ୍ତି। ଏମାନେ ସମସ୍ତେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କୋଚିଂ ସେଣ୍ଟରରେ କୋଚିଂ ନେଉଛନ୍ତି। ଅଭାବୀ ମୁଖ୍ୟତଃ ଦିନ ମଜୁରିଆ ପରିବାରକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଏବେସୁଦ୍ଧା ଏମାନେ ୫୦୦ରୁ ଊର୍ଦ୍ଧ୍ୱ ପରିବାରକୁ ସାମଗ୍ରୀ ଯୋଗାଇ ସାରିଲେଣି। ଲକ୍‌ଡାଉନରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଶ୍ରମିକ ଶ୍ରେଣୀରଲୋକ ବୋଲି କହନ୍ତି ସଂଗଠନର ସଦସ୍ୟ ଶ୍ରବଣ ଏମ୍‌. ରାଓ। ଏଣୁ ଏମାନେ ଅଭାବୀ ପରିବାରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ଲାଗି ନିଷ୍ପତ୍ତି ନେଇ ଏଭଳି ସେବା ଆରମ୍ଭ କରିଛନ୍ତି। ସେମାନେ ଏହି ସବୁ ସାମଗ୍ରୀ କିଣି ତାହାକୁ ଅଟୋରେ ନେଇ ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି। ଏସବୁ ବାଦଦରେ ସବୁ ଖର୍ଚ୍ଚ ଏମାନେ ନିଜେ ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣା କିଏ କିଛି ଦିଏନା

ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ଇଲେକ୍ଟୋରାଲ ବଣ୍ଡ୍‌ ବା ନିର୍ବାଚନୀ ବଣ୍ଡ୍‌ ଉପରେ ବଡ଼ ରାୟ ଦେଇଥିଲେ। ଏହି ବଣ୍ଡ୍‌ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ପ୍ରଦତ୍ତ ସୂଚନା...

ଯକ୍ଷ୍ମା ଦୂରୀକରଣରେ ଏଆଇ

ଏବେ ଟେକ୍‌ନୋଲୋଜି କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଘଟୁଛି। ଗୋଟିଏ ପରେ ଗୋଟିଏ ଅଧିକ ସଂଖ୍ୟାରେ ନୂଆ ଟେକ୍‌ନୋଲୋଜି ସାମ୍ନାକୁ ଆସୁଛି। ଏହି କ୍ରମରେ ନଭେମ୍ବର ୨୦୨୨ରେ...

ଅବଧାରିତ ଅପରାହ୍ନ

ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ। ସ୍ଥାନଟି ଥିଲା ବର୍ତ୍ତମାନର...

ଏଇ ଭାରତରେ

ଗୁଗ୍‌ଲରେ ସର୍ଚ୍ଚ କରିବା ସମୟରେ ‘ଲିଓପାର୍ଡ କଣ୍ଟ୍ରି’ରେ କୌଣସି ଦେଶ ପାଇବେ ନାହିଁ , ବରଂ ରାଜସ୍ଥାନର ଜଓ୍ବାଇ ଭଳି ଏକ ଛୋଟ ଅଞ୍ଚଳ ପାଇବେ...

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri