ଏଇ ଭାରତରେ

ଚଳିତ ଲୋକ ସଭା ନିର୍ବାଚନରେ ନରେନ୍ଦ୍ର ମୋଦି ତଥା ତାଙ୍କ ନେତୃତ୍ୱାଧୀନ ଭାଜପାର ବିଜୟରେ ଖୁସି ହୋଇ କେତେକ ବ୍ୟକ୍ତି ଭିନ୍ନରୁଚିର କାର୍ଯ୍ୟକ୍ରମ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉତ୍ତରପ୍ରଦେଶର ଜଣେ ମୁସଲମାନ ମହିଳା ତାଙ୍କ ନବଜାତ ସନ୍ତାନର ନାମ ମୋଦିଙ୍କ ନାମାନୁସାରେ ନାମିତ କରିଛନ୍ତି। ଏଥିପାଇଁ ତାଙ୍କ ସମ୍ପ୍ରଦାୟ ପକ୍ଷରୁ ବିରୋଧ କରାଯାଇଥିଲେ ମଧ୍ୟ ତାକୁ ସେ ଖାତିର କରିନାହାନ୍ତି। ନରେନ୍ଦ୍ର ମୋଦିଙ୍କ ବିଜୟରେ ଉଲ୍ଲସିତ ହୋଇ ଜଣେ ଦଳୀୟ କର୍ମକର୍ତ୍ତା ୩ ଘଣ୍ଟା ମାଗଣା ଜଳଖିଆ ବାଣ୍ଟିଛନ୍ତି। ଏପରି ଏକ ଘଟଣା ଘଟିଛି ଛତିଶଗଡ଼ର ବିଳାସପୁରରେ। ଏହି କର୍ମକର୍ତ୍ତା ଏକ ଜଳଖିଆ ଦୋକାନକୁ ଯାଇ ଲୋକଙ୍କୁ ଖାଦ୍ୟସାମଗ୍ରୀ ଦେବାକୁ ଦୋକାନୀକୁ ବରାଦ କରିଥିଲେ। ଏହି ସମୟରେ ଯିଏ ସେହି ବାଟଦେଇ ଯାଉଥିଲେ ସମସ୍ତେ ଜଳଖିଆ ଖାଇବାର ସୁଯୋଗ ପାଇଥିଲେ। ତେବେ ୩ ଘଣ୍ଟା ମଧ୍ୟରେ ଲୋକମାନେ ୨୦ ହଜାର ଟଙ୍କାର ଜଳଖିଆ ଖାଇଥିବା କୁହାଯାଉଛି। ସ୍ଥାନୀୟ କର୍ମକର୍ତ୍ତା ବିକାଶ ମିଶ୍ରା ଏଭଳି କରି ଭାଜପାର ବିଜୟ ସମ୍ପର୍କରେ ପ୍ରଚାର ପ୍ରସାର କରିଥିଲେ। ଏହିି ଘଟଣା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri