ଏଇ ଭାରତରେ

ସମାଜରେ ଆଧୁନିକତାର ପ୍ରଭାବ ଯେତେ ବଢିଲେ ବି ଉତ୍ତରପ୍ରଦେଶର ଏକ ଗାଁରେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇନାହିଁ। ଫତେପୁର ଜିଲା ସାରୋଲି ଗାଁରେ ଜଣେ କୃଷକ ତାଙ୍କ ମଇଁଷି ଛୁଆ ପାଇଁ ମୁଣ୍ଡନ ଉତ୍ସବ ପାଳନ କରିବା ଏହାର ଏକ ସଦ୍ୟତମ ଉଦାହରଣ। ମଇଁଷିର ମଣିଷ ଛୁଆ ପରି ଚୁଟି ନ ଥାଏ ଯେ ତାକୁ ମୁଣ୍ଡନ କରାଯିବ। କିନ୍ତୁ ଅନ୍ଧବିଶ୍ୱାସପୀଡ଼ିତ ଜୟଚନ୍ଦ୍ର ସିଂ ନାମକ ଏହି କୃଷକଙ୍କ ଏଭଳି ଅଜବ ଉତ୍ସବ ପାଳନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜୟଚନ୍ଦ୍ର ଏକ ମଇଁଷି ପାଳିଥିଲେ। ସେ ଯେତେ ଛୁଆ ଦେଉଥିଲା ସେମାନେ ମରିଯାଉଥିଲେ। ତେବେ ମଇଁଷି ଛୁଆକୁୁ ବଞ୍ଚାଇବା ଲାଗି ଗାଁର କେତେଜଣ ମୁଖିଆ ତାଙ୍କୁ ମୁଣ୍ଡନ ଉତ୍ସବ ପାଳନ କରିବା ଲାଗି ପରାମର୍ଶ ଦେଇଥିଲେ ଓ ସେ ଏବେ ସଦ୍ୟ ଜନ୍ମ ନେଇଥିବା ଛୁଆଟିକୁ ବଞ୍ଚାଇବା ପାଇଁ ଏହା ପାଳନ କରିଛନ୍ତି। ଏହି ଅବସରରେ ଜୟଚନ୍ଦ୍ର ଗାଁ ଲୋକଙ୍କୁ ଏକ ଭୋଜି ମଧ୍ୟ ଦେଇଛନ୍ତି। ମଇଁଷି ଛୁଆକୁ ପ୍ରଥମେ ଏକ ଲାଲ୍‌ କପଡାରେ ଘୋଡାଇ ଦିଆଯାଇଥିଲା। ପରେ ନାପିତ ତା’କୁ ଲଣ୍ଡା କରିଥିଲେ। ଏହି ସମୟରେ ଗାଁର ମହିଳାମାନେ ମଇଁଷି ଛୁଆ ଚାରିପାଖରେ ଠିଆ ହୋଇ ଲୋକଗୀତ ଗାନ କରିଥିଲେ। ସାରୋଲି ଏବଂ ତା’ ଆଖପାଖ ଗାଁରୁ ପ୍ରାୟ ୩୦୦ ଲୋକ ଏହି ଉତ୍ସବରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଜନ୍ମ: ଏକ ତପସ୍ୟା

ରାସ୍ତାକଡ଼ର ଜରି ଗୋଟାଳି ଝିଅର ମନଭାବ କିମ୍ବା ତା’ ଭୋକର ଦାଉକୁ କେବେ ବୁଝିଛନ୍ତି କି? ସମ୍ଭବତଃ ନା। କାହିଁକି ନା ଆମେ ଏହାକୁ ଅତି ସାଧାରଣ…

ନରେନ୍ଦ୍ର ମୋଦୀଙ୍କ ଯୁଗ

ନରେନ୍ଦ୍ର ମୋଦୀ ଅଜାଣତରେ ରବର୍ଟ ଫ୍ରଷ୍ଟଙ୍କ ଚିନ୍ତାଧାରା ଉପରେ ବିଶ୍ୱାସ କରନ୍ତି: ସେ ଏପରି ଏକ ମାର୍ଗ ବାଛିଛନ୍ତି ଯେଉଁଥିରେ ସାଧାରଣତଃ କେହି ଯାଆନ୍ତି ନାହିଁ ଏବଂ…

ଜିନ୍‌ପିଙ୍ଗ୍‌ ଗଲେ କୋରିଆ

ବର୍ତ୍ତମାନ ସ୍ଥିତିରେ ବିଶ୍ୱରେ କେଉଁ ଦେଶ ଅଧିକ କ୍ଷମତାଶାଳୀ କହିବା କଷ୍ଟକର। ଦିନ ଥିଲା, ଆମେରିକା ଓ ରୁଷିଆ ସୁପରପାଓ୍ବାର ଭାବେ ରାଜୁତି କରୁଥିଲେ। ଚାଇନା ଶକ୍ତିଶାଳୀ…

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri