ଏଇ ଭାରତରେ

ଭଲ ଚାକିରି ଓ ଭଲ ଜାଗାରେ ବାହା ହୋଇ ଘରସଂସାର କରିବା ଲାଗି ସ୍ବପ୍ନ ଦେଖନ୍ତି ଯୁବପିଢି। କିନ୍ତୁ ସ୍ବାଧୀନତା ପ୍ରାପ୍ତିର ଦୀର୍ଘବର୍ଷ ପରେ ମଧ୍ୟ ରାସ୍ତା ଓ ପାଣି ଅଭାବରୁ ଏମାନେ ଅବିବାହିତ ରହିବା କଥା ବିଶ୍ୱାସ ହେଉ ନ ଥିତ୍ଲେ ବି ସତ। ମଧ୍ୟପ୍ରଦେଶର ସନଚିରାୟା ଅଭୟାରଣ୍ୟରେ ଥିବା ୨୪ଟି ଗାଁରେ ଘଟୁଛି ଏମିତି ଘଟଣା। ଏହି ସବୁ ଗାଁର ଯୁବଗୋଷ୍ଠୀଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବାହା ହୋଇପାରିନାହାନ୍ତି। ଗତବର୍ଷ ସୁଦ୍ଧା ଅବିବାହିତ ୬୯୦ ଜଣ ମଧ୍ୟରୁ ୪୦ରୁ ଊର୍ଦ୍ଧ୍ୱ ବୟସର ଥିଲେ ୪୦୦ ଜଣ। ପାଣି ଅଭାବରୁ ଖରାଦିନେ ଏଠାକାର ଗ୍ରାମବାସୀ ଗାଁ ଛାଡି ବାହାରକୁ ଚାଲିଯାଆନ୍ତି। ଜଙ୍ଗଲିଆ ରାସ୍ତା ଏତେ ଖରାପ ଯେ, କେବଳ ମୋଟରସାଇକେଲ ଓ ସ୍କୁଟର ହିଁ ଯାଇହୁଏ। ଏଭଳି ସମସ୍ୟାରେ ଗାଁର ଝିଅପୁଅଙ୍କୁ କାହିଁକିବା କିଏ ବାହାହେବ? ଏବେ ୩୪ କିମି ଲମ୍ବ ସଡକ ଛାଓ୍ବନିରୁ ଘାଟିଗାଁ ଯାଏ ନିର୍ମାଣ କରାଯାଉଛି। ପ୍ରତି ଗାଁରେ ଟ୍ୟୁବଓ୍ବେଲ ମଧ୍ୟ ବସାଯାଇଛି। ଏଣିକି ଗାଁଗୁଡିକରେ ସାହାନାଇ ବାଜିବ। ସେମାନଙ୍କ ପାଇଁ ଏହାଠାରୁ ବଡ଼ କଥା ଆଉ କ’ଣ ବା ଥାଇପାରେ!


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri