ଏଇ ଭାରତରେ

ହେଲ୍‌ମେଟ ପିନ୍ଧି ବୁଲେଟ ଚଢି ଉଦୟପୁର ସହରରେ ସ୍ବଚ୍ଛତା ପାଇଁ ଲୋକଙ୍କୁ ସଚେତନ କରୁଥିବା ଝିଅ ଜଣଙ୍କୁ ଦେଖିଲେ ଜାଣିବେ ଯେ ସେ ହେଉଛନ୍ତି ଡ. ମୋନିକା ଜୈନ। ରାଜସ୍ଥାନର ଉଦୟପୁର ସହରର ୨୭ ନମ୍ବର ଓ୍ବାର୍ଡର କାଉନ୍‌ସିଲର ମୋନିକା ଏବେ ସ୍ବଚ୍ଛତାର ରୋଲ୍‌ ମଡେଲ ପାଲଟିଯାଇଛନ୍ତି। ବୁଲେଟ୍‌ବାଲି କାଉନ୍‌ସିଲର ଭାବେ ଜଣାଶୁଣା ମୋନିକା ଘର ଘର ବୁଲି ହଜାର ହଜାର ଲୋକଙ୍କୁ ସଚେତନ କରିବା ସହ ପ୍ରତିଦିନ ସହରକୁ ସ୍ବଚ୍ଛ ରଖିବା ଲାଗି ଲୋକମାନଙ୍କୁ ଶପଥ କରାଉଛନ୍ତି। ଆଇନ୍‌ରେ ଡିଗ୍ରୀ ହାସଲ ପରେ ପିଏଚ୍‌ଡି କରିଥିବା ମୋନିକା ତାଙ୍କ ସହଯୋଗୀଙ୍କ ସହ କେବଳ ତାଙ୍କ ଓ୍ବାର୍ଡ ନୁହେଁ ଉଦୟପୁର ସହରର ସ୍ବଚ୍ଛତା ଲାଗି ସକ୍ରିୟ ଅଭିଯାନ ଚଳାଇଛନ୍ତି। ଲୋକମାନେ ବି ତାଙ୍କର ଏହି ଅଭିଯାନରେ ଯୋଡି ହେଉଛନ୍ତି। କେବଳ ଏତିକି ନୁହେଁ ସହରର ଛୋଟବଡ ଦୋକାନକୁ ତାଙ୍କ ଅଭିଯାନରେ ସାମିଲ କରୁଛନ୍ତି। ଏହି ଅଭିଯାନର ପ୍ରଭାବ ଏମିତି ପଡିଛି ଯେ, ୨୭ ନମ୍ବର ଓ୍ବାର୍ଡରେ ଠେଲା ଗାଡିଠାରୁ ଆରମ୍ଭ କରି ଛୋଟ ବଡ଼ ଦୋକାନ ସମସ୍ତେ ଡଷ୍ଟ୍‌ବିନ ରଖିଛନ୍ତି। ଡ. ମୋନିକାଙ୍କ ସ୍ବଚ୍ଛତା ଅଭିଯାନରେ ଆଖପାଖର ସରକାରୀ ଓ ବେସରକାରୀ ସଂସ୍ଥାଗୁଡିକ ସଫେଇ କାର୍ଯ୍ୟରେ ଲାଗିଯାଇଛନ୍ତି। ଉଦୟପୁର ପରେ ଇନ୍ଦୋରକୁ ସ୍ବଚ୍ଛ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ମୋନିକା ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri