ଏଇ ଭାରତରେ

ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହେବାର ବହୁ ପୂର୍ବରୁ ଗ୍ରାମୀଣ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଅଭିଯାନ ଚଳାଇଛନ୍ତି ତାମିଲନାଡୁର ମରାଚି ସୁବୁରାମନ। ତାମିଲନାଡୁ ସମେତ ଦେଶର ୨୬ଟି ରାଜ୍ୟରେ ସେ ୧ ଲକ୍ଷରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରିସାରିଛନ୍ତି। ବିଜ୍ଞାନରେ ସ୍ନାତକ ତଥା ବିଏଡ୍‌ ପାସ୍‌ ସୁବୁରାମନଙ୍କୁ ଏବେ ବୟସ ୭୦। ୧୯୮୬ରେ ସେ ସୋସାଇଟି ଫର୍‌ କମ୍ୟୁନିଟି ଅର୍ଗାନାଇଜେଶନ ଆଣ୍ଡ୍‌ ପିପୁଲ୍ସ ଏଜୁକେଶନ(ଏସ୍‌ସିଓପିଇ) ପ୍ରତିଷ୍ଠା କରି ତା’ ମାଧ୍ୟମରେ ପାଇଖାନା ନିର୍ମାଣ କରୁଛନ୍ତି। ଏହାର ନାମ ରଖିଛନ୍ତି ଇକୋସାନ୍‌ । ଏଥିରେ ପାଣିର ଆବଶ୍ୟକତା ବହୁତ କମ୍‌ ପଡୁଛି। ପ୍ରଥମେ ତାମିଲନାଡ଼ୁର କାଳୀପାଲାୟମ ଗାଁରେ ୨୦୦୦ରେ ଏଭଳି ପାଇଖାନା ନିର୍ମାଣ କରିଥିଲେ। ପରେ ୨୦୦୫ରେ କମ୍ୟୁନିଟି ଟଏଲେଟ ସିଷ୍ଟମ ଆରମ୍ଭ କରିଥିଲେ। ଏହି ସିଷ୍ଟମରେ ମହିଳା ଓ ପୁରୁଷଙ୍କ ଲାଗି ପ୍ରତ୍ୟେକ ୭ଟି ଲେଖାଏ ଓ ବୃଦ୍ଧ ଏବଂ ଭିନ୍ନକ୍ଷମଙ୍କ ଲାଗି ଅଲଗା ପାଇଖାନା ନିର୍ମାଣ କରାଯାଉଛି। ଏବେ ସୁଦ୍ଧା ସୁବୁରାମନ ଏସ୍‌ସିଓପିଇ ମାଧ୍ୟମରେ କେବଳ ତିରୁଚିରାପଲ୍ଲୀ ଜିଲାରେ ୨୦ ହଜାରରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରିସାରିଲେଣି। ବିହାର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଆସାମରେ ସେ ବେଶି ପାଇଖାନା ନିର୍ମାଣ କରିବାକୁ ଯାଜନା କରିଛନ୍ତି। ସେ ବିଭିନ୍ନ ବେସରକାରୀ ସଂସ୍ଥା ସହଯୋଗରେ ଗ୍ରାମୀଣ ବିକାଶ ଯୋଜନା ମାଧ୍ୟମରେ ଏହି ଅଭିଯାନ ଜାରି ରଖିଛନ୍ତି। ୬ମାସରୁ ବର୍ଷେ ମଧ୍ୟରେ ପ୍ରତ୍ୟେକ ପାଇଖାନାରୁ ୪୦୦କେଜି ଓ କମ୍ୟୁନିଟି ପାଇଖାନାରୁ ୧,୭୭୭ କେଜି ଯାହା ଖତ ବାହାରୁଛି ତାହାକୁ କୃଷକମାନଙ୍କୁ ମାଗଣାରେ ଯୋଗାଇଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri