ଏଇ ଭାରତରେ

ଜଣେ ରେଲଓ୍ବେ ଅଧିକାରୀ ଦାୟିତ୍ୱ ତୁଲାଇବା ସହ ଅସହାୟଙ୍କୁ ସାହାଯ୍ୟ କରି ତାଙ୍କ ସେବା ମନୋବୃତ୍ତିର ପରିଚୟ ଦେଇଛନ୍ତି। ସେ ହେଉଛନ୍ତି ଇଣ୍ଡିଆନ୍‌ ରେଲଓ୍ବେ ଟ୍ରାଫିକ୍‌ ସର୍ଭିସ୍‌ ଅଧିକାରୀ ସଞ୍ଜୟ କୁମାର। ଟ୍ରେନ୍‌ରେ ଯାଉଥିବା ଗରିବ ଯାତ୍ରୀମାନଙ୍କୁ ପ୍ରବଳ ଶୀତରୁ ରକ୍ଷା କରିବା ଲାଗି ସେ ଶୀତ ପୋଷାକ ବାଣ୍ଟୁଛନ୍ତି। ଗତବର୍ଷ ପ୍ରଥମାର୍ଦ୍ଧରେ ସଞ୍ଜୟଙ୍କୁ ପ୍ରଥମେ ମଧ୍ୟପ୍ରଦେଶର ଝାନ୍ସି ଷ୍ଟେଶନରେ ନିଯୁକ୍ତି ମିଳିଥିଲା। ପରେ ସେ ଉତ୍ତରପ୍ରଦେଶର ଟୁଣ୍ଡଲା ସବ୍‌ଡିଭିଜନରେ ଆସିଷ୍ଟାଣ୍ଟ ଟ୍ରାଫିକ ମ୍ୟାନେଜରଭାବେ ଯୋଗଦେଇ ଏହି ଉଦାର କାର୍ଯ୍ୟ କରୁଛନ୍ତି। ଏହି ସବ୍‌ଡିଭିଜନ ଅଧୀନରେ ଗାଜିଆବାଦଠାରୁ କାନପୁର ମଧ୍ୟରେ ୫୯ଟି ଷ୍ଟେଶନ ରହିଛି। ଏଥି ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଷ୍ଟେଶନରେ ସଞ୍ଜୟ ଷ୍ଟଲ୍‌ ଖୋଲିଛନ୍ତି। ଷ୍ଟଲ୍‌ର ନାମ ରଖିଛନ୍ତି ‘ନେକି କି ଦିଓ୍ବାର’ (ଓ୍ବାଲ୍‌ ଅଫ୍‌ ଗଡ୍‌)। ସବୁ ଷ୍ଟଲ୍‌ରେ ଲୋକେ ସ୍ବେଟର, ଜ୍ୟାକେଟ, ଶାଲ୍‌ ଆଦି ଶୀତପୋଷାକ ଦାନ କରୁଛନ୍ତି। ଯେଉଁମାନେ ସାଧାରଣ ବଗିରେ ଯାତ୍ରା କରୁଛନ୍ତି ସେମାନେ ଏଠାରୁ ପୋଷାକ ନେଉଛନ୍ତି। ଏଠାରେ ଯିଏ ପୋଷାକ ଦାନ କରୁଛନ୍ତି କିମ୍ବା ନେଉଛନ୍ତି ସେମାନଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଉଛି। ସଞ୍ଜୟ ସ୍ବେଟର ଓ ଜ୍ୟାକେଟ୍‌ଠାରୁ ଶାଲ୍‌ ସଂଗ୍ରହ କରିବା ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି। ସଞ୍ଜୟଙ୍କ ସହକର୍ମୀଙ୍କ ସହ ଅନ୍ୟମାନେ ବି ତାଙ୍କୁ ଏଥିପାଇଁ ସହଯୋଗ କରୁଛନ୍ତି। ଏହି ରୁଟ୍‌ ଦେଇ ଉତ୍ତରପ୍ରଦେଶ ଓ ବିହାରରୁ ଶ୍ରମିକମାନେ ରାଜସ୍ଥାନ, ଗୁଜରାଟ କିମ୍ବା ମୁମ୍ବାଇକୁ ଯାଉଛନ୍ତି ଓ ସେମାନେ ଏହାଦ୍ୱାରା ବେଶି ଉପକୃତ ହେଉଛନ୍ତି ବୋଲି କୁହନ୍ତି ସଞ୍ଜୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri