ଏଇ ଭାରତରେ

ଜୀବନର ମୋଡ଼ କେତେବେଳେ କେମିତି ନେବ ତାହା କହିବା ମୁସ୍କିଲ, ଯେମିତି ଘଟିଛି ଅର୍‌ମିଦାଙ୍କ କ୍ଷେତ୍ରରେ। ୭୬ ବର୍ଷୀୟା ଅର୍‌ମିଦା ଫର୍ଣ୍ଣାଡିଜ୍‌ ଲକ୍ଷ ଲକ୍ଷ ଶିଶୁଙ୍କ ଜୀବନ ବଞ୍ଚାଉଛନ୍ତି। ୧୯୭୧ରୁ ମହାରାଷ୍ଟ୍ର ସିଓନସ୍ଥିତ ହସ୍ପିଟାଲର ନିଓନାଟାଲ କେୟାର୍‌ ୟୁନିଟ୍‌ରେ ନାଟୋଲୋଜିଷ୍ଟ ଭାବେ ଦାୟିତ୍ୱ ନିର୍ବାହ କରିବା ସମୟରେ ସେହି ଅଞ୍ଚଳର ଗରିବ ପରିବାର ତଥା ମୁମ୍ବାଇର ଧରାବି ବସ୍ତିର ରୁଗ୍‌ଣ ଓ ଅପରିପକ୍ୱ ଶିଶୁମାନଙ୍କ ଯନତ୍ ନେବା ଆରମ୍ଭ କରିଥିଲେ। ଏହି ଅଞ୍ଚଳରେ ମା’ ଓ ଶିଶୁମୃତ୍ୟୁ ଘଟଣା ଅତି ସାଧାରଣ। ଦିବ୍ୟାଙ୍ଗ ଶିଶୁ ଜନ୍ମ ନେଲେ ମା’ମାନେ ସେମାନଙ୍କୁ ନେବା ଲାଗି ଅମଙ୍ଗ ହୋଇଥାନ୍ତି। ଶିଶୁମାନଙ୍କ ସ୍ବାସ୍ଥ୍ୟ ସୁଧାରିବା ସହ ଶିଶୁ ମୃତ୍ୟୁହାର କମାଇବା ଲାଗି ଫର୍ଣ୍ଣାଡିଜ ୧୯୮୯ରେ ପ୍ରଥମ ହ୍ୟୁମ୍ୟାନ୍‌ ମିଲ୍କ ବ୍ୟାଙ୍କ୍‌ ଆରମ୍ଭ କରିଥିଲେ। ବଳାକତ୍ାରରେ ଜଣେ ଛୋଟ ଶିଶୁର ମୃତ୍ୟୁ ହେବା ଘଟଣା ତାଙ୍କୁ ପ୍ରଭାବିତ କରିଥିଲା। ପରେ ସେ ତାଙ୍କ ବନ୍ଧୁଙ୍କ ସହଯୋଗରେ ‘ସ୍ନେହା’ ନାମକ ସ୍ବେଚ୍ଛାସେବୀ ସଂସ୍ଥା ଆରମ୍ଭ କରିଥିଲେ। ଏହି ସଂସ୍ଥା ପ୍ରସୂତି ଓ ନବଜାତର ସ୍ବାସ୍ଥ୍ୟ, ପିଲାଙ୍କ ସ୍ବାସ୍ଥ୍ୟ ଓ ପୁଷ୍ଟିକାରକ ଖାଦ୍ୟ ଉପରେ ଗୁରୁତ୍ୱ ଦେଉଛି। ମହିଳା ଓ ପିଲାମାନଙ୍କ ଉପରେ ହେଉଥିବା ହିଂସା ଦୂର କରିବା ପାଇଁ କାର୍ଯ୍ୟ କରୁଛି। ଫର୍ଣ୍ଣାଡିଜ ‘ସ୍ନେହା’ ମାଧ୍ୟମରେ ଗାଁ ଓ ବସ୍ତିରେ କାର୍ଯ୍ୟ କରୁଛନ୍ତି। ୟୁନିଭର୍ସିଟି କଲେଜ ଲଣ୍ଡନ (ୟୁସିଏଲ୍‌)ର ଜଣେ ଡାକ୍ତର ତାଙ୍କ କାର୍ଯ୍ୟ ଦେଖିବା ପରେ ୟୁସିଏଲ୍‌ ୧୫ ବର୍ଷଯାଏ ଏହି ସଂସ୍ଥାକୁ ସହଯୋଗ କରିଥିଲା। ପରେ ଫର୍ଣ୍ଣାଡିଜଙ୍କ ସହ ବହୁ ବ୍ୟକ୍ତି ଓ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ମୁମ୍ବାଇ ବସ୍ତିରୁ ଆରମ୍ଭ ହୋଇଥିବା ତାଙ୍କର ଏହି ସଂସ୍ଥା ଏବେ ମହାରାଷ୍ଟ୍ରର ସବୁ ଜିଲା ସମେତ ଅନ୍ୟ ୭ଟି ରାଜ୍ୟରେ କାର୍ଯ୍ୟ କରୁଛି। ସଂସ୍ଥାରେ ୪୦୦ ସ୍ଥାୟୀ କର୍ମଚାରୀ ଓ ୭୦୦ ସ୍ବେଚ୍ଛାସେବୀ ସେବାରେ ଲାଗିଛନ୍ତି। ଫର୍ଣ୍ଣାଡିଜଙ୍କ ସ୍ବାମୀ ଜଣେ ଡାକ୍ତର ଓ ସେ ମଧ୍ୟ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri