ଏଇ ଭାରତରେ

କନ୍ୟା ହେବା ପାଇଁ ଫର୍ମ ଭରିବାକୁ ପଡୁଛି। ଏହାପରେ କନ୍ୟାଙ୍କୁ ମିଳିଯାଉଛି ପିତା ଓ ପିତାଙ୍କୁ ମିଳୁଛି କନ୍ୟା। ଯେଉଁ କନ୍ୟାମାନଙ୍କର ପିତା ନାହାନ୍ତି ସେମାନଙ୍କୁ କନ୍ୟା ଭାବେ ଗ୍ରହଣ କରୁଛନ୍ତି ମହେଶଭାଇ ସବାଣୀ। ସେ କନ୍ୟାଙ୍କ ପଢାଖର୍ଚ୍ଚ ବହନ କରୁଛନ୍ତି, ପୁଣି ସାମୂହିକ ବିବାହର ଆୟୋଜନ କରି କନ୍ୟାଦାନ କରୁଛନ୍ତି। ସେ ଏବେ ୧୩୫ ଜଣ କନ୍ୟାଙ୍କର ସାମୂହିକ ବିବାହ କରାଇଛନ୍ତି। ବିବାହ ଆରମ୍ଭରେ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ମୋବାଇଲ ଲାଇଟ୍‌ରେ କନ୍ୟାମାନଙ୍କୁ ଆରତି କରିଥିଲେ। କନ୍ୟାମାନେ ବିବାହର ପୂର୍ବଦିନ ସେବକ ଭାବେ ସମାଜସେବା କରିଥିଲେ। ବହୁ ମଣ୍ଡପରେ ଆୟୋଜିତ ଏହି ବିବାହରେ ବିଭିନ୍ନ ରାଜ୍ୟର କନ୍ୟାମାନେ ସାମିଲ ହୋଇଥିଲେ। ଜାତିପ୍ରଥା ଦୂର କରିବା ଲାଗି ଏଭଳି ବିବାହର ଆୟୋଜନ କରାଯାଉଛି। ସମସ୍ତେ ଜାତି ନ ଲେଖି ଭାରତୀୟ ଲେଖିଲେ ଭାରତରୁ ଜାତିଭେଦ ଦୂର ହୋଇଯିବ ବୋଲି କୁହନ୍ତି ମହେଶଭାଇ। କେବଳ ଏତିକି ନୁହେଁ ବିବାହିତ କନ୍ୟାଙ୍କ ମଧ୍ୟରୁ ଲକି ଡ୍ର ମାଧ୍ୟମରେ ଚୟନ କରି ୧୦ଟି ଦମ୍ପତିଙ୍କୁ ସିଙ୍ଗାପୁର ଓ ମାଲେସିୟା ଟୁରରେ ପଠାଯାଉଛିି। ପ୍ରଥମେ ମହେଶଭାଇ ୧୨୫ରୁ ୧୫୦ ଜଣଙ୍କ ବାହାଘର କରୁଥିଲେ। ପରେ ମୋଲାନିଆ ପରିବାରର ସହଯୋଗ ମିଳିବାରୁ ସେ ୨୩୧ ଜଣ କନ୍ୟାଙ୍କ ବିବାହ କରାଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri