ଏଇ ଭାରତରେ

ଗୁଜରାଟର ଏକ ଗାଁରେ ହିନ୍ଦୁ-ମୁସଲମାନ ଏକତାର ଛବି ନଜରକୁ ଆସିଛି। ଅମରେଲି ଜିଲାର ଜଲିୟା ଗାଁରେ ପ୍ରତିଦିନ ପବିତ୍ର କୋରାନ ପାଠ କରାଯିବା ସହ ସଂସ୍କୃତରେ ଭଜନ ମଧ୍ୟ ଗାନ କରାଯାଏ। ଏହି ଗାଁରେ ରହନ୍ତି ସୁନ୍ନି ମୁସଲିମ ଲଲିୟା ପରିବାର। ଏହି ପରିବାରର ନୌସିଫ ଲଲିୟାଙ୍କ ବାହାଘରରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା, ଯାହା ସାମ୍ପ୍ରଦାୟିକ ସଦ୍‌ଭାବନା ତଥା ଏକତାର ଉଦାହରଣ ସୃଷ୍ଟି କରିଛି। ନୌସିଫଙ୍କ ସହ ଜାର ଗାଁର ପିନଲ ମୁଛିୟାଙ୍କ ବାହାଘର ହୋଇଥିଲା। ଏହି ବାହାଘରକୁ ଦେଶର ବିଭିନ୍ନ ଜାଗାରୁ ୧୫ ଜଣ ହିନ୍ଦୁ ଧର୍ମଗୁରୁଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଦୁଇଦିନ ଧରି ଆୟୋଜିତ ହୋଇଥିବା ଏହି ବାହାଘରରେ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ଧର୍ମଗୁରୁମାନେ ମଧ୍ୟ ଜଲିୟାରେ ପହଞ୍ଚିଥିଲେ। ଏମାନେ ଜାର ଗାଁଠାରୁ ଜଲିୟା ଯାଏ ପ୍ରାୟ ୩୫ କିଲୋମିଟର ଶୋଭାଯାତ୍ରାର ନେତୃତ୍ୱ ମଧ୍ୟ ନେଇଥିଲେ। ନୌସିଫଙ୍କ ବାହାଘର ସ୍ଥିର ହେବା ପରେ ତାଙ୍କ ପରିବାର ଏହି ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରିବା ଲାଗି ସ୍ଥିର କରିଥିଲେ। ବରପକ୍ଷର ଏହି ନିଷ୍ପତ୍ତିକୁ କନ୍ୟା ପିନଲ୍‌ଙ୍କ ପରିବାର ସହମତି ଜଣାଇଥିଲେ। ହିନ୍ଦୁ-ମୁସଲମାନ ଏକତାକୁ ମଜଭୁତ କରିବା ପାଇଁ ଏହା ଏକ ବଡ ସୁଯୋଗ ବୋଲି ସେମାନେ ଭାବିଥିଲେ। ବାହାଘରରେ ଏଭଳି ପରମ୍ପରା ଲଲିୟା ପରିବାରରେ ତିନିପିଢି ଧରି ପାଳନ କରାଯାଇଆସୁଛି ବୋଲି କୁହନ୍ତି ନୌସିଫଙ୍କ ଚାଚା ରଫିକ୍‌ ଲଲିୟା। ଏହି ପରମ୍ପରା ତାଙ୍କ ପୂର୍ବଜ ଆପା ଗିଗା ଆରମ୍ଭ କରିଥିଲେ। ସେ ଜୁନାଗଡ଼ ଜିଲା ସତାଧାରରେ ଜଣେ ସନ୍ଥ ଭାବେ ରହୁଥିଲେ। ଲଲିୟା ପରିବାର ମୁଖ୍ୟତଃ ଚାଷ କରନ୍ତି। ଏହି ପରିବାରର ତିନିପୁଅଙ୍କ ମଧ୍ୟରେ ନୌସିଫ ସବା ସାନ। ନୌସିଫଙ୍କ ଦୁଇ ବଡଭାଇଙ୍କର ବି ଏହିଭଳି ବାହାଘର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri