ଏଇ ଭାରତରେ

ଉଚ୍ଚଶିକ୍ଷା ପ୍ରାପ୍ତ କରି ଭଲ ଚାକିରି କରିବାର ସ୍ବପ୍ନ ଦେଖିଥାନ୍ତି ପ୍ରତ୍ୟେକ ଯୁବକ। କିନ୍ତୁ ଉତ୍ତରାଖଣ୍ଡର ପବନ ପାଠକ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେ ବିଦେଶ ଚାକିରି ଛାଡି ପାର୍ବତ୍ୟାଞ୍ଚଳର ସଂରକ୍ଷଣରେ ଲାଗିଛନ୍ତି। ଡେରାଡୁନର ଇନ୍ଦିରାନଗର ନିବାସୀ ପବନଙ୍କୁ ବର୍ତ୍ତମାନ ୩୫ ବର୍ଷ। ସେ ଜର୍ମାନୀରେ ଚାକିରି କରିଥିଲେ। ବର୍ଷକୁ ଦରମା ପାଉଥିଲେ ୪୦ ଲକ୍ଷ ଟଙ୍କା। ପାହାଡିଆ ଅଞ୍ଚଳରୁ ପଳାୟନ ରୋକିବା ତଥା ଶୁଷ୍କ ଜମିକୁ ଚାଷୋପଯୋଗୀ କରିବାରେ ଲାଗିଛନ୍ତି। ପାହାଡିଆ ଅଞ୍ଚଳରେ ପୁରୁଣା ଘରକୁ ଇକୋ କନ୍‌ଷ୍ଟ୍ରକ୍‌ସନ ମାଧ୍ୟମରେ ନୂଆ ଜୀବନ ଦେଉଛନ୍ତି। ତାଙ୍କର ଏହି ଅଭିଯାନରେ ବିଦେଶୀ ଛାତ୍ରମାନେ ବି ସାମିଲ ହୋଇଛନ୍ତି। ପବନ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଜର୍ମାନୀରେ ଫାର୍ମା ମଡେଲିଂରେ ଏମ୍‌ବିଏ କରିଛନ୍ତି। ପରେ ସେ ଜର୍ମାନୀରେ ଏକ କମ୍ପାନୀରେ ମାସିକ ୩.୫ ଲକ୍ଷ ଟଙ୍କା ପ୍ୟାକେଜରେ ଚାକିରି କରିଥିଲେ। କିନ୍ତୁ କିଛି ନୂଆ କରିବାର ଇଚ୍ଛା ତାଙ୍କୁ ଚାକିରିରେ ରହିବାକୁ ଦେଇ ନ ଥିଲା। ସେ ଫେରିଆସିଲେ ଭାରତ। ୨୦୧୮ରୁ ଡେରାଡୁନ୍‌ର ସେଡାମତା ନିକଟ ଢୁକ୍‌ ଗାଁରେ ଫାର୍ମ ମଡେଲିଙ୍ଗ କାର୍ଯ୍ୟରେ ଲାଗିଛନ୍ତି। ପାହାଡିଆ ଅଞ୍ଚଳରେ ଜୀର୍ଣ୍ଣ ଘରଗୁଡିକୁ ଉଦ୍ଧାର କରିବା ସହ ଜୈବିକ ଚାଷକୁ ବଞ୍ଚାଇ ରଖିବା ଲାଗି ଚେଷ୍ଟା କରୁଛନ୍ତି। ଫାର୍ମରୁ ଉପତ୍ାଦିତ ଜୈବିକ ସେଓ ବିକ୍ରି କରି ଏହି ବର୍ଷ ପାଇଛନ୍ତି ୨ ଲକ୍ଷ ଟଙ୍କା। ଏହା ବାଦ୍ ସେ ଫାର୍ମରେ ରାଜ୍‌ମା, ଆଳୁ, ଡାଲି, ମକ୍କା, ଗହମ ଆଦି ଚାଷ କରୁଛନ୍ତି। ପବନଙ୍କ ଏହି ଅଭିଯାନରେ ଆଇଆଇଟି ରୁର୍‌କୀରେ ପିଏଚ୍‌ଡି କରୁଥିବା ନେଦରଲ୍ୟାଣ୍ଡ୍‌ର ଛାତ୍ରୀ ମାରଲୁସ୍‌ ମଧ୍ୟ ଯୋଗ ହୋଇଛନ୍ତି। ଡେରାଡୁନର ମେକାନିକାଲ ଇଞ୍ଜିନିୟର ଅଙ୍କିତ ଆରୋରା ସମେତ ଢୁକ୍‌ ଗ୍ରାମବାସୀ ସହଯୋଗ କରୁଛନ୍ତି। ଦୁଇବର୍ଷ ମଧ୍ୟରେ ପବନ ଯେତେ ଜୈବିକ ଶସ୍ୟ ଉପତ୍ାଦନ କରିଛନ୍ତି ତାହାକୁ ସେ ଡେରାଡୁନର ମଣ୍ଡିରେ ବିକ୍ରି କରିଛନ୍ତି। ୨୦୧୮ରେ ଜୈବିକ ଚାଷ ଲାଗି ୨ ଏକର ଜମି କିଣିଥିଲେ ଓ ଗ୍ରାମବାସୀ ତାଙ୍କୁ ବହୁବର୍ଷ ଧରି ଶୁଖିଲା ପଡିଥିବା ୧ହେକ୍ଟର ଜମି ବି ଦେଇଥିେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri