ଏଇ ଭାରତରେ

ପିଲାମାନେ ଟଙ୍କାଟିଏ ପାଇଲେ ବଜାରରୁ ବିସ୍କୁଟ କି ଚକୋଲେଟ କିଣିଦିଅନ୍ତି। କିନ୍ତୁ ଏମିତି ପିଲା ଅଛନ୍ତି ଯେଉଁମାନେ ତାଙ୍କ ପକେଟ୍‌ ଖର୍ଚ୍ଚ ସଞ୍ଚୟ କରି ଚଳାଉଛନ୍ତି ଶିଶୁ ବ୍ୟାଙ୍କ। ମଧ୍ୟପ୍ରଦେଶ ଛତରପୁର ଅଞ୍ଚଳରେ ଚାଲୁଛି ଏହି ବ୍ୟାଙ୍କ। ବିଭିନ୍ନ ବ୍ୟାଙ୍କରେ କୋଟି କୋଟି ଟଙ୍କା ଜମା ହେଉଥିତ୍ବାବେଳେ ଶିଶୁ ବ୍ୟାଙ୍କରେ ୧ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କା ଯାଏ ଜମା ହେଉଥିତ୍ବା ଶୁଣି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଗରିବ ପିଲାମାନେ ସେମାନଙ୍କ ପକେଟ ଖର୍ଚ୍ଚ ବଞ୍ଚାଇ ବ୍ୟାଙ୍କ ବାଲାନ୍ସ ବୃଦ୍ଧି କରୁଛନ୍ତି। ଏହି ବ୍ୟାଙ୍କରେ ସେମାନେ ଟଙ୍କା ଜମା ରଖିବା ସହ ଆବଶ୍ୟକ ସମୟରେ ବ୍ୟାଙ୍କରୁ ୫୦୦ ଟଙ୍କା ଯାଏ ମଧ୍ୟ ଋଣ ନେଉଛନ୍ତି। ଛତରପୁର ଥାନାରେ ସଂଚାଳିତ ସଞ୍ଜୀବନୀ ବାଲ୍‌ ମିତ୍ର କେନ୍ଦ୍ର ଦ୍ୱାରା ଏହି ଶିଶୁ ବ୍ୟାଙ୍କ ମେ’ ୨୦୧୬ରେ ଖୋଲାଯାଇଥିଲା। ଏବେ ଏହି ବ୍ୟାଙ୍କରେ ୧୫୦ ଜଣ ଶିଶୁ ଯୋଡ଼ି ହୋଇଗଲେଣି। ୧୪ ବର୍ଷ ବୟସ ଯାଏ ପିଲାମାନେ ବ୍ୟାଙ୍କରେ ଖାତା ଖୋଲିପାରୁଛନ୍ତି। ବ୍ୟାଙ୍କ ମ୍ୟାନେଜର, କୋଷାଧ୍ୟକ୍ଷ ମଧ୍ୟ ପିଲାମାନେ ରହିଛନ୍ତି। ଏହି ବ୍ୟାଙ୍କ ସେବା ମାଧ୍ୟମରେ ସେମାନଙ୍କ ସଞ୍ଚୟ ମନୋଭାବ ବୃଦ୍ଧି ପାଉଛି ଓ ଜରୁରୀ ସମୟରେ ସେମାନେ ଆଉ ମାତାପିତାଙ୍କୁ ପଇସା ମାଗୁନାହାନ୍ତି। ଜନ୍ମଦିନରେ ଖର୍ଚ୍ଚ କରିବା ଲାଗି ହେଉ କି ଅନ୍ୟ କୌଣସି ଜିନିଷ କିଣିବା ଲାଗି ସେମାନେ ବ୍ୟାଙ୍କ୍‌ରୁ ଋଣ ନେଉଛନ୍ତି। ଏହି ବ୍ୟାଙ୍କର ଜମାକାରୀ ପିଲାମାନଙ୍କୁ ପୋଲିସ ପକ୍ଷରୁ ନୈତିକ ଶିକ୍ଷା, ପରିବେଶ ଓ ସ୍ବାସ୍ଥ୍ୟ, ଦେଶପ୍ରେମ, ସାଧାରଣ ଜ୍ଞାନ, ଇଂଲିଶ ଓ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉଛି। ଏଥିପାଇଁ ପିଲାମାନଙ୍କୁ ଘରୁ କେନ୍ଦ୍ରକୁ ଅଣାଯାଉଛି। ଏହି ବ୍ୟାଙ୍କ ଓ କେନ୍ଦ୍ର ସହ ଜଡିତ ଥିବା ପିଲା ବୟସ୍କ ହୋଇ ଭିନ୍ନ ଭିନ୍ନ କ୍ଷେତ୍ରରେ ରୋଜଗାରକ୍ଷମ ବି ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା…

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ଆସ କୃତଜ୍ଞ ହେବା

ଗଭୀର ନଦୀ ଧୀରେ ବହେ। ଗମ୍ଭୀର ବ୍ୟକ୍ତି ଧୀରେ କହେ। ଭଲ ମଣିଷ କୃତଜ୍ଞ ରହେ। କେହି ଜଣେ ବିଦ୍ୱାନ ଏକଦା କହିଥିଲେ- କୃତଜ୍ଞତା ହେଉଛି ମଣିଷର…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଯଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ନୂଆ ସ୍ରୋତରେ ଆନ୍ନାମଲାଇ

DHARତାମିଲନାଡ଼ୁରେ ଗତ ବିଧାନସଭା ନିର୍ବାଚନ ଫଳାଫଳ କେବଳ ସେହି ରାଜ୍ୟ ନୁହେଁ, ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପାରମ୍ପରିକ ଦ୍ରାବିଡୀୟ ପାର୍ଟି ଓ ଜାତୀୟ ଦଳ…

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri