ଏଇ ଭାରତରେ

ଯୁବାବସ୍ଥାରେ ପୁତ୍ରର ଦୁର୍ଘଟଣାରେ ମୃତ୍ୟୁ ଘଟିଲା। ଏହା ସତ୍ତ୍ୱେ ଭାଙ୍ଗି ଯାଇନାହାନ୍ତି ଏକ ଦମ୍ପତି। ନିଜ ମନକୁ ଦୃଢ କରି ବସ୍ତିରେ ଶିକ୍ଷାର ପ୍ରସାର କରିବାରେ ଲାଗିପଡିଛନ୍ତି। ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି ଦିଲ୍ଲୀରେ। ଭାରତୀୟ ବାୟୁ ସେନାରେ ସ୍କାଡ୍ରନ୍‌ ଲିଡର ତଥା ସବିତା ଓ ଶରଦ ତିଓ୍ବାରୀଙ୍କ ପୁଅ ଶିଶିରଙ୍କର ୨୦୧୭ରେ ହିମାଚଳ ପ୍ରଦେଶର ତାଓ୍ବାଙ୍ଗରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶିଶିରଙ୍କ ମୃତ୍ୟୁ ପରଠାରୁ ଗାଜିଆବାଦରେ ରହୁଥିବା ତାଙ୍କ ମା’ ସବିତା ଓ ପିତା ଶରଦ ଏକ ଟ୍ରଷ୍ଟ୍‌ ମାଧ୍ୟମରେ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଛନ୍ତି। ସେମାନେ ୨୦୧୮ ଦ୍ୱିତୀୟାର୍ଦ୍ଧରେ ପ୍ରଥମେ ଦିଲ୍ଲୀର ଯମୁନା ଖାଦର ବସ୍ତିରେ ୧୦୦ ପିଲାଙ୍କୁ ପଢାଇବା ପାଇଁ ଏକ ନନ୍‌ଫର୍ମାଲ ସ୍କୁଲ୍‌ ଆରମ୍ଭ କରିଥିଲେ। ଏଥିପାଇଁ ବସ୍ତି କମିଟି ଏକ ଘର ମଧ୍ୟ ଯୋଗାଇଦେବା ପରେ ସେଠାରେ ନିୟମିତ ପାଠପଢା ଆରମ୍ଭ ହୋଇଛି। ସେବା ମନସ୍କ ଏହି ଦମ୍ପତିଙ୍କ କାର୍ଯ୍ୟରେ ତାଙ୍କ ପରିବାର ଓ ବନ୍ଧୁମାନେ ମଧ୍ୟ ସହଯୋଗ କରୁଛନ୍ତି। ଏବେ ଏହି ସ୍କୁଲ୍‌ରେ ପ୍ରଥମରୁ ଦ୍ୱାଦଶ ଯାଏ ୩୫୦ ଜଣ ପିଲା ପଢୁଛନ୍ତି। ବସ୍ତିର ପିଲାମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପଢ଼ାଉଛନ୍ତି ଏହି ଦମ୍ପତି। ସ୍କୁଲ ସମୟ ପରେ ରିକ୍ସା ଚାଳକ, ଦିନ ମଜୁରିଆ ଓ ଅନ୍ୟ ଘରେ କାମ କରୁଥିବା ଲୋକଙ୍କ ପିଲାମାନଙ୍କୁ ବି ଏମାନେ ପଢାଉଛନ୍ତି। ୨୫ ଜଣ ସ୍ବେଚ୍ଛାସେବୀ ହୋମ୍‌ଓ୍ବାର୍କ ସହ ସବୁ ବିଷୟ ପଢ଼ାଇବାରେ ପିଲାମାନଙ୍କୁ ସାହାଯ୍ୟ କରୁଛନ୍ତି। ଦୁଇଟି ଶିିଫ୍ଟରେ ସପ୍ତାହକୁ ୫ ଦିନ ପଢାଯାଉଛି ଏଠାରେ। ପଞ୍ଚମ କିମ୍ବା ତଦୂର୍ଦ୍ଧ୍ୱ ଶ୍ରେଣୀରେ ପଢୁଥିବା ଆର୍ଥିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ସରକାରୀ ସ୍କୁଲ୍‌ରେ ନାମ ଲେଖାଇବାରେ ମଧ୍ୟ ଏମାନେ ସାହାଯ୍ୟ କରୁଛନ୍ତି। ଯେଉଁ ଝିଅମାନେ ଅନ୍ୟ ସ୍କୁଲ୍‌ରେ ୮ମ କିମ୍ବା ଦଶମ ଯାଏ ପଢି ଘରେ ରହିଛନ୍ତି ସେମାନଙ୍କ୍‌ୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଛି। ଏହି ଦମ୍ପତି ଦିଲ୍ଲୀର ଅନ୍ୟ ବସ୍ତିରେ ଏପରି ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri