ଏଇ ଭାରତରେ

ପଟିଆଲାର ଝିଅ ସନ୍ଧ୍ୟା। ପଟିଆଲା ଟ୍ରକ୍‌ ସଂଘ ନିକଟସ୍ଥ ଏକ ବସ୍ତିରେ ଝୁମ୍ପୁଡି ଘରେ ପାଞ୍ଚ ଭଉଣୀ-ଭାଇ ଓ ମାଆବାପାଙ୍କ ସହ ରହନ୍ତି ସେ। ସକାଳ ହେଲେ ତାଙ୍କ ମା’ ଜରି ପ୍ଲାଷ୍ଟିକ ଗୋଟାଇବାକୁ ବାହାରିଯାନ୍ତି। ବାପା ଜଣେ ବୁଲାବିକାଳି। ପାଞ୍ଚ ଭଉଣୀ ଓ ଭାଇଙ୍କ ମଧ୍ୟରେ ସନ୍ଧ୍ୟା ବଡ଼। ଏଣୁ ପରିବାରର ଅଭାବ ଅନଟନ ପୂରଣ କରିବା ପାଇଁ ତାଙ୍କୁ ଭିକ୍ଷା ମାଗିବାକୁ ପଡେ। କିନ୍ତୁ ‘ପଢିବି ଆଗକୁ ବଢିବି’ ଏହି ଇଚ୍ଛା ପୂରଣ କରିବା ଲାଗି ସେ ଭିକ ମାଗିବା ଛାଡି ପଢିଛନ୍ତି। ଦଶମ ପାସ୍‌ କରିଛନ୍ତି। ପଢିବା ଭିତରେ ଅର୍ଥାଭାବ ପୂରଣ କରିବା ପାଇଁ ଦୋକାନୀମାନଙ୍କ ଘରେ କାମ ବି ସେ କରିଛନ୍ତି। ବସ୍ତିରେ ଦିନେ ଶିକ୍ଷାର ନୂଆ ସକାଳ ଆସିବ ବୋଲି କେହି କେବେ ଭାବି ନ ଥିଲେ। କିନ୍ତୁ ଦାରିଦ୍ର୍ୟର ଶିକୁଳି ଛିଣ୍ଡାଇ ଶିକ୍ଷାର ଏହି ସକାଳ ନେଇ ଆସିଛନ୍ତି ସନ୍ଧ୍ୟା। ଦଶମ ପାସ୍‌ କରିବା ପରେ ବେଙ୍ଗାଲୁରୁସ୍ଥିତ ନୂଆ ଗୁରୁକୁଳ ସଂସ୍ଥା ଦ୍ୱାରା ପରିଚାଳିତ ଏକ ବର୍ଷର ସଫ୍ଟଓ୍ବେର ଡେଭ୍‌ଲପ୍‌ମେଣ୍ଟ କୋର୍ସର ପ୍ରବେଶିକା ପରୀକ୍ଷାରେ ସନ୍ଧ୍ୟା ପାସ୍‌ କରିଛନ୍ତି। ସେଠାରେ ବର୍ଷେ ଶିକ୍ଷାଲାଭ କରିବା ପରେ ସଫ୍ଟଓ୍ବେର ବିକାଶ କରିବା ଲାଗି ସକ୍ଷମ ହୋଇପାରିବେ ଓ ତାଙ୍କ ପରିବାରର ଦାରିଦ୍ର୍ୟ ଦୂର ହୋଇଯିବ ବୋଲି ଆଶା ରଖିଛନ୍ତି ସନ୍ଧ୍ୟା। ବସ୍ତିର ଝିଅ ସନ୍ଧ୍ୟା ଏବେ ସଭିଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି। ବସ୍ତିର ଅନ୍ୟ ପିଲାମାନେ ବି ସନ୍ଧ୍ୟାଙ୍କ ଭଳି ପଢିବା ଆରମ୍ଭ କରିଦେଇଛନ୍ତି। ‘ଏଭ୍ରି ହ୍ୟାଣ୍ଡ୍‌ ପେନ୍‌’ ନାମକ ସଂସ୍ଥା ସନ୍ଧ୍ୟାଙ୍କୁ ପଢିବାରେ ସାହାଯ୍ୟ କରିଛି ।
ଜୀବନରେ ଆଉ ଏମିତି ଅନ୍ଧାର କେବେ ନ ଆସୁ ବୋଲି ସେ କହିଛନ୍ତି। ନିଜେ ରୋଜଗାର କରିବା ପରେ ତାଙ୍କ ଭଳି ଅସହାୟମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ସନ୍ଧ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri