ଏଇ ଭାରତରେ

ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ ଏକ ସ୍କୁଲ ବନ୍ଦ ରହିବା ପରେ ଏବେ ଖୋଲିଛି। ଛତିଶଗଡ଼ ବିଜାପୁର ଜିଲାର ନକ୍ସଲ ପ୍ରଭାବିତ ଉସୁର ବ୍ଲକ୍‌ ମୁଖ୍ୟାଳୟଠାରୁ ୩୫ କିମି ଦୂର ମଲ୍ଲେମପେଣ୍ଟା ଗାଁରେ ଏହି ସ୍କୁଲ ଅବସ୍ଥିତ। ଏଥିରେ ୬୦ ପିଲା ନାମ ଲେଖାଇଛନ୍ତି। ଏହି ସ୍କୁଲ ଗାଁରେ ଥିବା ଏକ ଝୁମ୍ପୁଡିି ଘରେ ଆରମ୍ଭ କରାଯାଇଛି। ସରକାରୀ ଶିକ୍ଷକ ବି ନାହାନ୍ତି। ପଢାଇବା ଦାୟିତ୍ୱ ନେଇଛନ୍ତି ଦୁଇଜଣ ବେକାର ଯୁବକ। ଗାଁଲୋକେ ଟଙ୍କା ଆଦାୟ କରି ପିଲାମାନଙ୍କୁ ସିଲଟ, ଖଡି ଓ ପେନ୍‌ସିଲ ଦେଇଛନ୍ତି। ସ୍କୁଲ୍‌ ଏକ ମାସ ହେବ ଖୋଲିଲାଣି। କିନ୍ତୁ ଶିକ୍ଷା ବିଭାଗ ଏଯାଏ ପିଲାଙ୍କ ପାଖରେ ପହଞ୍ଚିପାରିନି କି କିଛି ସାମଗ୍ରୀ ମଧ୍ୟ ଦେଇନାହିଁ। ଛତିଶଗଡ଼ରେ ମାଓବାଦୀଙ୍କ ବିରୋଧରେ ସାଲଓ୍ବା ଜୁଡୁମ୍‌ ଆରମ୍ଭ କରାଯିବା ପରେ ଏହି ସ୍କୁଲ୍‌ ସମେତ ଅନ୍ୟ କେତୋଟି ପ୍ରାଥମିକ ସ୍କୁଲ୍‌କୁ ମଧ୍ୟ ବନ୍ଦ କରିଦିଆଯାଇଥିଲା। ଏହି ସ୍କୁଲଗୁଡିକ ମଧ୍ୟରେ ଥିଲା ମଲ୍ଲେମପେଣ୍ଟାର ସ୍କୁଲ। ଅନେକ ସ୍କୁଲ୍‌କୁ ଦୁର୍ଗମ ଅଞ୍ଚଳରୁ ମୁଖ୍ୟରାସ୍ତା କଡକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ପିଲାମାନେ ଏହିସବୁ ସ୍କୁଲ୍‌କୁ ଆସିବା ଏତେ ସହଜ ନ ଥିଲା। କିନ୍ତୁ ଦୀର୍ଘ ବର୍ଷ ପରେ ପୁଣି ସ୍କୁଲ୍‌ ମଲ୍ଲେମପେଣ୍ଟାରେ ଖୋଲାଯାଇଥିବାରୁ ଗାଁ ଲୋକେ ବହୁତ ଖୁସି ଅଛନ୍ତି। ଆସନ୍ତା ମାସଠାରୁ ଏହି ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ ଦିଆଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri