ଏଇ ଭାରତରେ

‘ଈଶ୍ୱରଙ୍କ ସଂସାରରେ କୌଣସି ଜିନିଷର ଅଭାବ ନାହିଁ, ଖୋଜିଲେ କୋହିନୂର ମଧ୍ୟ ମିଳିଯାଏ। ନିଜ ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଅନ୍ଧାରରେ ଚାଲୁଥିବା ବ୍ୟକ୍ତିଙ୍କୁ ବି ଈଶ୍ୱର ଆଲୋକର ବାଟ ଦେଖାଇ ଦିଅନ୍ତି।’ ଏହି ଉକ୍ତିକୁ ସାକାର କରିଛନ୍ତି ଛତିଶଗଡ଼ର ରାୟପୁରସ୍ଥିତ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷୟିତ୍ରୀ ନନ୍ଦା ଦେଶମୁନ୍‌। ଯେଉଁ ପିଲାମାନେ ପାଠଠାରୁ ଦୂରକୁ ଚାଲି ଯାଉଛନ୍ତି ସେମାନଙ୍କୁ ସେ ଖୋଜି ଆଣି ପଢାଉଛନ୍ତି। ଭିକ୍ଷାବୃତ୍ତି କିମ୍ବା ଅନ୍ୟ କାର୍ଯ୍ୟରେ ଲିପ୍ତ ପିଲାମାନଙ୍କୁ ନନ୍ଦା ଶିକ୍ଷାଦାନ କରୁଛନ୍ତି। ରାୟପୁରର ସପେରା ବସ୍ତିରେ ରହୁଥିବା ଏଭଳି ପିଲାମାନଙ୍କ ପାଇଁ ସେ ପାଲଟିଯାଇଛନ୍ତି ଶିକ୍ଷାର ବର୍ତ୍ତିକା। ଏହି ବସ୍ତିର ଲୋକମାନେ ସାପ ଖେଳ ପ୍ରଦର୍ଶନ କରିଥାନ୍ତି। ପିଲାମାନେ ନ ପଢି ଭିକ୍ଷାବୃତ୍ତି କରନ୍ତି। ଏହାସହ ସେମାନେ ନିଶାସେବନ ମଧ୍ୟ କରନ୍ତି। ମାତା-ପିତା ପିଲାମାନଙ୍କ ନାମ ସ୍କୁଲରେ ଲେଖାଇଦିଅନ୍ତି ସତ, କିନ୍ତୁ ସେମାନେ ସ୍କୁଲ ଯିବାର ନାଁ ଧରନ୍ତି ନାହିଁ କି ଅଭିଭାବକମାନେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତିନି। ପ୍ରଥମେ ନନ୍ଦା ସ୍କୁଲ୍‌ରେ ଯୋଗଦେବା ପରେ ପିଲାମାନେ ସ୍କୁଲ୍‌ ଆସୁ ନ ଥିବାର ଦେଖି ସେମାନଙ୍କୁ ଖୋଜି ସ୍କୁଲ୍‌କୁ ଆଣିବା ପାଇଁ ସକ୍ଷମ ହୋଇଛନ୍ତି। ପିଲାମାନେ ସ୍କୁଲରୁ ଯିବାପରେ ମଧ୍ୟ ନନ୍ଦା ସେମାନଙ୍କ ଘରେ ପହଞ୍ଚି ପୁଣି ସେମାନଙ୍କୁ ପଢ଼ାଉଛନ୍ତି। ପିଲାମାନଙ୍କୁ ଶିକ୍ଷିତ କରାଇବା ସହ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ସାକ୍ଷର କରାଉଛନ୍ତି। ତାଙ୍କର ଏପରି ଉଦ୍ୟମ ଯୋଗୁ ବସ୍ତିର ପ୍ରାୟ ୯୦ ପ୍ରତିଶତ ପିଲା ଏବେ ଭିକ୍ଷାବୃତ୍ତିରୁ ମୁକ୍ତ ହୋଇପାରିଛନ୍ତି। ଯେଉଁ ପିଲାମାନେ ନିଶାସେବନରେ ଲିପ୍ତ ରହୁଥିଲେ ସେମାନେ ତା’ଠାରୁ ଦୂରେଇ ଯାଇଛନ୍ତି। ଯେଉଁ ଅଭିଭାବକମାନେ ପିଲାଙ୍କୁ ପଢ଼ାଇବା ପାଇଁ ନାରାଜ ହେଉଥିଲେ ସେମାନେ ପିଲାମାନଙ୍କୁ ଏବେ ସ୍କୁଲ୍‌କୁ ପଠାଉଛନ୍ତି। ପୂରା ବସ୍ତିର ଲୋକମାନଙ୍କ ସହ ପିଲାମାନଙ୍କୁ ସ୍ବଚ୍ଛତା ସମ୍ବନ୍ଧରେ ଅବଗତ କରୁଛନ୍ତି ନନ୍ଦା। ଏବେ ପିଲାମାନେ ପୂରା ସଫାସୁତୁରା ହୋଇ ସ୍କୁଲ ଆସୁଛନ୍ତି। ନନ୍ଦାଙ୍କର ଏପରି କାର୍ଯ୍ୟକୁ ସବୁଆଡ଼େ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri